ବାଇଶି ପାହାଚ
ଶ୍ରୀମନ୍ଦିରର ପ୍ରତ୍ୟେକ ସ୍ଥାନ କୌଣସି ନା କୌଣସି ପୌରାଣିକ ମହତ୍ତ୍ୱ ରଖିଥାଏ । ଏଥିରେ ଥିବା ପ୍ରତ୍ୟେକ ସାମଗ୍ରୀ ନିର୍ମାଣ ପଛରେ କିମ୍ବଦନ୍ତୀ ରହିଛି । ଶ୍ରୀମନ୍ଦିରର ଏକ ମୁଖ୍ୟ ଅଂଶ ହେଲା ବାଇଶି ପାହାଚ । ଏହି ବାଇଶିଟି ପାହାଚର ରହିଛି ଭିନ୍ନ ଭିନ୍ନ ଅର୍ଥ । ବାଇଶି ପାହାଚର ପ୍ରତିଟି ପାହାଚର ଭିନ୍ନଭିନ୍ନ ଅର୍ଥ ରହିଛି ଆସନ୍ତୁ ଜାଣିବା ସେହି ସମ୍ପର୍କରେ । ଏହାକୁ ଭାଗବତ ଅନୁସାରେ ନାମକରଣ କରାଯାଇଅଛି । ଏହାର ପ୍ରତିଟି […]

ଶ୍ରୀମନ୍ଦିରର ପ୍ରତ୍ୟେକ ସ୍ଥାନ କୌଣସି ନା କୌଣସି ପୌରାଣିକ ମହତ୍ତ୍ୱ ରଖିଥାଏ । ଏଥିରେ ଥିବା ପ୍ରତ୍ୟେକ ସାମଗ୍ରୀ ନିର୍ମାଣ ପଛରେ କିମ୍ବଦନ୍ତୀ ରହିଛି । ଶ୍ରୀମନ୍ଦିରର ଏକ ମୁଖ୍ୟ ଅଂଶ ହେଲା ବାଇଶି ପାହାଚ । ଏହି ବାଇଶିଟି ପାହାଚର ରହିଛି ଭିନ୍ନ ଭିନ୍ନ ଅର୍ଥ ।
ବାଇଶି ପାହାଚର ପ୍ରତିଟି ପାହାଚର ଭିନ୍ନଭିନ୍ନ ଅର୍ଥ ରହିଛି ଆସନ୍ତୁ ଜାଣିବା ସେହି ସମ୍ପର୍କରେ । ଏହାକୁ ଭାଗବତ ଅନୁସାରେ ନାମକରଣ କରାଯାଇଅଛି । ଏହାର ପ୍ରତିଟି ପାହାଚ ପଛରେ ଠାକୁରଙ୍କର ଅବତାରର କାହାଣୀ ରହିଛି । ଶ୍ରୀମନ୍ଦିର ବେଶ୍ ଆକର୍ଷଣୀୟ ସ୍ଥାନ ହୋଇଥାଏ ଏହି ବାଇଶି ପାହାଚ । ବାଇଶି ପାହଚରେ ପିତୃପୁରୁଷଙ୍କୁ ପିଣ୍ଡ ଦାନର ପ୍ରକ୍ରିୟା ମଧ୍ୟ କରାଯାଇଥାଏ । ସେହିଭଳି ଦିପାବଳୀ ଅମାବାସ୍ୟାରେ ହେଉଥିବା କାଉଁରଆ କାଠି ଜାଳିବା ସମୟରେ ବାଇଶି ପାହାଚର ନାଁ ଆସିଥାଏ, ଯାହା ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଇଥାଏ ।
ଦ୍ୱାଦଶ ପାହାଚ- ଦ୍ୱାଦଶ ଅବତାରରେ ଶ୍ରୀଜଗନ୍ନାଥ ଧନ୍ୱନ୍ତରୀ ରୂପଧାରଣ କରି ଅମୃତ କଳସୀ ହସ୍ତରେ ଧରି କ୍ଷୀରସାଗରକୁ ଉତଥିତ ହୋଇଥିଲେ ।
ତ୍ରୟୋଦଶ ପାହଚ – ଶ୍ରୀଜଗନ୍ନାଥ ତାଙ୍କ ତ୍ରୟୋଦଶ ଅବତାରରେ ମୋହିନୀ କନ୍ୟା ରୂପ ଧାରଣ କରି ଅମୃତ କଳସକୁ ଦେବତାମାନଙ୍କୁ ଦେଇ ଅସୁର ମାନଙ୍କୁ ସେଥିରୁ ବଞ୍ଚିତ କରିଥିଲେ ।
ଚତୁର୍ଦ୍ଦଶ ପାହଚ – ଶ୍ରୀଜଗନ୍ନାଥ ତାଙ୍କ ଚତୁର୍ଦ୍ଦଶ ଅବତାରରେ ନୃସିଂହରୂପ ଧାରଣ କରି ଦୈତ୍ୟରାଜ ହିରଣ୍ୟକଶ୍ୟପକୁ ସଂହାର କରି ତଦୀୟ ପୁତ୍ର ପ୍ରହ୍ଲାଦକୁ ଅଭୟ ପ୍ରଦାନ କରିଥିଲେ ।
ପଞ୍ଚଦଶ ପାହଚ – ଶ୍ରୀଜଗନ୍ନାଥ ତାଙ୍କ ପଞ୍ଚଦଶ ଅବତାରରେ ବାମନ ରୂପ ଧାରଣ କରି ଦୈତ୍ୟରାଜ ବଳୀକୁ ପାତାଳଗାମୀ କରିଥିଲେ ।
ଷୋଡଶ ପାହାଚ – ଶ୍ରୀଜଗନ୍ନାଥ ତାଙ୍କ ଷୋଡଶ ଅବତାରରେ ଭୃଗୁପତି ପର୍ଶୁରାମ ରୂପରେ ପୃଥିବୀକୁ ଏକୋଇଶି ଥର କ୍ଷତ୍ରିୟ ଶୂନ୍ୟ କରିଥିଲେ ।
ସପ୍ତଦଶ ପାହଚ – ଶ୍ରୀଜଗନ୍ନାଥ ତାଙ୍କ ସପ୍ତଦଶ ଅବତାରରେ ପୃଥିବୀବାସୀଙ୍କ କ୍ଷୀଣବୁଦ୍ଧି ଦେଖି ସେମାନଙ୍କ କଲ୍ୟାଣ ସାଧନ ଉଦ୍ଦେଶ୍ୟରେ ମହର୍ଷି ପରାସରଙ୍କ ଔରସରେ ସତ୍ୟବତୀଙ୍କ ଗର୍ଭରୁ ବ୍ୟାସରୂପରେ ଜନ୍ମଗ୍ରହଣ କରି ବେଦ ଗୁଡିକୁ ସୁସ୍ପଷ୍ଟ କରି ଲୋକକଲ୍ୟାଣ ମାର୍ଗ ଦର୍ଶାଇଥିଲେ ।
ଅଷ୍ଟାଦଶ ପାହଚ – ଶ୍ରୀଜଗନ୍ନାଥ ତାଙ୍କ ଅଷ୍ଟାଦଶ ଅବତାରରେ ଶ୍ରୀରାମ ରୂପରେ ଜନ୍ମଲାଭ କରି ସମୁଦ୍ରରେ ସେତୁ ବାନ୍ଧି ମହାପ୍ରତାପି ଲଙ୍କାରାଜା ରାବଣକୁ ନିହତ କରିଥିଲେ । ବିଷ୍ଣୁଭକ୍ତ ବିଭିଷଣକୁ ଲଙ୍କାର ରାଜା କରାଇ ସିଂହଳକୁ ଭାରତ ସହ ମିଶାଇଥିଲେ ।
ଉନବିଂଶ ଓ ବିଂଶ ପାହଚ – ଶ୍ରୀଜଗନ୍ନାଥ ଏହି ଦୁଇ ଅବତାରରେ ଯଥାକ୍ରମେ ଶ୍ରୀକୃଷ୍ଣ ଓ ଶ୍ରୀବଳରାମ ରୂପରେ ଅବତୀର୍ଣ୍ଣ ହୋଇ ପୃଥିବୀର ଭାରା ହରଣ କରିଥିଲେ ।
ଏକବିଂଶ ପାହଚ – ଶ୍ରୀଜଗନ୍ନାଥ ଏହି ଅବତାରରେ ଅଜିନ ପୁତ୍ର ବୁଦ୍ଧରୂପେ ଗୟା ପ୍ରଦେଶରେ ଜନ୍ମଗ୍ରହଣ କରି ଦେବବିଦେ୍ୱଷୀ ତାମସିକ ଲୋକମାନଙ୍କୁ ସମ୍ମୋହନ କରିଥିଲେ ।
ଦ୍ୱାଦଶ ପାହଚ – ଶ୍ରୀଜଗନ୍ନାଥଙ୍କର ଦ୍ୱାବିଂଶ ଅବତାରରେ କଳିଯୁଗରେ କଲ୍କୀ ରୂପରେ ଅବତୀର୍ଣ୍ଣ ହୋଇ ମ୍ଲେଛ ସଂହାର କରିଥିଲେ । ଏହି ଅବତାର ଘଟି ସାରିଲାଣି ।
(ଉପରୋକ୍ତ ତଥ୍ୟ ପରମାନନ୍ଦ ତ୍ରିପାଠୀଙ୍କ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସଂସ୍କୃତି ପୁସ୍ତକରୁ ସଂଗୃହ )