ବାଃ କି ଅଭିନୟ...ମଞ୍ଚରେ ଆକ୍ଟିଂ, ତଳେ ରାଗିଗଲେ ଦର୍ଶକ; ମଞ୍ଚରେ ଚଢ଼ି ପିଟିଲେ...
ଭିଲେନ୍ର ଡାଇଲଗ୍ ଶୁଣି ପ୍ରଥମେ ବୋତଲ ମାଡ଼ ହୋଇଥିଲା। ଆଉ ପରେ ସିଧା ମଞ୍ଚ ଉପରେ ଚଢ଼ି ଲୋକେ ଭିଲେନକୁ ପିଟିବାକୁ ଲାଗିଥିଲେ।
ଅଭିନୟ ଏମିତି କି ଲୋକେ କାନ୍ଦି ପକାନ୍ତି ଆଉ ହସି ଦିଅନ୍ତି । ଅଭିନୟ ଏମିତି କି ଯାହାକୁ ଦେଖିବା ପରେ ଲୋକେ କାହାଣୀ ଭିତରେ ହଜିଯାଆନ୍ତି । ଏମିତି ଅନେକ ଘଟଣା, ଏପରି ପରିସ୍ଥିତି ଆପଣଙ୍କ ସହ ଘଟିଥିବ କିମ୍ବା ଆପଣଙ୍କ ପାଖ ପଡ଼ିଶାରେ ଏକଥା ଶୁଣିଥିବେ। ହେଲେ ଜୀବନ୍ତ ଅଭିନୟ ଦେଖି କିଛି ଲୋକେ ଭିଲେନକୁ ମାଡ଼ ମାରିଛନ୍ତି।
ଘଟଣା ଘଟିଛି ସମ୍ବଲପୁର ନକ୍ସାପାଲିରେ । ଯାତ୍ରା ସ୍ବର୍ଣ୍ଣ ମହଲର ଅପେରା ‘ସ୍ବାମୀ ପାଇଁ ନର୍କକୁ ଯିବି’ ପରିବେଷଣ ହେଉଥିଲା । ସେଠି ହିରୋକୁ ବାନ୍ଧି ୩ରୁ ୪ ଜଣ ଭିଲିଏନ୍ ମାଡ଼ ମାରୁଥିଲେ । ଅଭିନୟ ଏତେ ଜୀବନ୍ତ, ଏତେ ମର୍ମସ୍ପର୍ଶୀ ଥିଲା ଯେ, ମଞ୍ଚ ତଳେ ବସିଥିବା ଲୋକେ ତୁରନ୍ତ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ।
ଭିଲେନ୍ର ଡାଇଲଗ୍ ଶୁଣି ପ୍ରଥମେ ବୋତଲ ମାଡ଼ ହୋଇଥିଲା। ଆଉ ପରେ ସିଧା ମଞ୍ଚ ଉପରେ ଚଢ଼ି ଲୋକେ ଭିଲେନକୁ ପିଟିବାକୁ ଲାଗିଥିଲେ। କିଛି ସମୟ ପାଇଁ ଘଟଣାସ୍ଥଳରେ ଅପ୍ରୀତିକିର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଅନ୍ୟ କିଛି ଲୋକେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।