ବାଂଲାଦେଶରେ ଅନ୍ତରୀଣ ସରକାରର ଆଜି ଶପଥଗ୍ରହଣ

ଆଜି ହେବ ଶପଥଗ୍ରହଣ ଉତ୍ସବ । ବାଂଲାଦେଶରେ ନବଗଠିତ ଅନ୍ତରୀଣ ସରକାରର ନେତୃତ୍ବ ନେବେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ।

ବାଂଲାଦେଶରେ ଅନ୍ତରୀଣ ସରକାରର ଆଜି ଶପଥଗ୍ରହଣ

ଶେଖ୍ ହାସିନା ସରକାରର ପତନ ପରେ, ବାଂଲାଦେଶରେ ନବଗଠିତ ଅନ୍ତରୀଣ ସରକାରର ନେତୃତ୍ବ ନେବେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ। ଦେଶରେ ରାଜନୈତିକ ଅସ୍ଥିରତା ଭିତରେ ଆଜି ହେବ ଶପଥଗ୍ରହଣ ଉତ୍ସବ। ଆଜି ରାତି ପ୍ରାୟ ୮ଟାରେ ୮୪ ବର୍ଷୀୟ ୟୁନୁସ୍ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେବା କାର୍ଯ୍ୟକ୍ରମ ରହିଛି । ଏଭଳି ସ୍ଥିତିରେ ଦେଶବାସୀଙ୍କୁ ଶାନ୍ତ ରହିବାକୁ ଆହ୍ବାନ ଦେବା ସହ ନୂଆ ବାଂଲାଦେଶ ଗଠନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ୟୁନୁସ ।

ଅଧିକ ପଢନ୍ତୁ : କିଏ ଏହି ଛାତ୍ରନେତା, ଯିଏ ଶେଖ ହସିନାଙ୍କ ବିରୋଧରେ ନେଉଥିଲେ ଆନ୍ଦୋଳନର ନେତୃତ୍ୱ

ଆଜି ସେ ଫ୍ରାନ୍ସରୁ ଢାକା ଫେରିବେ । ନୂଆ ସରକାର ପାଇଁ ଏକ ୧୫ ଜଣିଆ ପରାମର୍ଶଦାତା ପରିଷଦ ମଧ୍ୟ ଗଠନ ହେବ । ରାଷ୍ଟ୍ରପତି ଶାହାବୁଦ୍ଦିନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । କୁହାଯାଉଛି, ଏହି ସରକାର ୩ ମାସ ପାଇଁ କାର୍ଯ୍ୟ କରିବ ଏବଂ ସେ ଭିତରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ସଂପୂର୍ଣ୍ଣ କରିବ । ସେପଟେ ବାଂଲାଦେଶରେ ଏବେ ବି ରାଜନୈତିକ ହିଂସାକାଣ୍ଡ ଜାରି ରହିଛି । ଆୱାମୀ ଲିଗ୍ ନେତାଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ ହୋଇଛି ।

ଏପଟେ ଭାରତରେ ଆଉ କିଛି ଦିନ ରହିପାରନ୍ତି ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା । ତାଙ୍କ ପୁଅ ସଜିବ ୱାଜିଦ ଏହି ସୂଚନା ଦେଇଛନ୍ତି । ତେବେ ପରବର୍ତ୍ତୀ ସମୟରେ ସେ କୁଆଡେ ଯିବେ ତାହା ସ୍ପଷ୍ଟ ହୋଇନାହିଁ । 

ଅଧିକ ପଢନ୍ତୁ : ୟୁରୋପୀୟ ଦେଶରେ ଶରଣ ଖୋଜୁଛନ୍ତି ହସିନା, ଶରଣ ଦେବାକୁ ବ୍ରିଟେନ, ଆମେରିକା ଅମଙ୍ଗ