ବାଇଡେନ୍‌ଙ୍କଠାରୁ ହାରିସ୍‌ ଆହୁରି ଅଯୋଗ୍ୟ, ମସ୍କଙ୍କ ସହ ସାକ୍ଷାତ୍‌କାରରେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ

ଓ୍ବାଶିଂଟନ୍‌, ୧୩।୮: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଇଷ୍ଟର୍ନ ସମୟ ସୋମବାର ରାତି ୮ଟାରେ ଏକ୍ସ’ ସିଇଓ ଏଲନ୍‌ ମସ୍କଙ୍କୁ ଏକ ଲାଇଭ ସାକ୍ଷାତ୍‌କାର ଦେଇଛନ୍ତି। ଏହି ସାକ୍ଷାତ୍‌କାରରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ସମାଲୋଚନା କରିଛନ୍ତି। କମଲାଙ୍କୁ ବାମପନ୍ଥୀ ଆଖ୍ୟାଦେଇ ଟ୍ରମ୍ପ କହିଛନ୍ତି, ସେ ଆମେରିକାର ସୀମା ସୁରକ୍ଷାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଗତ ସାଢ଼େ ୩ ବର୍ଷ ମଧ୍ୟରେ […] The post ବାଇଡେନ୍‌ଙ୍କଠାରୁ ହାରିସ୍‌ ଆହୁରି ଅଯୋଗ୍ୟ, ମସ୍କଙ୍କ ସହ ସାକ୍ଷାତ୍‌କାରରେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ appeared first on Dharitri Odia News.

ବାଇଡେନ୍‌ଙ୍କଠାରୁ ହାରିସ୍‌ ଆହୁରି ଅଯୋଗ୍ୟ, ମସ୍କଙ୍କ ସହ ସାକ୍ଷାତ୍‌କାରରେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ

ଓ୍ବାଶିଂଟନ୍‌, ୧୩।୮: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଇଷ୍ଟର୍ନ ସମୟ ସୋମବାର ରାତି ୮ଟାରେ ଏକ୍ସ’ ସିଇଓ ଏଲନ୍‌ ମସ୍କଙ୍କୁ ଏକ ଲାଇଭ ସାକ୍ଷାତ୍‌କାର ଦେଇଛନ୍ତି। ଏହି ସାକ୍ଷାତ୍‌କାରରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ସମାଲୋଚନା କରିଛନ୍ତି। କମଲାଙ୍କୁ ବାମପନ୍ଥୀ ଆଖ୍ୟାଦେଇ ଟ୍ରମ୍ପ କହିଛନ୍ତି, ସେ ଆମେରିକାର ସୀମା ସୁରକ୍ଷାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଗତ ସାଢ଼େ ୩ ବର୍ଷ ମଧ୍ୟରେ ଅନେକ ହଜାର ସଂଖ୍ୟାରେ ଲୋକ ବେଆଇନ୍‌ ଭାବେ ଆମେରିକାରେ ପ୍ରବେଶ କରିଛନ୍ତି।

ଯଦି କମଲା ରାଷ୍ଟ୍ରପତି ହୁଅନ୍ତି ତେବେ ସମଗ୍ର ବିଶ୍ୱରୁ ୫୦ରୁ ୬୦ ମିଲିୟନ ଅବୈଧ ଲୋକ ଆମେରିକାରେ ପ୍ରବେଶ କରିବେ ବୋଲି ଟ୍ରମ୍ପ୍‌ କହିଛନ୍ତି। ରାଷ୍ଟ୍ରପତି ରେସ୍‌ରୁ ବାଇଡେନ୍‌ ଓହରିବା ଓ କମଲାଙ୍କୁ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯିବାକୁ ସେ କଟାକ୍ଷ କରି ବାଇଡେନଙ୍କଠାରୁ କମଲା ଆହୁରି ଅଯୋଗ୍ୟ ହୋଇଥିବା କହିଛନ୍ତି। ସେହିପରି ସମ୍ପ୍ରତି ମୁଦ୍ରାସ୍ଫୀତି କାରଣରୁ ଆମେରିକାର ଅର୍ଥନୀତି ବିପର୍ଯ୍ୟୟ ହୋଇ ପଡ଼ିଛିି। ୪ ବର୍ଷ ତଳେ ଆମେରିକାବାସୀ ଅନେକ ଅର୍ଥ ସଞ୍ଚୟ କରିବାକୁ ସକ୍ଷମ ହେଉଥିବାବେଳେ ଏବେ ଏହା ହୋଇପାରୁ ନାହିଁ। ଏବେ ଲୋକଙ୍କର ସମସ୍ତ ଅର୍ଥ ଖର୍ଚ୍ଚ ହୋଇଯାଉଥିବା ସହ ବଞ୍ଚିବା ପାଇଁ ସେମାନଙ୍କୁ ଧାର ନେବାକୁ ପଡ଼ୁଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୫ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।

The post ବାଇଡେନ୍‌ଙ୍କଠାରୁ ହାରିସ୍‌ ଆହୁରି ଅଯୋଗ୍ୟ, ମସ୍କଙ୍କ ସହ ସାକ୍ଷାତ୍‌କାରରେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ appeared first on Dharitri Odia News.