ବହୁ ପ୍ରତୀକ୍ଷାର ହେବ ଅନ୍ତ, ଜଟଣୀ ଓଭରବ୍ରିଜ୍ର ଆଜି ଉଦ୍ଘାଟନ
ଖୋର୍ଦ୍ଧା ୧୧।୦୩ : ବହୁ ପ୍ରତୀକ୍ଷାର ହେବ ଅନ୍ତ । ଅକଥନୀୟ ଯନ୍ତ୍ରଣା ମୁକ୍ତି ପାଇବେ ଜଟଣୀବାସୀ । ସୋମବାର ଉଦ୍ଘାଟନ ହେବ ଜଟଣୀ ରେଲଓ୍ୱ ଓଭରବ୍ରିଜ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେସିଂ ଜରିଆରେ ଏହି ବ୍ରିଜ୍ର ଉଦ୍ଘାଟନ କରିବେ । ଖବର ଅନୁଯାୟୀ, ଜଟଣୀ - ପିପିଲି ମୁଖ୍ୟ ରାସ୍ତାର କୁଦିଆରୀ ଛକରେ ନୂତନ ଭାବେ ନିର୍ମିତ ହୋଇଛି ୭୬୨ ମିଟର ଦୈର୍ଘ୍ୟର ବିଶିଷ୍ଟ ରେଳ ଓଭର ବ୍ରିଜ୍ । ସୋମବାର ସକାଳ ୧୧.୩୦ ଘଟିକା ସମୟରେ ଖୁଦୁପୁର ଖେଳ ପଡିଆଠାରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ। ଏନେଇ ଖୁଦୁପୁର ପଡିଆ ଚଳଚଞ୍ଚଳ। କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସ୍ଥାନୀୟ ବିଧାୟକ, ନେତା ଏବଂ ସାଧାରଣ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।
ଖୋର୍ଦ୍ଧା ୧୧।୦୩ : ବହୁ ପ୍ରତୀକ୍ଷାର ହେବ ଅନ୍ତ । ଅକଥନୀୟ ଯନ୍ତ୍ରଣା ମୁକ୍ତି ପାଇବେ ଜଟଣୀବାସୀ । ସୋମବାର ଉଦ୍ଘାଟନ ହେବ ଜଟଣୀ ରେଲଓ୍ୱ ଓଭରବ୍ରିଜ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେସିଂ ଜରିଆରେ ଏହି ବ୍ରିଜ୍ର ଉଦ୍ଘାଟନ କରିବେ ।
ଖବର ଅନୁଯାୟୀ, ଜଟଣୀ - ପିପିଲି ମୁଖ୍ୟ ରାସ୍ତାର କୁଦିଆରୀ ଛକରେ ନୂତନ ଭାବେ ନିର୍ମିତ ହୋଇଛି ୭୬୨ ମିଟର ଦୈର୍ଘ୍ୟର ବିଶିଷ୍ଟ ରେଳ ଓଭର ବ୍ରିଜ୍ । ସୋମବାର ସକାଳ ୧୧.୩୦ ଘଟିକା ସମୟରେ ଖୁଦୁପୁର ଖେଳ ପଡିଆଠାରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ। ଏନେଇ ଖୁଦୁପୁର ପଡିଆ ଚଳଚଞ୍ଚଳ। କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସ୍ଥାନୀୟ ବିଧାୟକ, ନେତା ଏବଂ ସାଧାରଣ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।