ବାଂଲାଦେଶ ହିଂସା: ସଂଖ୍ୟା ଲଘୁଙ୍କର ୪୦୦ ସମ୍ପତ୍ତି ଉପରେ ହୋଇଛି ଆକ୍ରମଣ, ୨୫ ହିନ୍ଦୁ ମନ୍ଦିର ଭାଙ୍ଗିଛି
ନୂଆଦିଲ୍ଲୀ: ବାଂଲାଦେଶରେ ରାଜନୈତିକ ହିଂସା ସାମ୍ପ୍ରଦାୟିକ ହିଂସାରେ ପରିଣତ ହୋଇଛି। ଗତ ୪୮ ଘଣ୍ଟା ମଧ୍ୟରେ ସଂଖ୍ୟାଲଘୁଙ୍କ ସହ ସମ୍ପର୍କିତ ପାଖାପାଖି ୪୦୦ଟି ସମ୍ପତ୍ତି ଉପରେ ଆକ୍ରମଣ କରାଯାଇଛି। ଏଥିରେ ୨୦-୨୫ ହିନ୍ଦୁ ମନ୍ଦିର ରହିଛି। ବାଂଲାଦେଶର ୬୪ ଟି ଜିଲ୍ଲାରେ ଏହି ଆକ୍ରମଣ ହୋଇଛି ବୋଲି ବାଂଲାଦେଶ ହିନ୍ଦୁ ବୈଦ୍ଧ ଖ୍ରୀଷ୍ଟିଆନ ଏକତା ପରିଷଦର ସାଧାରଣ ସମ୍ପାଦକ ରାଣା ଦାସଗୁପ୍ତ। ସୂଚନା ଦେଇଛନ୍ତି। ଦି ପ୍ରିଣ୍ଟକୁ ପ୍ରତିକ୍ରିୟା ଦେଇ ରାଣା ଦାସଗୁପ୍ତା କହିଛନ୍ତି ଯେ ବର୍ତ୍ତମାନ ମିଳିଥିବା ରିପୋର୍ଟ ଅନୁସାରେ, ପାଖାପାଖି ୨ ଜଣ ହିନ୍ଧୁଙ୍କୁ ହତ୍ୟା କରାଯାଇଛି। ସାମ୍ପ୍ରଦାୟିକ ଗୁଣ୍ଡାମାନେ ଗତ ଦୁଇ ଦିନରେ ହିନ୍ଦୁମାନଙ୍କର ଘର ଏବଂ ବ୍ୟବସାୟ ସମେତ ପ୍ରାୟ ୪୦୦ ସମ୍ପତ୍ତି ଊପରେ ଆକ୍ରମଣ କରାଯାଇ ନଷ୍ଟ କରାଯାଇଛି। ସେ କହିଛନ୍ତି “ ଦେଶର ୩୦ ଜିଲ୍ଲାରେ ସଂଖ୍ୟାଲଘୁଙ୍କ ଉପରେ ହିଂସା ହେଉଛି। ସେହିପରି ଅହମଦିଆଙ୍କ ବିରୋଧରେ ବି ଆକ୍ରମଣ ହେଉଛି। ତେବେ କିଛି ଛାତ୍ର ଆନ୍ଦୋଳନକାରୀମାନେ ମଧ୍ୟ ହିନ୍ଦୁ ସମ୍ପତ୍ତିକୁ ସୁରକ୍ଷା ଦେବାକୁ ଏହାର ଜଗୁଆଳି ସାଜିଥିଲେ। ମଙ୍ଗଳବାର ରାତିସାରା ପହଁରା ଦେଇଥିଲେ।”ବାଂଲାଦେଶରେ ବିଦ୍ରୋହ ପରେ ଶେଖ ହସିନା ଦେଶ ଛାଡ଼ି ଭାରତରେ ଶରଣ ନେଇଛନ୍ତି। ଏହାପରେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀ ବାସଭବନରେ ପଶି ଲୁଟପାଟ ଚଳାଇଛନ୍ତି। ବାଂଲାଦେଶ ସ୍ୱାଧୀନ କରିଥିବା ଶେଖ ହସିନାଙ୍କ ବାପା ମୁଜି
ନୂଆଦିଲ୍ଲୀ: ବାଂଲାଦେଶରେ ରାଜନୈତିକ ହିଂସା ସାମ୍ପ୍ରଦାୟିକ ହିଂସାରେ ପରିଣତ ହୋଇଛି। ଗତ ୪୮ ଘଣ୍ଟା ମଧ୍ୟରେ ସଂଖ୍ୟାଲଘୁଙ୍କ ସହ ସମ୍ପର୍କିତ ପାଖାପାଖି ୪୦୦ଟି ସମ୍ପତ୍ତି ଉପରେ ଆକ୍ରମଣ କରାଯାଇଛି। ଏଥିରେ ୨୦-୨୫ ହିନ୍ଦୁ ମନ୍ଦିର ରହିଛି। ବାଂଲାଦେଶର ୬୪ ଟି ଜିଲ୍ଲାରେ ଏହି ଆକ୍ରମଣ ହୋଇଛି ବୋଲି ବାଂଲାଦେଶ ହିନ୍ଦୁ ବୈଦ୍ଧ ଖ୍ରୀଷ୍ଟିଆନ ଏକତା ପରିଷଦର ସାଧାରଣ ସମ୍ପାଦକ ରାଣା ଦାସଗୁପ୍ତ। ସୂଚନା ଦେଇଛନ୍ତି।
ଦି ପ୍ରିଣ୍ଟକୁ ପ୍ରତିକ୍ରିୟା ଦେଇ ରାଣା ଦାସଗୁପ୍ତା କହିଛନ୍ତି ଯେ ବର୍ତ୍ତମାନ ମିଳିଥିବା ରିପୋର୍ଟ ଅନୁସାରେ, ପାଖାପାଖି ୨ ଜଣ ହିନ୍ଧୁଙ୍କୁ ହତ୍ୟା କରାଯାଇଛି। ସାମ୍ପ୍ରଦାୟିକ ଗୁଣ୍ଡାମାନେ ଗତ ଦୁଇ ଦିନରେ ହିନ୍ଦୁମାନଙ୍କର ଘର ଏବଂ ବ୍ୟବସାୟ ସମେତ ପ୍ରାୟ ୪୦୦ ସମ୍ପତ୍ତି ଊପରେ ଆକ୍ରମଣ କରାଯାଇ ନଷ୍ଟ କରାଯାଇଛି।
ସେ କହିଛନ୍ତି “ ଦେଶର ୩୦ ଜିଲ୍ଲାରେ ସଂଖ୍ୟାଲଘୁଙ୍କ ଉପରେ ହିଂସା ହେଉଛି। ସେହିପରି ଅହମଦିଆଙ୍କ ବିରୋଧରେ ବି ଆକ୍ରମଣ ହେଉଛି। ତେବେ କିଛି ଛାତ୍ର ଆନ୍ଦୋଳନକାରୀମାନେ ମଧ୍ୟ ହିନ୍ଦୁ ସମ୍ପତ୍ତିକୁ ସୁରକ୍ଷା ଦେବାକୁ ଏହାର ଜଗୁଆଳି ସାଜିଥିଲେ। ମଙ୍ଗଳବାର ରାତିସାରା ପହଁରା ଦେଇଥିଲେ।”
ବାଂଲାଦେଶରେ ବିଦ୍ରୋହ ପରେ ଶେଖ ହସିନା ଦେଶ ଛାଡ଼ି ଭାରତରେ ଶରଣ ନେଇଛନ୍ତି। ଏହାପରେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀ ବାସଭବନରେ ପଶି ଲୁଟପାଟ ଚଳାଇଛନ୍ତି। ବାଂଲାଦେଶ ସ୍ୱାଧୀନ କରିଥିବା ଶେଖ ହସିନାଙ୍କ ବାପା ମୁଜିବୁର ରେହମାନଙ୍କ ପ୍ରତିମୂର୍ତ୍ତି ଭାଙ୍ଗାଯାଇଛି ଓ ଧାନମଣ୍ଡିରେ ଥିବା ତାଙ୍କ ପିଲା ବେଳର ଘର ଭାଙ୍ଗିବା ସହ ଜାଳି ଦିଆଯାଇଛି।