ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିଥିବା ପରିବାକୁ ସହାୟତାର ହାତ ବଢାଇଲେ ପ୍ରତାପ
ଦାରିଙ୍ଗବାଡି, ୪।୧୧ (ଅରୁଣ ସାହୁ): କଂଗ୍ରେସ ନେତା ତଥା ସମାଜସେବୀ ପ୍ରତାପ ପ୍ରଧାନ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚିଛନ୍ତି। ସେଠାରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ରହିଥିବା ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ସେମାନଙ୍କ ପରିବାର ଲୋକଙ୍କ ପାଇଁ ଖାଦ୍ୟ ତଥା ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ଏହି ସମୟରେ ମୃତ ରମିତା ପାଟମାଝିଙ୍କ ୨ ଶିଶୁଙ୍କ ପାଠପଢା ପାଇଁ ଆବଶ୍ୟକ ଦାୟିତ୍ୱ ସେ ନେବାକୁ […] The post ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିଥିବା ପରିବାକୁ ସହାୟତାର ହାତ ବଢାଇଲେ ପ୍ରତାପ appeared first on Dharitri Odia News.
ଦାରିଙ୍ଗବାଡି, ୪।୧୧ (ଅରୁଣ ସାହୁ): କଂଗ୍ରେସ ନେତା ତଥା ସମାଜସେବୀ ପ୍ରତାପ ପ୍ରଧାନ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚିଛନ୍ତି। ସେଠାରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ରହିଥିବା ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ସେମାନଙ୍କ ପରିବାର ଲୋକଙ୍କ ପାଇଁ ଖାଦ୍ୟ ତଥା ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ଏହି ସମୟରେ ମୃତ ରମିତା ପାଟମାଝିଙ୍କ ୨ ଶିଶୁଙ୍କ ପାଠପଢା ପାଇଁ ଆବଶ୍ୟକ ଦାୟିତ୍ୱ ସେ ନେବାକୁ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ସେଠାରେ ପୀଡିତଙ୍କ ପରିବାର ସହ ଆଲୋଚନା ବେଳେ କେଉଁ ପରିସ୍ଥିତରେ ବାସି ଆମ୍ବ ଟାକୁଆ ଯାଉ ଖାଇଥିଲେ ପଚାରିବୁଝିବା ଲୋକଙ୍କ ମୌଳିକ ସମସ୍ୟା ଗୁଡିକ ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରତାପଙ୍କ ସହ ଦଳର ରଞ୍ଜନ ସିଂ, ଅକ୍ଷୟ ପରିଛା, ଅମନ ନାୟକ,ସପନ ନାୟକ, ଲଛି ପରିଛା, ନମିତା ପରିଡା,କୁକୁ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ସୂଚନାଯୋଗ୍ୟ, ପ୍ରତାପ କନ୍ଧମାଳ ଜିଲା ଟିକାବାଲି ବ୍ଲକ ପାବୁରିଆ ଅଞ୍ଚଳର ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରହୁଛନ୍ତି। କୋଭିଡ ସମୟରେ ସେ ଭୁବନେଶ୍ୱରରେ ଗରିବ ଶ୍ରେଣୀର ପରିବାରକୁ ରନ୍ଧା ଖାଦ୍ୟ ଦୈନିକ ଶହ ଶହ ଲୋକଙ୍କୁ ମାଗଣା ଦେଇ ଚର୍ଚ୍ଚାରେ ରହିଥିଲେ।
The post ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିଥିବା ପରିବାକୁ ସହାୟତାର ହାତ ବଢାଇଲେ ପ୍ରତାପ appeared first on Dharitri Odia News.