ବସ୍ ଦୁର୍ଘଟଣାରେ ନାବାଳକ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ପୁଣି ଲୋକଙ୍କ ରାସ୍ତାରୋକ

ସମ୍ବଲପୁର ୦୪।୦୧ : ବସ୍ ଦୁର୍ଘଟଣାରେ ନାବାଳକର ମୃତ୍ୟୁ ଘଟଣା । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ପୁଣି ରାସ୍ତାରୋକ । ଦୁର୍ଘଟଣା ଘଟିଥିବା ସ୍ଥାନରେ ନାବାଳକର ମୃତଦେହ ରଖି ରାସ୍ତାରୋକ ଜାରି ରହିଛି। ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଅଟକ ରଖିଥିବା ଆନ୍ଦୋଳନକାରୀଙ୍କୁ ଛାଡିବାକୁ ଦାବି କରିଛନ୍ତି ସ୍ଥାନୀୟଲୋକେ । ସେହିପରି ସଂଧ୍ୟା ୬ଟା ପରେ ସେହି ରୁଟ୍‌ ଦେଇ କୌଣସି ବଡ଼ ଗାଡି ନଛାଡିବାକୁ ଦାବି ମଧ୍ୟ ହୋଇଛି । https://www.prameyanews7.com/police-lathi-charge-to-evict-people-from-the-scene/ ଖବର ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଆମ୍ବେଦକର ନଗରର ରୋନକ ନାଏକ ନାମକ ଜଣେ ନାବାଳକ ସ୍କୁଟିରେ ଯାଉଥିବା ସମୟରେ ମ୍ୟୁନିସିପାଲ୍‌ଟି ବାଳିକା ବିଦ୍ୟାଳୟ ସମ୍ମୁଖରେ ଏକ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଯେଉଁଥିରେ ରୋନକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଘଟଣାସ୍ଥଳରେ ଦେଖିବାକୁ ମିଳିଥିଲା ଉତ୍ତେଜନା। ଶେଷରେ ବାଧ୍ୟ ହୋଇ ପୋଲିସ ଲାଠିଚାଳନା କରିଥିଲା । ଯାହାପରେ ପରିସ୍ଥିତି ଶାନ୍ତ ପଡିଥିଲା । ହେଲେ କିଛି ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା ପୋଲିସ । ଯାହାକୁ ନେଇ ଗୁରୁବାର ଦିନ ପୁଣି ଥରେ ଆନ୍ଦୋଲନକୁ ଓହ୍ଲାଇଛନ୍ତି ସ୍ଥାନୀୟଲୋକେ । ଘଟଣାସ୍ଥଳରେ ଶବ ରଖି ଧାରଣାରେ ବସିଛନ୍ତି ସ୍ଥାନୀୟଲୋକେ । ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା, ଅଟକ ରଖିଥିବା ଆନ୍ଦୋଳନକାରୀଙ୍କ ତୁରନ୍ତ ଛାଡିବା ଏ

ବସ୍ ଦୁର୍ଘଟଣାରେ ନାବାଳକ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ପୁଣି ଲୋକଙ୍କ ରାସ୍ତାରୋକ

ସମ୍ବଲପୁର ୦୪।୦୧ : ବସ୍ ଦୁର୍ଘଟଣାରେ ନାବାଳକର ମୃତ୍ୟୁ ଘଟଣା । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ପୁଣି ରାସ୍ତାରୋକ । ଦୁର୍ଘଟଣା ଘଟିଥିବା ସ୍ଥାନରେ ନାବାଳକର ମୃତଦେହ ରଖି ରାସ୍ତାରୋକ ଜାରି ରହିଛି। ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଅଟକ ରଖିଥିବା ଆନ୍ଦୋଳନକାରୀଙ୍କୁ ଛାଡିବାକୁ ଦାବି କରିଛନ୍ତି ସ୍ଥାନୀୟଲୋକେ । ସେହିପରି ସଂଧ୍ୟା ୬ଟା ପରେ ସେହି ରୁଟ୍‌ ଦେଇ କୌଣସି ବଡ଼ ଗାଡି ନଛାଡିବାକୁ ଦାବି ମଧ୍ୟ ହୋଇଛି ।

https://www.prameyanews7.com/police-lathi-charge-to-evict-people-from-the-scene/

ଖବର ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଆମ୍ବେଦକର ନଗରର ରୋନକ ନାଏକ ନାମକ ଜଣେ ନାବାଳକ ସ୍କୁଟିରେ ଯାଉଥିବା ସମୟରେ ମ୍ୟୁନିସିପାଲ୍‌ଟି ବାଳିକା ବିଦ୍ୟାଳୟ ସମ୍ମୁଖରେ ଏକ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଯେଉଁଥିରେ ରୋନକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଘଟଣାସ୍ଥଳରେ ଦେଖିବାକୁ ମିଳିଥିଲା ଉତ୍ତେଜନା। ଶେଷରେ ବାଧ୍ୟ ହୋଇ ପୋଲିସ ଲାଠିଚାଳନା କରିଥିଲା । ଯାହାପରେ ପରିସ୍ଥିତି ଶାନ୍ତ ପଡିଥିଲା । ହେଲେ କିଛି ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା ପୋଲିସ । ଯାହାକୁ ନେଇ ଗୁରୁବାର ଦିନ ପୁଣି ଥରେ ଆନ୍ଦୋଲନକୁ ଓହ୍ଲାଇଛନ୍ତି ସ୍ଥାନୀୟଲୋକେ । ଘଟଣାସ୍ଥଳରେ ଶବ ରଖି ଧାରଣାରେ ବସିଛନ୍ତି ସ୍ଥାନୀୟଲୋକେ । ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା, ଅଟକ ରଖିଥିବା ଆନ୍ଦୋଳନକାରୀଙ୍କ ତୁରନ୍ତ ଛାଡିବା ଏବଂ ଦୁର୍ଘଟଣା ଘଟିଥିବା ସ୍ଥାନରେ ବଡ଼ ଗାଡି ନଛାଡିବାକୁ ଦାବି ହୋଇଛି । ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

https://www.prameyanews7.com/deepika-padukone-talked-about-having-children/

The post ବସ୍ ଦୁର୍ଘଟଣାରେ ନାବାଳକ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ପୁଣି ଲୋକଙ୍କ ରାସ୍ତାରୋକ appeared first on Prameya News7.