ବାଇକ୍ ପଛରେ ବସୁଥିବା ଲୋକ ହୋଇଥା’ନ୍ତି ଅଧିକ ଦୁର୍ଘଟଣାର ଶିକାର: ରିପୋର୍ଟ
ନୂଆଦିଲ୍ଲୀ,୨।୩: ଦୁଇ ଚକିଆ ଯାନରେ ପଛରେ ବସୁଥିବା ୪୦ ପ୍ରତିଶତ ଲୋକ ହେଲମେଟ ପିନ୍ଧି ନ ଥା’ନ୍ତି ଯାହାଦ୍ୱାରା ସେମାନେ ଦୁର୍ଘଟଣାର ଶିକାର ହୋଇଥା’ନ୍ତି। ଦିଲ୍ଲୀର AIIMS ଟ୍ରମା ସେଣ୍ଟର ଦ୍ୱାରା ଏହି ରିପୋର୍ଟ ସାମ୍ନାକୁ ଆସିଛି। ତଥ୍ୟରୁ ଏହା ମଧ୍ୟ ଜଣାପଡିଛି ଯେ ଦୁଇ ଚକିଆ ଆରୋହୀଙ୍କ ମଧ୍ୟରୁ ୮୫ ପ୍ରତିଶତ ହେଲମେଟ ପିନ୍ଧିଥିଲେ। କିନ୍ତୁ ପଛରେ ପସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନ ଥିଲେ ଯେଉଁ କାରଣରୁ ସେମାନଙ୍କ ପଛ ମୁଣ୍ଡରେ ଆଘାତ ବାଜି […] The post ବାଇକ୍ ପଛରେ ବସୁଥିବା ଲୋକ ହୋଇଥା’ନ୍ତି ଅଧିକ ଦୁର୍ଘଟଣାର ଶିକାର: ରିପୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୨।୩: ଦୁଇ ଚକିଆ ଯାନରେ ପଛରେ ବସୁଥିବା ୪୦ ପ୍ରତିଶତ ଲୋକ ହେଲମେଟ ପିନ୍ଧି ନ ଥା’ନ୍ତି ଯାହାଦ୍ୱାରା ସେମାନେ ଦୁର୍ଘଟଣାର ଶିକାର ହୋଇଥା’ନ୍ତି। ଦିଲ୍ଲୀର AIIMS ଟ୍ରମା ସେଣ୍ଟର ଦ୍ୱାରା ଏହି ରିପୋର୍ଟ ସାମ୍ନାକୁ ଆସିଛି।
ତଥ୍ୟରୁ ଏହା ମଧ୍ୟ ଜଣାପଡିଛି ଯେ ଦୁଇ ଚକିଆ ଆରୋହୀଙ୍କ ମଧ୍ୟରୁ ୮୫ ପ୍ରତିଶତ ହେଲମେଟ ପିନ୍ଧିଥିଲେ। କିନ୍ତୁ ପଛରେ ପସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନ ଥିଲେ ଯେଉଁ କାରଣରୁ ସେମାନଙ୍କ ପଛ ମୁଣ୍ଡରେ ଆଘାତ ବାଜି କିଛି ଜଣଙ୍କର ଜୀବନ ଯାଇଥିଲା ଆଉ କିଛିଜଣ ପାଗଳ ହୋଇ ଯାଇଥିଲେ।
ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଅଧିକାଂଶ ଲୋକ ୨୦ ରୁ ୪୦ ବର୍ଷ ବୟସରେ ଅଟନ୍ତି। ଏହି ବୟସର ବ୍ୟକ୍ତି ଦେଶର ସବୁଠାରୁ ସକ୍ରିୟ ବର୍ଗ। ତେଣୁ ଏମାନଙ୍କର ଦୁର୍ଘଟଣାର ଶିକାର ହେବା ଦ୍ୱାରା କେବଳ ସେମାନଙ୍କ ପରିବାର ଉପରେ ନୁହେଁ ଦେଶର ଅର୍ଥନୀତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ।
The post ବାଇକ୍ ପଛରେ ବସୁଥିବା ଲୋକ ହୋଇଥା’ନ୍ତି ଅଧିକ ଦୁର୍ଘଟଣାର ଶିକାର: ରିପୋର୍ଟ appeared first on Dharitri Odia News.