ବାଂଲାଦେଶରେ ହିଂସା, ଓଡ଼ିଶାରେ ଚିନ୍ତା: ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ
କନକ ବ୍ୟୁରୋ: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଯେତେ ବଢ଼ୁଛି, ଓଡ଼ିଶାରେ ସେତେ ଚିନ୍ତା ଦେଖିବାକୁ ମିଳିଛି। ସମୁଦ୍ର ପଥ ଦେଇ ବାଂଲାଦେଶୀ ଅନୁପ୍ରବେଶକାରୀ ଆସିବାର ଆଶଙ୍କା ଥିବାରୁ ରାଜ୍ୟରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଏପଟେ ଜଳପଥ ଓ ସ୍ଥଳପଥ ଗୁଡ଼ିକରେ ପ୍ରତିଟି ଗତିବିଧି ଉପରେ ନଜର ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କିନ୍ତୁ ବିଭିନ୍ନ ସାମୁଦ୍ରିକ ଥାନାରୁ ଆସିଥିବା ଚିତ୍ର ସୁରକ୍ଷାକୁ ନେଇ ବଢ଼ାଇ ଦେଇଛି ଚିନ୍ତା। ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଭିତରେ ଓଡ଼ିଶାରେ ହାଇଆଲର୍ଟ। […] The post ବାଂଲାଦେଶରେ ହିଂସା, ଓଡ଼ିଶାରେ ଚିନ୍ତା: ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ first appeared on Kanak News.

କନକ ବ୍ୟୁରୋ: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଯେତେ ବଢ଼ୁଛି, ଓଡ଼ିଶାରେ ସେତେ ଚିନ୍ତା ଦେଖିବାକୁ ମିଳିଛି। ସମୁଦ୍ର ପଥ ଦେଇ ବାଂଲାଦେଶୀ ଅନୁପ୍ରବେଶକାରୀ ଆସିବାର ଆଶଙ୍କା ଥିବାରୁ ରାଜ୍ୟରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଏପଟେ ଜଳପଥ ଓ ସ୍ଥଳପଥ ଗୁଡ଼ିକରେ ପ୍ରତିଟି ଗତିବିଧି ଉପରେ ନଜର ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କିନ୍ତୁ ବିଭିନ୍ନ ସାମୁଦ୍ରିକ ଥାନାରୁ ଆସିଥିବା ଚିତ୍ର ସୁରକ୍ଷାକୁ ନେଇ ବଢ଼ାଇ ଦେଇଛି ଚିନ୍ତା।
ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଭିତରେ ଓଡ଼ିଶାରେ ହାଇଆଲର୍ଟ। ଅନୁପ୍ରବେଶକାରୀ ରାଜ୍ୟକୁ ପଶିଆସିବାର ସମ୍ଭାବନା ଥିବାରୁ ସମସ୍ତ ଜଳପଥ ଓ ସ୍ଥଳପଥ ଉପରେ କଡା ନଜର ରଖିଛି ଓଡ଼ିଶା ପୋଲିସ। ମୁଖ୍ୟତଃ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାର ୯ଟି ସାମୁଦ୍ରିକ ପୋଲିସ ଷ୍ଟେସନକୁ ଆଲର୍ଟ କରାଯାଇଛି। ସେପଟେ ବାଂଲାଦେଶରେ ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଥିବାରୁ ପୁରୀରେ ମଧ୍ୟ ହାଇଆଲର୍ଟ ଜାରି ହୋଇଛି। ପୁରୀ ଜିଲ୍ଲା ଯେହେତୁ ସମୁଦ୍ର ତଟରେ ଅବସ୍ଥିତ, ସେଥିପାଇଁ କୌଣସି ଅନୁପ୍ରବେଶ ଆଶଙ୍କାକୁ ନେଇ କୋଷ୍ଟ ଗାର୍ଡ ସହିତ ପୁରୀ ମେରାଇନ୍ ପୁଲିସ ନିୟମିତ ପାଟ୍ରୋଲିଂ କରୁଥିବା କହିଛନ୍ତି ପୁରୀ ଏସପି।
ବାଂଲାଦେଶରେ ରାଜନୈତିକ ହିଂସା ପରେ ରାଜ୍ୟର ସବୁ ସାମୁଦ୍ରିକ ଥାନାକୁ ସଜାଗ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ। ହେଲେ ଏଠାରେ ନା ଚେକିଂ ହେଉଛି ନା ରାତିରେ ବୁଲୁଛି ପାଟ୍ରୋଲିଂ ଗାଡ଼ି। ଭଦ୍ରକ ଧାମରାରୁ ତାଳଚୁଆ ମଧ୍ୟକୁ ପ୍ରବେଶ କରୁଥିଲେ ଅନେକ ଯାତ୍ରୀ। ଏମାନଙ୍କୁ ଯାଞ୍ଚ କରିବା ପାଇଁ ମେରାଇନ୍ ପୋଲିସର କୌଣସି କର୍ମଚାରୀ ନଥିଲେ। ଅନ୍ୟପଟେ ତାଳଚୁଆ ସାମୁଦ୍ରିକ ଥାନା ଗେଟ୍ ବନ୍ଦ ଥିବା ମଧ୍ୟ ଦେଖିବାକୁ ମିଳିଛି। ଫଳରେ ଉପକୂଳବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି।
ବାଲେଶ୍ଵର ଜିଲ୍ଲାର ତାଳସାରୀରୁ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସିଛି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ତାଳସାରୀଠାରେ ୩ଟି ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଥିଲା। ଏହା ସତ୍ତ୍ବେ ସମୁଦ୍ର ବାଟ ଦେଇ ବଙ୍ଗଭାଷୀଙ୍କ ଅନୁପ୍ରବେଶ ଜାରି ରହିଛି। ସେପଟେ କିନ୍ତୁ ଜଳେଶ୍ବର ଏସଡିପିଓ କହିଛନ୍ତି ଯେ ପୁଲିସ ସଜାଗ ରହିଛି।
The post ବାଂଲାଦେଶରେ ହିଂସା, ଓଡ଼ିଶାରେ ଚିନ୍ତା: ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ first appeared on Kanak News.