ବାଇକ୍କୁ ପଛପଟୁ ଧକ୍କାଦେଲା ଅଜଣାଗାଡ଼ି, ଚାଲିଗଲା ଦୁଇ ଯୁବକଙ୍କ ଜୀବନ
ବଲାଙ୍ଗୀର,୧୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ସାଲେଭଟା ଅଙ୍ଗ ନଦୀ ପୋଲ ଉପରେ ଗୁରୁବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ୍ୟୁବରଣ କରିଛନ୍ତି। ମୃତ ଦୁଇ ବାଇକ୍ ଆରୋହୀ ହେଲେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ତମାମୁରା ଗାଁର ଅଭି ସୁନା (୩୨) ଓ ଅଙ୍କିତ ସାହୁ (୨୫)। ଗୁରୁବାର ସନ୍ଧ୍ୟାରେ ବଲାଙ୍ଗୀର ସହରରୁ ଏକ ବାଇକ୍ ଯୋଗେ ଫେରୁଥିବା ବେଳେ ପଛ ପଟରୁ ଏକ ଅଜଣାଗାଡ଼ି […] The post ବାଇକ୍କୁ ପଛପଟୁ ଧକ୍କାଦେଲା ଅଜଣାଗାଡ଼ି, ଚାଲିଗଲା ଦୁଇ ଯୁବକଙ୍କ ଜୀବନ appeared first on Dharitri Odia News.
ବଲାଙ୍ଗୀର,୧୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ସାଲେଭଟା ଅଙ୍ଗ ନଦୀ ପୋଲ ଉପରେ ଗୁରୁବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ୍ୟୁବରଣ କରିଛନ୍ତି। ମୃତ ଦୁଇ ବାଇକ୍ ଆରୋହୀ ହେଲେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ତମାମୁରା ଗାଁର ଅଭି ସୁନା (୩୨) ଓ ଅଙ୍କିତ ସାହୁ (୨୫)। ଗୁରୁବାର ସନ୍ଧ୍ୟାରେ ବଲାଙ୍ଗୀର ସହରରୁ ଏକ ବାଇକ୍ ଯୋଗେ ଫେରୁଥିବା ବେଳେ ପଛ ପଟରୁ ଏକ ଅଜଣାଗାଡ଼ି ଧକ୍କା ଦେଇଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଦୁଇ ବାଇକ୍ ଆରୋହୀଙ୍କ ମୃତଦେହ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲା। ଶୁକ୍ରବାର ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକେ ଦୁର୍ଘଟଣା ଘଟାଇଥିବା ଅଜଣାଗାଡ଼ି ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
The post ବାଇକ୍କୁ ପଛପଟୁ ଧକ୍କାଦେଲା ଅଜଣାଗାଡ଼ି, ଚାଲିଗଲା ଦୁଇ ଯୁବକଙ୍କ ଜୀବନ appeared first on Dharitri Odia News.