ଶମ୍ଭୁ ସୀମା ଅବରୋଧମୁକ୍ତ କରିବାକୁ ଚାଷୀଙ୍କୁ ମନାଅ
କୋଲକାତା,୧୩ା୮: ଶମ୍ଭୁ ସୀମାରୁ ଅବରୋଧ ହଟାଇବା ପାଇଁ ଚାଷୀମାନଙ୍କୁ ମନାଇବା ନିମନ୍ତେ ସୁପ୍ରିମକୋର୍ଟ ସୋମବାର ପଞ୍ଜାବର ଭଗଓ୍ବନ୍ତ ମାନ୍ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ରାଜପଥ ପାର୍କିଂ ପ୍ଲେସ୍ ନୁହେଁ। ଆମ୍ବୁଲାନ୍ସ, ଜରୁରୀ ଯାନ ଏବଂ ସ୍ଥାନୀୟ ଲୋକଙ୍କ ଯାତାୟାତ ଲାଗି ଶମ୍ଭୁ ସୀମାକୁ ଆଂଶିକ ଖୋଲାଯିବା ଆବଶ୍ୟକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଗତ ଫେବୃଆରୀ ୧୩ରୁ କୃଷକମାନେ ବିଭିନ୍ନ ଦାବି ନେଇ ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ସପ୍ତାହେ ମଧ୍ୟରେ ସଂଲଗ୍ନ ଜିଲାର […] The post ଶମ୍ଭୁ ସୀମା ଅବରୋଧମୁକ୍ତ କରିବାକୁ ଚାଷୀଙ୍କୁ ମନାଅ appeared first on Dharitri Odia News.
କୋଲକାତା,୧୩ା୮: ଶମ୍ଭୁ ସୀମାରୁ ଅବରୋଧ ହଟାଇବା ପାଇଁ ଚାଷୀମାନଙ୍କୁ ମନାଇବା ନିମନ୍ତେ ସୁପ୍ରିମକୋର୍ଟ ସୋମବାର ପଞ୍ଜାବର ଭଗଓ୍ବନ୍ତ ମାନ୍ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ରାଜପଥ ପାର୍କିଂ ପ୍ଲେସ୍ ନୁହେଁ। ଆମ୍ବୁଲାନ୍ସ, ଜରୁରୀ ଯାନ ଏବଂ ସ୍ଥାନୀୟ ଲୋକଙ୍କ ଯାତାୟାତ ଲାଗି ଶମ୍ଭୁ ସୀମାକୁ ଆଂଶିକ ଖୋଲାଯିବା ଆବଶ୍ୟକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ଗତ ଫେବୃଆରୀ ୧୩ରୁ କୃଷକମାନେ ବିଭିନ୍ନ ଦାବି ନେଇ ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ସପ୍ତାହେ ମଧ୍ୟରେ ସଂଲଗ୍ନ ଜିଲାର ଏସ୍ପିମାନଙ୍କ ବୈଠକ ଡାକି ସମାଧାନର ବାଟ ବାହାର କରିବାକୁ ସର୍ବୋଚ୍ଚ ଅଦାଲତ ପଞ୍ଜାବ ଓ ହରିୟାଣାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଦୋଳନରତ ଚାଷୀମାନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବିତ କମିଟିରେ ଅଣରାଜନୈତିକ ଲୋକମାନଙ୍କୁ ରଖିବା ନିମନ୍ତେ ଉଭୟ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିବାରୁ ଅଦାଲତ ଏହାକୁ ପ୍ରଶଂସା କରିଛନ୍ତି। ତେବେ ସବୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଉପରେ ଆଇନଗତ ଗ୍ୟାରେଣ୍ଟି ଦାବିରେ ଦିଲ୍ଲୀକୁ ଦ୍ୱିତୀୟ ଅଭିଯାନ ଆରମ୍ଭ କରିଥିବା ଚାଷୀମାନଙ୍କୁ ଶମ୍ଭୁ ସୀମାରେ ଅଟକାଯିବାରୁ ସେମାନେ ଫେବୃଆରୀ ୧୩ରୁ ସେଠାରେ କ୍ୟାମ୍ପ ପକାଇ ରହିଥିବାବେଳେ ଜାତୀୟ ରାଜପଥରେ ବହୁସଂଖ୍ୟାରେ ଟ୍ରାକ୍ଟର ରଖି ଅବରୋଧ କରିଛନ୍ତି। ଏମ୍ଏସ୍ପି ଉପରେ ଆଇନଗତ ଗ୍ୟାରେଣ୍ଟି ନ ମିଳିବା ପର୍ଯ୍ୟନ୍ତ ସେମାନେ ସୀମାରୁ ହଟିବାକୁ ଚାହୁଁନାହାନ୍ତି।
The post ଶମ୍ଭୁ ସୀମା ଅବରୋଧମୁକ୍ତ କରିବାକୁ ଚାଷୀଙ୍କୁ ମନାଅ appeared first on Dharitri Odia News.