ବାଇକ୍କୁ ଧକ୍କା ଦେଲା କମାଣ୍ଡର, ଚାଲିଗଲା ଶିକ୍ଷକଙ୍କ ଜୀବନ
ପାରଳାଖେମୁଣ୍ଡି,୧ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କେସିପୁରୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏଲ୍. ନିରଞ୍ଜନଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ସହରର କାଚରା ସାହିର ବାସିନ୍ଦା ନିରଞ୍ଜନ ପ୍ରତ୍ୟେକ ଦିନ ଭଳି ଶନିବାର ସକାଳୁ ନିଜ କର୍ମକ୍ଷେତ୍ର କେସିପୁରୁ ଉଚ୍ଚ ବିଦ୍ୟାଳୟକୁ ଯାଉଥିବା ବେଳେ ଜାଙ୍ଗଲ ଛକ ନିକଟରେ ଗୁମ୍ମା ଅଭିମୁଖେ ଯାଉଥିବା ଏକ କମାଣ୍ଡର ସହ ଧକ୍କା ହୋଇଥିଲା। ଫଳରେ ଶିକ୍ଷକ ଜଣକ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ […] The post ବାଇକ୍କୁ ଧକ୍କା ଦେଲା କମାଣ୍ଡର, ଚାଲିଗଲା ଶିକ୍ଷକଙ୍କ ଜୀବନ appeared first on Dharitri Odia News.
ପାରଳାଖେମୁଣ୍ଡି,୧ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କେସିପୁରୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏଲ୍. ନିରଞ୍ଜନଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ସହରର କାଚରା ସାହିର ବାସିନ୍ଦା ନିରଞ୍ଜନ ପ୍ରତ୍ୟେକ ଦିନ ଭଳି ଶନିବାର ସକାଳୁ ନିଜ କର୍ମକ୍ଷେତ୍ର କେସିପୁରୁ ଉଚ୍ଚ ବିଦ୍ୟାଳୟକୁ ଯାଉଥିବା ବେଳେ ଜାଙ୍ଗଲ ଛକ ନିକଟରେ
ଗୁମ୍ମା ଅଭିମୁଖେ ଯାଉଥିବା ଏକ କମାଣ୍ଡର ସହ ଧକ୍କା ହୋଇଥିଲା। ଫଳରେ ଶିକ୍ଷକ ଜଣକ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଗୁମ୍ମା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ସେଠାରେ ତା ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
The post ବାଇକ୍କୁ ଧକ୍କା ଦେଲା କମାଣ୍ଡର, ଚାଲିଗଲା ଶିକ୍ଷକଙ୍କ ଜୀବନ appeared first on Dharitri Odia News.