ବାଇକ୍ ଆରୋହୀକୁ ଚାପି ଦେଲା ଟ୍ରକ, ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ
ବାଂଶପାଳ ୦୪।୦୪ : କେନ୍ଦୁଝର ଜିଲ୍ଲା ସଦର ଥାନା ରାଇଗୋଡାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ବିନିଦା ଗାଁର ସନ୍ତୋଷ ଦେହୁରୀ ବୋଲି ଜଣାପଡିଛି । ତାଙ୍କ ବୟସ ୨୫ ବର୍ଷ ବୋଲି ସୂଚନା ରହିଛି । ତେବେ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ଏପିରିକି ଉତ୍ୟକ୍ତ ଲୋକ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜାଳି ଦେଇଛନ୍ତି । ସେପଟେ ଘଟଣା ସଂପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ହେଲେ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଅଡି ବସିଥିଲେ । ପରିସ୍ଥିତ ଅଣାୟତ ହେବାରୁ ଫୋର୍ସ ମୁତୟନ ହୋଇଥିଲେ । ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ ଏବଂ ବାଇକ୍କୁ ଜବତ କରିଛି ।
ବାଂଶପାଳ ୦୪।୦୪ : କେନ୍ଦୁଝର ଜିଲ୍ଲା ସଦର ଥାନା ରାଇଗୋଡାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ବିନିଦା ଗାଁର ସନ୍ତୋଷ ଦେହୁରୀ ବୋଲି ଜଣାପଡିଛି । ତାଙ୍କ ବୟସ ୨୫ ବର୍ଷ ବୋଲି ସୂଚନା ରହିଛି ।
ତେବେ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ଏପିରିକି ଉତ୍ୟକ୍ତ ଲୋକ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜାଳି ଦେଇଛନ୍ତି । ସେପଟେ ଘଟଣା ସଂପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ହେଲେ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଅଡି ବସିଥିଲେ । ପରିସ୍ଥିତ ଅଣାୟତ ହେବାରୁ ଫୋର୍ସ ମୁତୟନ ହୋଇଥିଲେ । ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ ଏବଂ ବାଇକ୍କୁ ଜବତ କରିଛି ।