ବାଇକ୍‌ ଶୋଭାଯାତ୍ରାରେ ଗାଁକୁ ଗାଁ ବୁଲି ବିଷ୍ଣୁବ୍ରତଙ୍କ ନିର୍ବାଚନ ପ୍ରଚାର

ତିହିଡ଼ି,୩୧ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟଙ୍କୁ ରବିବାର ତିହିଡ଼ି ବ୍ଲକ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ବିଷ୍ଣୁବ୍ରତ ଦଳୀୟ ନେତା ଓ କର୍ମୀଙ୍କ ସହ ବାଇକ୍‌ ଶୋଭାଯାତ୍ରାରେ ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଥିଲେ। ଅଚକ ପଞ୍ଚାୟତର ଦୁର୍ଗା ମନ୍ଦିରଠାରେ ପୂଜାପାଠ କରାଯିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବାଇକ୍‌ ଶୋଭାଯାତ୍ରାରେ ତାଙ୍କ ଜନ୍ମମାଟି ମୁକୁନ୍ଦପୁର ଯାଇ ଜେଜେବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟ ଓ ବାପା […] The post ବାଇକ୍‌ ଶୋଭାଯାତ୍ରାରେ ଗାଁକୁ ଗାଁ ବୁଲି ବିଷ୍ଣୁବ୍ରତଙ୍କ ନିର୍ବାଚନ ପ୍ରଚାର appeared first on Dharitri Odia News.

ବାଇକ୍‌ ଶୋଭାଯାତ୍ରାରେ ଗାଁକୁ ଗାଁ ବୁଲି ବିଷ୍ଣୁବ୍ରତଙ୍କ ନିର୍ବାଚନ ପ୍ରଚାର

ତିହିଡ଼ି,୩୧ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟଙ୍କୁ ରବିବାର ତିହିଡ଼ି ବ୍ଲକ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ବିଷ୍ଣୁବ୍ରତ ଦଳୀୟ ନେତା ଓ କର୍ମୀଙ୍କ ସହ ବାଇକ୍‌ ଶୋଭାଯାତ୍ରାରେ ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଥିଲେ।

ଅଚକ ପଞ୍ଚାୟତର ଦୁର୍ଗା ମନ୍ଦିରଠାରେ ପୂଜାପାଠ କରାଯିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବାଇକ୍‌ ଶୋଭାଯାତ୍ରାରେ ତାଙ୍କ ଜନ୍ମମାଟି ମୁକୁନ୍ଦପୁର ଯାଇ ଜେଜେବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟ ଓ ବାପା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ବାଇକ୍‌ ଶୋଭାଯାତ୍ରାରେ ନିର୍ବାଚନମଣ୍ଡଳୀ ଅଧୀନ ଭାଟପଡ଼ା, ମହରମପୁର, ସୟା, ବାହାବଳପୁର, କୋହ୍ଲ, ମଙ୍ଗଳପୁର ଓ ସିନ୍ଦୋଳ ପଞ୍ଚାୟତ ବୁଲିଥିଲେ।

ବରିଷ୍ଠ ନେତା ଦୁର୍ଗାଦତ୍ତ ରାଉତରାୟ, ବ୍ଲକ ସଭାପତି ରଘୁନାଥ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ଜିଲା ଉପସଭାପତି ସୁରେନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର ନାୟକ, ସରପଞ୍ଚ ତାପସ ବେହେରା, କୈଳାସ ପରିଡ଼ା, ଜିଲା ସାଧାରଣ ସମ୍ପାଦକ କମଳାକାନ୍ତ ଲେଙ୍କା, ପୂର୍ବତନ ସରପଞ୍ଚ କୀର୍ତନ ରାଉତ, ବିଷ୍ଣୁ କୁଅଁର, ବିପିନ ବେହେରା ପ୍ରମୁଖ ଶୋଭାଯାତ୍ରାରେ ସାମିଲ ଥିଲେ।

The post ବାଇକ୍‌ ଶୋଭାଯାତ୍ରାରେ ଗାଁକୁ ଗାଁ ବୁଲି ବିଷ୍ଣୁବ୍ରତଙ୍କ ନିର୍ବାଚନ ପ୍ରଚାର appeared first on Dharitri Odia News.