ବାଇକ ଆରୋହିଙ୍କୁ ଧକ୍କା ଦେଲା ଧାନ ବୋଝେଇ ଗାଡି
ଜୟପାଟଣା,୮।୧୧(ଓମ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡା ପୋଲିସ ଫାଣ୍ଡି ସମ୍ମୁଖରେ ଶୁକ୍ରବାର ଅପରାହ୍ନରେ ଏକ ୪୦୭ ଧାନ ବୋଝେଇ ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀଙ୍କ ନାମ ମୁକୁନ୍ଦ ମାଝୀ ହୋଇଥିବା ବେଳେ ସେ କନକପୁର ଗ୍ରାମର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ମୃତ ମୁକୁନ୍ଦ ରାଜ ମିସ୍ତ୍ରୀ ଭାବରେ କାମ କରୁଥିଲେ। ଅପରାହ୍ନରେ ସେ ମୁଖିଗୁଡାରୁ ବାଇକ ନଂ (୦ଡି ୦୮ […] The post ବାଇକ ଆରୋହିଙ୍କୁ ଧକ୍କା ଦେଲା ଧାନ ବୋଝେଇ ଗାଡି appeared first on Dharitri Odia News.
ଜୟପାଟଣା,୮।୧୧(ଓମ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡା ପୋଲିସ ଫାଣ୍ଡି ସମ୍ମୁଖରେ ଶୁକ୍ରବାର ଅପରାହ୍ନରେ ଏକ ୪୦୭ ଧାନ ବୋଝେଇ ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।
ମୃତ ବାଇକ ଆରୋହୀଙ୍କ ନାମ ମୁକୁନ୍ଦ ମାଝୀ ହୋଇଥିବା ବେଳେ ସେ କନକପୁର ଗ୍ରାମର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ମୃତ ମୁକୁନ୍ଦ ରାଜ ମିସ୍ତ୍ରୀ ଭାବରେ କାମ କରୁଥିଲେ। ଅପରାହ୍ନରେ ସେ ମୁଖିଗୁଡାରୁ ବାଇକ ନଂ (୦ଡି ୦୮ ଇ -୪୪୧୬)ରେ ଘରକୁ ଫେରୁଥିବାବେଳେ ବାଟରେ ପୋଲିସ ଫାଣ୍ଡି ସମ୍ମୁଖରେ ବଜାର ଆଡୁ ଦୃତ ଗତିରେ ଆସୁଥିବା ଏକ ଧାନ ବୋଝେଇ ୪୦୭ ଗାଡ଼ି ନଂ (ଓଆର ୦୮ ଇ -୭୦୦୯) ତାଙ୍କୁ ମୁହାଁମୁହିଁ ଧକ୍କା ଦେବା ସହ ପାଖାପାଖି ଶହେ ମିଟର ଘୋଷାଡି ନେଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ମୁକୁନ୍ଦଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ,ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପ୍ରଯ୍ୟନ୍ତ ମଣ୍ଡି ଵ୍ୟଵସ୍ଥା ଆରମ୍ଭ ହୋଇ ନ ଥିବାବେଳେ ସମ୍ପୃକ୍ତ ଗାଡ଼ିରେ ଏତେ ସଂଖ୍ୟାରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ଚୋରା ଚାଲାଣକୁ ନେଇଁ ସାଧାରଣରେ ସନ୍ଧେହ ପ୍ରକାଶ ପାଇଛି। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ବାଇକ ଆରୋହିଙ୍କୁ ଧକ୍କା ଦେଲା ଧାନ ବୋଝେଇ ଗାଡି appeared first on Dharitri Odia News.