ବାଇକ୍ କିଣିଲେ ଏବେ ଶସ୍ତାରେ ମିଳିବ ହେଲମେଟ୍, ନୀତିନ ଗଡକରୀଙ୍କ ବଡ଼ ସୂଚନା
ନୂଆଦିଲ୍ଲୀ,୫।୯: ଆପଣ ବାଇକ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ବର୍ତ୍ତମାନ ଆପଣ ଆଉ ଏକ ଲାଭ ପାଇବାକୁ ଯାଉଛନ୍ତି। ବର୍ତ୍ତମାନ ସମସ୍ତ ପ୍ରକାର ବାଇକ୍ କ୍ରୟକାରୀଙ୍କ ପାଇଁ ଶସ୍ତା ହେଲମେଟ ଉପଲବ୍ଧ ହେବାକୁ ଯାଉଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଏହି ପରି ଦୁଇ ଚକିଆ ଯାନ ନିର୍ମାତାଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ବାଇକ କିଣୁଥିବା କୌଣସି ଗ୍ରାହକଙ୍କୁ ଏବେ ରିହାତିରେ ହେଲମେଟ ଯୋଗାଇ […] The post ବାଇକ୍ କିଣିଲେ ଏବେ ଶସ୍ତାରେ ମିଳିବ ହେଲମେଟ୍, ନୀତିନ ଗଡକରୀଙ୍କ ବଡ଼ ସୂଚନା appeared first on Dharitri Odia News.
ନୂଆଦିଲ୍ଲୀ,୫।୯: ଆପଣ ବାଇକ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ବର୍ତ୍ତମାନ ଆପଣ ଆଉ ଏକ ଲାଭ ପାଇବାକୁ ଯାଉଛନ୍ତି। ବର୍ତ୍ତମାନ ସମସ୍ତ ପ୍ରକାର ବାଇକ୍ କ୍ରୟକାରୀଙ୍କ ପାଇଁ ଶସ୍ତା ହେଲମେଟ ଉପଲବ୍ଧ ହେବାକୁ ଯାଉଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଏହି ପରି ଦୁଇ ଚକିଆ ଯାନ ନିର୍ମାତାଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ବାଇକ କିଣୁଥିବା କୌଣସି ଗ୍ରାହକଙ୍କୁ ଏବେ ରିହାତିରେ ହେଲମେଟ ଯୋଗାଇ ଦିଆଯିବ।
ନୀତିନ ଗଡକରୀ କହିଛନ୍ତି, ପ୍ରତିବର୍ଷ ଦେଶରେ ୫୦ ହଜାରରୁ ଅଧିକ ବାଇକ ଆରୋହୀ ହେଲମେଟ ପିନ୍ଧି ନ ଥିବାରୁ ମୃତ୍ୟୁ ବରଣ କରନ୍ତି। ୨୦୨୨ରେ ହେଲମେଟ ନ ପିନ୍ଧିବାରୁ ୫୦ହାଜର ୨୯ଜଣ ଲୋକ ପ୍ରାଣ ହରାଇଛନ୍ତି। ତେଣୁ ସମସ୍ତ ଦୁଇ ଚକିଆ କମ୍ପାନୀ ବାଇକ କ୍ରୟ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ହେଲମେଟ ଯୋଗାଇବା ଉଚିତ।
The post ବାଇକ୍ କିଣିଲେ ଏବେ ଶସ୍ତାରେ ମିଳିବ ହେଲମେଟ୍, ନୀତିନ ଗଡକରୀଙ୍କ ବଡ଼ ସୂଚନା appeared first on Dharitri Odia News.