ବାଇନିବସା ନାବାଳିକା ମୃତଦେହ ଉଦ୍ଧାର ଘଟଣା, ବନ୍ଧାହେଲେ ବିହାରୀ ଯୁବକ
ମୁନିଗୁଡା ୩୦/୦୩: ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଇନିବସା ନର୍ସରି ନିକଟରୁ ମୃତଦେହ ଉଦ୍ଧାର ଘଟଣା । ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ମୁନିଗୁଡା ପୋଲିସ । ଦୁଷ୍କର୍ମ ଓ ହତ୍ୟା କରି ଫେରାର୍ ଥିବା ଅଭିଯୁକ୍ତ ବିହାରୀ ଯୁବକକୁ ଦିଲ୍ଲୀରୁ ଗିରଫ କରିଛି ମୁନିଗୁଡା ପୋଲିସର ସ୍ୱତନ୍ତ୍ର ଟିମ । ବାଇନିବସା ଗ୍ରାମର ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀ ମାର୍ଚ୍ଚ ୬ ତାରିଖ ରାତିରେ ଖାଇ ଶୋଇଥିଲେ । ପରଦିନ ସକାଳୁ ଘରେ ନଥିବା ଦେଖି ପରିବାର ଲୋକେ ଆଖପାଖ ଗ୍ରାମରେ ଖୋଜାଖୋଜି କରିବା ପରେ ନାବାଳିକାଙ୍କ ସନ୍ଧାନ ନପାଇ 8ତାରିଖ ଦିନ ମୁନିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ୧୨ ଦିନ ପରେ ଅର୍ଥାତ ମାର୍ଚ୍ଚ ୧୭ ତାରିଖ ଦିନ ଗାଁ ନିକଟ ଜଙ୍ଗଲରେ ଏକ ମୃତଦେହ ପଡିଥିବା ଛେଳି ଚରାଇବା ପିଲାଙ୍କ ଠାରୁ ଖବରପାଇ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିଲେ । ଖବରପାଇ ଏସଡିପିଓଙ୍କ ସମେତ ମୁନିଗୁଡା ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ପୋଲିସ ଜାଣିବାକୁ ପାଇଲେ ଗାଁ ନିକଟ ପାଣିଟାଙ୍କି କାମରେ ନିୟୋଜିତ ୨୪ ବର୍ଷୀୟ ବିହାରୀ ଯୁବକ ହରିଶରାମ ଘଟଣା ଦିନଠାରୁ ଅନୁପସ୍ଥିତ ଥିଲା । ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତକୁ ଦିଲ୍ଲୀରୁ ଧରିଥିବା ପରେ ଅଭିଯୁକ୍ତ ସମସ୍ତ ଦୋଷ ସ୍ୱୀକାର କରିଥିବା ଜଣା ପଡିଛି । ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ପୀଡି
ମୁନିଗୁଡା ୩୦/୦୩: ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଇନିବସା ନର୍ସରି ନିକଟରୁ ମୃତଦେହ ଉଦ୍ଧାର ଘଟଣା । ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ମୁନିଗୁଡା ପୋଲିସ । ଦୁଷ୍କର୍ମ ଓ ହତ୍ୟା କରି ଫେରାର୍ ଥିବା ଅଭିଯୁକ୍ତ ବିହାରୀ ଯୁବକକୁ ଦିଲ୍ଲୀରୁ ଗିରଫ କରିଛି ମୁନିଗୁଡା ପୋଲିସର ସ୍ୱତନ୍ତ୍ର ଟିମ ।
ବାଇନିବସା ଗ୍ରାମର ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀ ମାର୍ଚ୍ଚ ୬ ତାରିଖ ରାତିରେ ଖାଇ ଶୋଇଥିଲେ । ପରଦିନ ସକାଳୁ ଘରେ ନଥିବା ଦେଖି ପରିବାର ଲୋକେ ଆଖପାଖ ଗ୍ରାମରେ ଖୋଜାଖୋଜି କରିବା ପରେ ନାବାଳିକାଙ୍କ ସନ୍ଧାନ ନପାଇ 8ତାରିଖ ଦିନ ମୁନିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ୧୨ ଦିନ ପରେ ଅର୍ଥାତ ମାର୍ଚ୍ଚ ୧୭ ତାରିଖ ଦିନ ଗାଁ ନିକଟ ଜଙ୍ଗଲରେ ଏକ ମୃତଦେହ ପଡିଥିବା ଛେଳି ଚରାଇବା ପିଲାଙ୍କ ଠାରୁ ଖବରପାଇ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିଲେ ।
ଖବରପାଇ ଏସଡିପିଓଙ୍କ ସମେତ ମୁନିଗୁଡା ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ପୋଲିସ ଜାଣିବାକୁ ପାଇଲେ ଗାଁ ନିକଟ ପାଣିଟାଙ୍କି କାମରେ ନିୟୋଜିତ ୨୪ ବର୍ଷୀୟ ବିହାରୀ ଯୁବକ ହରିଶରାମ ଘଟଣା ଦିନଠାରୁ ଅନୁପସ୍ଥିତ ଥିଲା ।
ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତକୁ ଦିଲ୍ଲୀରୁ ଧରିଥିବା ପରେ ଅଭିଯୁକ୍ତ ସମସ୍ତ ଦୋଷ ସ୍ୱୀକାର କରିଥିବା ଜଣା ପଡିଛି । ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ପୀଡିତାକୁ ଘରୁ ଡାକି ନେଇ ନିକଟ ଜଙ୍ଗଲରେ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା। ପରେ ପ୍ରମାଣ ନଷ୍ଟ କରିବାକୁ ପୀଡିତାଙ୍କ ମୃତଦେହକୁ କାନ୍ଧରେ ବୋହି ଜଙ୍ଗଲରେ ଥିବା ଏକ ଗାତରେ ପକାଇ ପତ୍ର ଘୋଡାଇ ଦେବାପରେ ନିଜର ରକ୍ତ ଲଗା ପୋଷାକ ପୋଡି ଟ୍ରେନ ଯୋଗେ ବାହାର ରାଜ୍ୟକୁ ପଳାଇଥିବା ପୋଲିସ ଆଗରେ ସ୍ୱୀକାର କରିଛି।
ଯାହା ଅଭିଯୁକ୍ତ ସିନ ରିକ୍ରିଏସନ ଜରିଆରେ ପୋଲିସକୁ ସମସ୍ତ ଘଟଣାକୁ ଦେଖାଇଛି। ଏନେଇ ମୁନିଗୁଡା ଏସ୍ଡ଼ିପିଓ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମସ୍ତ ତଥ୍ୟ ପ୍ରଦାନ କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି ଓ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଛନ୍ତି।