ରୁଷ ତେଲ କିଣି ଦୁନିଆ ଉପରେ ଉପକାର କରିଛି ଭାରତ: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ: ବିଶ୍ୱରେ ଅନିଶ୍ଚିତତା ମଧ୍ୟରେ ରୁଷରୁ ତେଲ କିଣିବା ନେଇ ଭାରତର ନିଷ୍ପତ୍ତି ତେଲ ମୂଲ୍ୟରେ ସମ୍ଭାବିତ ବୃଦ୍ଧିକୁ ରୋକିବାରେ ସଫଳ ହୋଇଛି । କେନ୍ଦ୍ର ପ୍ରେଟ୍ରୋଲିୟମ ଏବଂ ପ୍ରାକୃତିକ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି । ଅବୁ ଧାବିରେ ସିଏନ୍‌ଏନ୍‌ରେ ବେକି ଆଣ୍ଡରସନଙ୍କ ସହ ସକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି ଯେ ଯଦି ଭାରତ ସରକାର ରୁଷ ତେଲ କିଣି ନଥାନ୍ତା, ତେବେ ବୈଶ୍ୱିକ ସ୍ତରରେ ତେଲର ମୂଲ୍ୟ ସମସ୍ତଙ୍କ ପାଇଁ ୨୦୦ ଡଲାର ଯାଏ ବଢିଥାନ୍ତା । ସେ କହିଛନ୍ତି ଯେ ଆଗାମୀ ବର୍ଷରେ ବି ତେଲ, ଦୁନିଆର ଉର୍ଜା ଯୋଗାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିବ ।କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି, '୨୦୨୬ ଯାଏ, ଯେତେବେଳେ ବଜାରରେ ଅଧିକ ଉର୍ଜା ଉପଲବ୍ଧ ହେବ, ସ୍ଥିତିର ଅଧ୍ୟୟନକାରୀ ଭାବେ ମୁଁ ଅନୁଭବ କରୁଛି ଯେ ମୂଲ୍ୟ ସ୍ଥିର ରହିବ ଏବଂ ତଳକୁ ଖସିବା ସମ୍ଭାବନା ଅଧିକ ରହିଛି ।'ଅକ୍ଟୋବରରେ ରୁଷ ତେଲ ଆମଦାନୀ ୧୦ ପ୍ରତିଶତ ହ୍ରାସ ପଛର କାରଣର ଜବାବ ବି ମନ୍ତ୍ରୀ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ବଜାରରେ ପ୍ରତିଯୋଗିତା ଯୋଗୁଁ ଏପରି ହୋଇଛି । ଅନ୍ୟ ଲୋକ ବି ସେହି ସମାନ ଦରରେ ଯୋଗାଣ କରିବାରୁ ପ୍ରସ୍ତୁତ ଅଛନ୍ତି । ଏକ ସୁସ୍ଥ ପ୍ରତିଯୋଗିତା ଚାଲିଛି ।' ରୁଷ ତେଲ ଆମଦାନୀ ହ୍ରାସ କରିବା ଏକ ରଣନୈତିକ ନିଷ୍ପତ୍ତି ଥିଲା କି ପ୍ରଶ୍ନର ଜବାବରେ ମନ୍ତ୍ରୀ କହିଛନ୍ତି,

ରୁଷ ତେଲ କିଣି ଦୁନିଆ ଉପରେ ଉପକାର କରିଛି ଭାରତ: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ: ବିଶ୍ୱରେ ଅନିଶ୍ଚିତତା ମଧ୍ୟରେ ରୁଷରୁ ତେଲ କିଣିବା ନେଇ ଭାରତର ନିଷ୍ପତ୍ତି ତେଲ ମୂଲ୍ୟରେ ସମ୍ଭାବିତ ବୃଦ୍ଧିକୁ ରୋକିବାରେ ସଫଳ ହୋଇଛି । କେନ୍ଦ୍ର ପ୍ରେଟ୍ରୋଲିୟମ ଏବଂ ପ୍ରାକୃତିକ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି । ଅବୁ ଧାବିରେ ସିଏନ୍‌ଏନ୍‌ରେ ବେକି ଆଣ୍ଡରସନଙ୍କ ସହ ସକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି ଯେ ଯଦି ଭାରତ ସରକାର ରୁଷ ତେଲ କିଣି ନଥାନ୍ତା, ତେବେ ବୈଶ୍ୱିକ ସ୍ତରରେ ତେଲର ମୂଲ୍ୟ ସମସ୍ତଙ୍କ ପାଇଁ ୨୦୦ ଡଲାର ଯାଏ ବଢିଥାନ୍ତା । ସେ କହିଛନ୍ତି ଯେ ଆଗାମୀ ବର୍ଷରେ ବି ତେଲ, ଦୁନିଆର ଉର୍ଜା ଯୋଗାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିବ ।

କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି, '୨୦୨୬ ଯାଏ, ଯେତେବେଳେ ବଜାରରେ ଅଧିକ ଉର୍ଜା ଉପଲବ୍ଧ ହେବ, ସ୍ଥିତିର ଅଧ୍ୟୟନକାରୀ ଭାବେ ମୁଁ ଅନୁଭବ କରୁଛି ଯେ ମୂଲ୍ୟ ସ୍ଥିର ରହିବ ଏବଂ ତଳକୁ ଖସିବା ସମ୍ଭାବନା ଅଧିକ ରହିଛି ।'

ଅକ୍ଟୋବରରେ ରୁଷ ତେଲ ଆମଦାନୀ ୧୦ ପ୍ରତିଶତ ହ୍ରାସ ପଛର କାରଣର ଜବାବ ବି ମନ୍ତ୍ରୀ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ବଜାରରେ ପ୍ରତିଯୋଗିତା ଯୋଗୁଁ ଏପରି ହୋଇଛି । ଅନ୍ୟ ଲୋକ ବି ସେହି ସମାନ ଦରରେ ଯୋଗାଣ କରିବାରୁ ପ୍ରସ୍ତୁତ ଅଛନ୍ତି । ଏକ ସୁସ୍ଥ ପ୍ରତିଯୋଗିତା ଚାଲିଛି ।' 

ରୁଷ ତେଲ ଆମଦାନୀ ହ୍ରାସ କରିବା ଏକ ରଣନୈତିକ ନିଷ୍ପତ୍ତି ଥିଲା କି ପ୍ରଶ୍ନର ଜବାବରେ ମନ୍ତ୍ରୀ କହିଛନ୍ତି, 'ତେଲକୁ ନେଇ ଏହା ବଜାରରେ ନିଆଯାଇଥିବା ନିଷ୍ପତ୍ତି ଅଟେ । ରୁଷ ୟୁକ୍ରେନ ଯୁଦ୍ଧ ଆରମ୍ଭ ବେଳେ ବଜାରରେ ୧୩ ମିଲିୟନ ବ୍ୟାରେଲ ରୁଷ ତେଲ ଥିଲା, ଯଦି ହଠାତ୍ ସେହି ତେଲ୍ ବଜାରରୁ ଗାୟବ ହୋଇଥାନ୍ତା ଏବଂ ଭାରତ ନିଜର ୫ ମିଲିୟନ ବ୍ୟାରେଲକୁ ଆରବ ଦେଶରୁ ଆମଦାନୀ କରିଥାନ୍ତା ତେବେ ତେଲର ମୂଲ୍ୟ ପ୍ରତି ବ୍ୟାରେଲ୍ ୨୦୦ ଡଲାର ହୋଇଥାନ୍ତା । ତେଣୁ ରୁଷଠାରୁ ତେଲ କିଣି ଆମେ ସମସ୍ତଙ୍କ ଉପରେ ଉପକାର କରିଛୁ।' ହରଦୀର ସିଂହ ପୁରୀ ନିଜ ଏକ୍ସ ଆକାଉଣ୍ଟରେ ମଧ୍ୟ ବିସ୍ତୃତ ସୂଚନା ସେୟାର କରିଛନ୍ତି ।