ବାଂଲାଦେଶ ପ୍ରଧାନମନ୍ତ୍ରୀ ଚୀନକୁ ଦେଲେ ଝଟକା, କହିଲେ-ତିସ୍ତା ପ୍ରକଳ୍ପ ପାଇଁ ଭାରତ ଉପରେ ଅଧିକ ଭରସା
ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଚୀନକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ନିଜର ଦେଶର ବିଗ୍ ବଜେଟ୍ ତିସ୍ତା ପ୍ରୋଜେକ୍ଟ ପାଇଁ ଚୀନଠାରୁ ବି ଅଧିକ ଭରସା ଭାରତ ଉପରେ କରିବେ । ଚୀନ ଲଗାତର ଏହି ପ୍ରୋଜେକ୍ଟ ଉପରେ ନିଜ ଇଚ୍ଛା ପ୍ରକାଶ କରିସାରିଛି ଏବଂ ବାଂଲାଦେଶକୁ ଭଲ ସୁଧ ହାରରେ ଲୋନ୍ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି । ଅନ୍ୟପଟେ ଭାରତ ପାଇଁ ଏହି ପ୍ରକଳ୍ପର ସାମରିକ ମହତ୍ୱ ରହିଥିବାରୁ ସେ ମଧ୍ୟ ଏହି ପ୍ରୋଜେକ୍ଟ ପାଇଁ ଇଚ୍ଛୁକ ଅଛି । ଏହି ପ୍ରକଳ୍ପ ପାଇଁ ଆନୁମାନିକ ଖର୍ଚ୍ଚ ୧ ବିଲିୟନ ଡଲାର ରହିବ ବୋଲି ଆକଳନ କରାଯାଇଛି ।ରାଜଧାନୀ ଢାକାରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ପିଏମ୍ ହସିନା କହିଛନ୍ତି ଯେ ତିସ୍ତା ପ୍ରୋଜେକ୍ଟ ପାଇଁ ଭାରତ ଏବଂ ଚୀନ ଉଭୟ ନିଜ ନିଜର ପ୍ରସ୍ତାବ ଆମକୁ ଦେଇଛନ୍ତି । ଚୀନ ଏହି ପ୍ରୋଜେକ୍ଟକୁ ନେଇ ନିଜ ରିସର୍ଚ୍ଚ କରିସାରିଛି, ଅନ୍ୟପଟେ ଭାରତ ଖୁବଶୀଘ୍ର ଏହି ରିସର୍ଚ୍ଚ କରିବ । ଏହା ପରେ ବାଂଲାଦେଶ ହିତରେ ଯାହା ବି ନିଷ୍ପତ୍ତି ନେବାକୁ ପଡ଼ିବ ଆମେ ନେବୁ । କିନ୍ତୁ ଏଥିରେ ଭାରତକୁ ଅଗ୍ରାଧିକାର ଦିଆଯିବ କାରଣ ଭାରତରୁ ହିଁ ତିସ୍ତା ନଦୀ ପାଣି ଆସୁଛି । ଯଦି ସେମାନେ ଆମକୁ ପାଣି ଦେଉଛନ୍ତି, ତେବେ ଆମେ ମଧ୍ୟ ତାଙ୍କୁ ପ୍ରାଧାନ୍ୟ ଦେବୁ । ଏହି ମନ୍ତବ୍ୟରୁ ହସିନାଙ୍କ ସ୍ପଷ୍ଟ ସନ୍ଦେଶ ଦେବାକୁ ଚାହୁଁଛନ୍ତି ଯେ ଯଦି ଏହି ପ୍ରୋଜେକ୍ଟ ଭାରତ କରେ ନଦୀରେ ପାଣିର ପ୍ର
ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଚୀନକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ନିଜର ଦେଶର ବିଗ୍ ବଜେଟ୍ ତିସ୍ତା ପ୍ରୋଜେକ୍ଟ ପାଇଁ ଚୀନଠାରୁ ବି ଅଧିକ ଭରସା ଭାରତ ଉପରେ କରିବେ । ଚୀନ ଲଗାତର ଏହି ପ୍ରୋଜେକ୍ଟ ଉପରେ ନିଜ ଇଚ୍ଛା ପ୍ରକାଶ କରିସାରିଛି ଏବଂ ବାଂଲାଦେଶକୁ ଭଲ ସୁଧ ହାରରେ ଲୋନ୍ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି । ଅନ୍ୟପଟେ ଭାରତ ପାଇଁ ଏହି ପ୍ରକଳ୍ପର ସାମରିକ ମହତ୍ୱ ରହିଥିବାରୁ ସେ ମଧ୍ୟ ଏହି ପ୍ରୋଜେକ୍ଟ ପାଇଁ ଇଚ୍ଛୁକ ଅଛି । ଏହି ପ୍ରକଳ୍ପ ପାଇଁ ଆନୁମାନିକ ଖର୍ଚ୍ଚ ୧ ବିଲିୟନ ଡଲାର ରହିବ ବୋଲି ଆକଳନ କରାଯାଇଛି ।
ରାଜଧାନୀ ଢାକାରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ପିଏମ୍ ହସିନା କହିଛନ୍ତି ଯେ ତିସ୍ତା ପ୍ରୋଜେକ୍ଟ ପାଇଁ ଭାରତ ଏବଂ ଚୀନ ଉଭୟ ନିଜ ନିଜର ପ୍ରସ୍ତାବ ଆମକୁ ଦେଇଛନ୍ତି । ଚୀନ ଏହି ପ୍ରୋଜେକ୍ଟକୁ ନେଇ ନିଜ ରିସର୍ଚ୍ଚ କରିସାରିଛି, ଅନ୍ୟପଟେ ଭାରତ ଖୁବଶୀଘ୍ର ଏହି ରିସର୍ଚ୍ଚ କରିବ । ଏହା ପରେ ବାଂଲାଦେଶ ହିତରେ ଯାହା ବି ନିଷ୍ପତ୍ତି ନେବାକୁ ପଡ଼ିବ ଆମେ ନେବୁ । କିନ୍ତୁ ଏଥିରେ ଭାରତକୁ ଅଗ୍ରାଧିକାର ଦିଆଯିବ କାରଣ ଭାରତରୁ ହିଁ ତିସ୍ତା ନଦୀ ପାଣି ଆସୁଛି । ଯଦି ସେମାନେ ଆମକୁ ପାଣି ଦେଉଛନ୍ତି, ତେବେ ଆମେ ମଧ୍ୟ ତାଙ୍କୁ ପ୍ରାଧାନ୍ୟ ଦେବୁ । ଏହି ମନ୍ତବ୍ୟରୁ ହସିନାଙ୍କ ସ୍ପଷ୍ଟ ସନ୍ଦେଶ ଦେବାକୁ ଚାହୁଁଛନ୍ତି ଯେ ଯଦି ଏହି ପ୍ରୋଜେକ୍ଟ ଭାରତ କରେ ନଦୀରେ ପାଣିର ପ୍ରବାହ ଯେପରି ଜାରି ରହିବ ତାହା ସୁନିଶ୍ଚିତ କରିବ ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିସ୍ତା ନଦୀ ଏକ ନଦୀ ଯାହାର ପାଣି ଭାଗବଣ୍ଟାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଆପତ୍ତି କାରଣରୁ ସହମତି ହୋଇପାରି ନାହିଁ । ଭାରତୀୟ ସମ୍ୱିଧାନ ଅନୁସାରେ ଏପରି ସ୍ଥିତିରେ ପ୍ରଦେଶ ସରକାରଙ୍କ ମହମତି ଜରୁରୀ ହୋଇଥାଏ । ୨୦୧୧ ମସିହାରେ ଏହି ପ୍ରସଙ୍ଗରେ ମହମତି ହୋଇଥିଲା କିନ୍ତୁ ମମତା ବାନାର୍ଜୀ ଏହାକୁ ବିରୋଧ କରି କହିଥିଲେ ଯେ ଏହାଦ୍ୱାରା ପଶ୍ଚିମବଙ୍ଗ ଭାଗରେ କେବଳ ମରୁଡ଼ି ରହିବ ।