ବିଡିଓଙ୍କୁ କୋର୍ଟ ଚାଲାଣ, ସରକାରୀ ଗାଡ଼ିରୁ ୪.୯୨ ଲକ୍ଷ ଜବତ କରିଥିଲା ଭିଜିଲାନ୍ସ
ଭବାନୀପାଟଣା,୩ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଭିଜିଲାନ୍ସ ବିଭାଗ ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରିଛି। ଏଥିସହ ବିଭାଗ ପକ୍ଷରୁ ତାଙ୍କ ନାଁରେ ମାମଲା(ନଂ.୧୪/୨୦୨୪) ରୁଜୁ କରାଯାଇଛି। ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନରେ ବିଡିଓ କାର୍ତ୍ତିକ ଭବାନୀପାଟଣା ଡିଆର୍ଡିଏ ସମ୍ମିଳନୀ କକ୍ଷରେ ହେଉଥିବା ସମୀକ୍ଷା ବୈଠକରେ ଯୋଗଦେଇ ନିଜର ସହକର୍ମୀଙ୍କ ସହ ସରକାରୀ ଗାଡ଼ିରେ କୋରାପୁଟ ଫେରିବା ବେଳେ ଜାରିଙ୍ଗ ଛକଠାରେ ଭିଜିଲାନ୍ସ ଟିମ୍ ତାଙ୍କ ଗାଡ଼ିରୁ ୪ ଲକ୍ଷ […] The post ବିଡିଓଙ୍କୁ କୋର୍ଟ ଚାଲାଣ, ସରକାରୀ ଗାଡ଼ିରୁ ୪.୯୨ ଲକ୍ଷ ଜବତ କରିଥିଲା ଭିଜିଲାନ୍ସ appeared first on Dharitri Odia News.
ଭବାନୀପାଟଣା,୩ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଭିଜିଲାନ୍ସ ବିଭାଗ ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରିଛି। ଏଥିସହ ବିଭାଗ ପକ୍ଷରୁ ତାଙ୍କ ନାଁରେ ମାମଲା(ନଂ.୧୪/୨୦୨୪) ରୁଜୁ କରାଯାଇଛି। ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନରେ ବିଡିଓ କାର୍ତ୍ତିକ ଭବାନୀପାଟଣା ଡିଆର୍ଡିଏ ସମ୍ମିଳନୀ କକ୍ଷରେ ହେଉଥିବା ସମୀକ୍ଷା ବୈଠକରେ ଯୋଗଦେଇ ନିଜର ସହକର୍ମୀଙ୍କ ସହ ସରକାରୀ ଗାଡ଼ିରେ କୋରାପୁଟ ଫେରିବା ବେଳେ ଜାରିଙ୍ଗ ଛକଠାରେ ଭିଜିଲାନ୍ସ ଟିମ୍ ତାଙ୍କ ଗାଡ଼ିରୁ ୪ ଲକ୍ଷ ୯୨ ହଜାର ଟଙ୍କା ଜବତ କରିଥିଲା। ତେବେ ଏହି ଟଙ୍କା ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଫଳରେ ଭିଜିଲାନ୍ସ ଅଧିକାରୀ ସନ୍ଦେହ କରି ପଚରାଉଚରା ପରେ ତାଙ୍କୁ ଗିରଫ କରିଥିଲେ। ଭିଜିଲାନ୍ସ ଅଧିକାରୀଙ୍କ କହିବା ମୁତାବକ, ବିଡିଓ ଅକ୍ଷମିତାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି। କୋଭିଡ୍ ଫଣ୍ଡ, ରେଡ୍କ୍ରସ ଫଣ୍ଡ ଆଦି ହଡ଼ପ ଅଭିଯୋଗରେ ତାଙ୍କ ବିରୋଧରେ ଦୁଇଥର ବିଭାଗୀୟ ତଦନ୍ତ ହୋଇଛି। ଏପରି କି ପୋଲିସରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
The post ବିଡିଓଙ୍କୁ କୋର୍ଟ ଚାଲାଣ, ସରକାରୀ ଗାଡ଼ିରୁ ୪.୯୨ ଲକ୍ଷ ଜବତ କରିଥିଲା ଭିଜିଲାନ୍ସ appeared first on Dharitri Odia News.