ବସ୍ଙ୍କୁ ମହଙ୍ଗା ପଡ଼ିଲା ନିୟମ, ବିଳମ୍ବ ଲାଗି ନିଜେ ଦେଲେ ଜରିମାନା
ନୂଆଦିଲ୍ଲୀ ୨୨।୦୬: ସମୟାନୁବର୍ତ୍ତିତାକୁ ନେଇ ମୁମ୍ବାଇର ଏକ କଂପାନି ଲାଗୁ କରିଥିଲା ନୂଆ ନିୟମ । ବିଳମ୍ବରେ ଆସୁଥିବା କର୍ମଚାରୀ ୨୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ହୋଇଥିଲା ବ୍ୟବସ୍ଥା । କିନ୍ତୁ ଏହି ନିୟମ କଂପାନିର ବସ୍ କୌଶଲ ଶାହଙ୍କୁ ପଡ଼ିଛି ମହଙ୍ଗା । ବାରମ୍ବାର ଅଫିସ୍ରେ ବିଳମ୍ବରେ ପହଞ୍ଚିବା ଯୋଗୁ ଦେଇଛନ୍ତି ୧୦୦୦ ଟଙ୍କା ଜରିମାନା । ଏହି ଖବରକୁ ନିଜ ଶାହ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କୌଶଲ ଶାହ ଇଭର ବିଉଟି ବ୍ରାଣ୍ଡ ନାମକ ଏକ ଷ୍ଟାର୍ଟ ଅପ୍ କଂପାନିର ପ୍ରତିଷ୍ଠାତା । ସେ କହିଛନ୍ତି କି କଂପାନିର କର୍ମଚାରୀମାନେ ସକାଳ ୧୦ଟା କିମ୍ବା ୧୧ଟାରେ ଆସୁଥିଲେ । ଅଫିସରେ ଉତ୍ପାଦକତା ବୃଦ୍ଧି କରିବା ଲାଗି ଗତ ସପ୍ତାହରେ ମୁଁ ଏକ ନିୟମ କରିଥିଲି । ସେଥିରେ ସମସ୍ତ କର୍ମଚାରୀଙ୍କୁ ସକାଳ ୯.୩୦ ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲି ।ବିଳମ୍ବ ହେଲେ ୨୦୦ ଟଙ୍କା ଜରିମାନା ଆକାରରେ ଦେବାକୁ ପଡ଼ିବ ବୋଲି କହିଥିଲି । କିନ୍ତୁ ସେହି ନିୟମ ମୋତେ ମହଙ୍ଗା ପଡ଼ିଛି । ମୁଁ ଅଦ୍ୟାବଧି ୫ଥର ଜରିମାନା ଦେଇସାରିଲିଣି । ସେ ନିକଟରେ ଦେଇଥିବା ଜରିମାନାର ସ୍କ୍ରିନ୍ ସଟ୍କୁ ବି ସେୟାର କରିଥିଲେ । ଶାହଙ୍କ ଏହି ପୋଷ୍ଟ ଭାଇରାଲ୍ ହେବା ପରେ ସୋସିଆଲ ମିଡିଆରେ କିଛି ଲୋକ ତାଙ୍କୁ ସମାଲୋଚନା କରିଥିଲେ । ଅଧିକ ଦରମାଥିବା ଲୋକଙ୍କୁ ଏହି ଜରିମାନା ବାଧୁନଥିବାବେଳେ କମ୍ ଦରମା ପାଉଥିବା ଲୋକଙ୍କ ଲାଗି ଏହା ସମସ୍ୟା ସ
ନୂଆଦିଲ୍ଲୀ ୨୨।୦୬: ସମୟାନୁବର୍ତ୍ତିତାକୁ ନେଇ ମୁମ୍ବାଇର ଏକ କଂପାନି ଲାଗୁ କରିଥିଲା ନୂଆ ନିୟମ । ବିଳମ୍ବରେ ଆସୁଥିବା କର୍ମଚାରୀ ୨୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ହୋଇଥିଲା ବ୍ୟବସ୍ଥା । କିନ୍ତୁ ଏହି ନିୟମ କଂପାନିର ବସ୍ କୌଶଲ ଶାହଙ୍କୁ ପଡ଼ିଛି ମହଙ୍ଗା । ବାରମ୍ବାର ଅଫିସ୍ରେ ବିଳମ୍ବରେ ପହଞ୍ଚିବା ଯୋଗୁ ଦେଇଛନ୍ତି ୧୦୦୦ ଟଙ୍କା ଜରିମାନା ।
ଏହି ଖବରକୁ ନିଜ ଶାହ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କୌଶଲ ଶାହ ଇଭର ବିଉଟି ବ୍ରାଣ୍ଡ ନାମକ ଏକ ଷ୍ଟାର୍ଟ ଅପ୍ କଂପାନିର ପ୍ରତିଷ୍ଠାତା । ସେ କହିଛନ୍ତି କି କଂପାନିର କର୍ମଚାରୀମାନେ ସକାଳ ୧୦ଟା କିମ୍ବା ୧୧ଟାରେ ଆସୁଥିଲେ । ଅଫିସରେ ଉତ୍ପାଦକତା ବୃଦ୍ଧି କରିବା ଲାଗି ଗତ ସପ୍ତାହରେ ମୁଁ ଏକ ନିୟମ କରିଥିଲି । ସେଥିରେ ସମସ୍ତ କର୍ମଚାରୀଙ୍କୁ ସକାଳ ୯.୩୦ ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲି ।
ବିଳମ୍ବ ହେଲେ ୨୦୦ ଟଙ୍କା ଜରିମାନା ଆକାରରେ ଦେବାକୁ ପଡ଼ିବ ବୋଲି କହିଥିଲି । କିନ୍ତୁ ସେହି ନିୟମ ମୋତେ ମହଙ୍ଗା ପଡ଼ିଛି । ମୁଁ ଅଦ୍ୟାବଧି ୫ଥର ଜରିମାନା ଦେଇସାରିଲିଣି । ସେ ନିକଟରେ ଦେଇଥିବା ଜରିମାନାର ସ୍କ୍ରିନ୍ ସଟ୍କୁ ବି ସେୟାର କରିଥିଲେ । ଶାହଙ୍କ ଏହି ପୋଷ୍ଟ ଭାଇରାଲ୍ ହେବା ପରେ ସୋସିଆଲ ମିଡିଆରେ କିଛି ଲୋକ ତାଙ୍କୁ ସମାଲୋଚନା କରିଥିଲେ ।
ଅଧିକ ଦରମାଥିବା ଲୋକଙ୍କୁ ଏହି ଜରିମାନା ବାଧୁନଥିବାବେଳେ କମ୍ ଦରମା ପାଉଥିବା ଲୋକଙ୍କ ଲାଗି ଏହା ସମସ୍ୟା ସୃଷ୍ଟି କରୁଥିବ ବୋଲି ସେମାନେ ମତ ଦେଇଥିଲେ । ଏହାପରେ ଶାହ ପୁଣି ଏକ ପୋଷ୍ଟ କରି ଏ ସଂପର୍କରେ ସ୍ପଷ୍ଟୀକରଣ ଦେଇଥିଲେ । ସେଥିରେ ସେ ଲେଖିଥିଲେ ଯେ, ମୋର ଏଭଳି ପୋଷ୍ଟ କରିବା ପଛର ଉଦ୍ଦେଶ୍ୟକୁ ହୁଏତ ଅନେକ ବୁଝିପାରିଲେ ନାହିଁ ।
ମୋର କହିବା କଥା ହେଲା ଯେତେବେଳେ କର୍ମଚାରୀଙ୍କ ଲାଗି ଏକ ନିୟମ ହୋଇଥାଏ ସେତେବେଳେ ନିୟମ ପ୍ରଣୟନକାରୀ ପ୍ରଥମେ ତାକୁ ପାଳନ କରିବା କଥା । ଜରିମାନା ଆକାରରେ ସଂଗ୍ରହ ହେଉଥିବା ଟଙ୍କାକୁ ବାହାରକୁ ଖାଇବାକୁ ଯିବା କିମ୍ବା କର୍ମଚାରୀମାନଙ୍କର ଅନ୍ୟାନ୍ୟ ସାମୁହିକ ଗତିବିଧି ଲାଗି ବିନିଯୋଗ କରାଯିବ ।