ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି: ସ୍ତ୍ରୀ ଆଗରେ ଚାଲିଗଲେ ସ୍ବାମୀ ଓ ଛୁଆ…
କଟକ: କଟକ ଜିଲ୍ଲା ଶିଖରପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବାପା ଓ ପୁଅ। ଖବର ଅନୁଯାୟୀ, ଏକ ବାଇକରେ ପରିବାରର ତିନି ଜଣ ଆସୁଥିବାବେଳେ ଏକ ଅଜଣା ଗାଡି ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ବାପା ଓ ପୁଅ ରାସ୍ତା ଉପରେ ଛିଟିକି ପଡିଥିଲେ। ଗାଡି ସେମାନଙ୍କ ଉପରେ ଚଢି ଯାଇଥିଲା। ଜଗତପୁର ପୁଲିସ ମୃତଦେହ ଉଦ୍ଧାର କରିବା ସହ ବ୍ଯବଛେଦ ପାଇଁ […]

କଟକ: କଟକ ଜିଲ୍ଲା ଶିଖରପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବାପା ଓ ପୁଅ।
ଖବର ଅନୁଯାୟୀ, ଏକ ବାଇକରେ ପରିବାରର ତିନି ଜଣ ଆସୁଥିବାବେଳେ ଏକ ଅଜଣା ଗାଡି ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ବାପା ଓ ପୁଅ ରାସ୍ତା ଉପରେ ଛିଟିକି ପଡିଥିଲେ। ଗାଡି ସେମାନଙ୍କ ଉପରେ ଚଢି ଯାଇଥିଲା। ଜଗତପୁର ପୁଲିସ ମୃତଦେହ ଉଦ୍ଧାର କରିବା ସହ ବ୍ଯବଛେଦ ପାଇଁ ପଠାଇଛି।