ବିଦ୍ୟୁତ ପ୍ରସ୍ତୁତ କରୁଥିବା ବାୟୋ ଲିଫ୍‌

ବର୍ତ୍ତମାନ ଗ୍ଲୋବାଲୱାର୍ମିଂ ଧୀରେଧୀରେ ବଢିବାରେ ଲାଗିଛି, ଯାହାର କୁ ପ୍ରଭାବ ପରିବେଶ ଉପରେ ପଡୁଛି । ତେବେ ଏ ସବୁକୁ କମାଇବା ପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପଦକ୍ଷେପ ନିଆଯାଉଥିବାର ଦେଖିବାକୁ ମିଳୁଛି । ସେହିକ୍ରମରେ ଲଣ୍ଡନର କିଛି ଗବେଷକ ଏଭଳି ଏକ ପତ୍ରର ଉଦ୍ଭାବନ କରିଛନ୍ତି ଯାହା ସୂର୍ଯ୍ୟକିରଣକୁୁ ବିଦୁ୍ୟତ୍‌ରେ ପରିବର୍ତ୍ତନ କରିପାରିବ । ଏହି ନୂତନ ଟେକ୍ନୋଲୋଜିର ନାଁ ରହିଛି ଫୋଟୋଭୋଲାଟିକ୍‌ ଲିଫ୍‌ ବା ପିଭି ଲିଫ୍‌, ଯାହା ଗଛମାନଙ୍କର ଆଲୋକସଂଶ୍ଲିଷଣ ପ୍ରକିୟାରୁ ପ୍ରେରିତ […]

ବିଦ୍ୟୁତ ପ୍ରସ୍ତୁତ କରୁଥିବା ବାୟୋ ଲିଫ୍‌
ବିଦ୍ୟୁତ ପ୍ରସ୍ତୁତ କରୁଥିବା ବାୟୋ ଲିଫ୍‌

ବର୍ତ୍ତମାନ ଗ୍ଲୋବାଲୱାର୍ମିଂ ଧୀରେଧୀରେ ବଢିବାରେ ଲାଗିଛି, ଯାହାର କୁ ପ୍ରଭାବ ପରିବେଶ ଉପରେ ପଡୁଛି । ତେବେ ଏ ସବୁକୁ କମାଇବା ପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପଦକ୍ଷେପ ନିଆଯାଉଥିବାର ଦେଖିବାକୁ ମିଳୁଛି । ସେହିକ୍ରମରେ ଲଣ୍ଡନର କିଛି ଗବେଷକ ଏଭଳି ଏକ ପତ୍ରର ଉଦ୍ଭାବନ କରିଛନ୍ତି ଯାହା ସୂର୍ଯ୍ୟକିରଣକୁୁ ବିଦୁ୍ୟତ୍‌ରେ ପରିବର୍ତ୍ତନ କରିପାରିବ । ଏହି ନୂତନ ଟେକ୍ନୋଲୋଜିର ନାଁ ରହିଛି ଫୋଟୋଭୋଲାଟିକ୍‌ ଲିଫ୍‌ ବା ପିଭି ଲିଫ୍‌, ଯାହା ଗଛମାନଙ୍କର ଆଲୋକସଂଶ୍ଲିଷଣ ପ୍ରକିୟାରୁ ପ୍ରେରିତ । ଏହି ପ୍ରକ୍ରିୟାରେ ସୋଲାର ପ୍ୟାନେଲ୍‌ ଠାରୁ ଅଧିକ ଭଲ ଉପାୟରେ ବିଦୁ୍ୟତ୍‌ ପ୍ରସ୍ତୁତ ହେଉଥିବା ଗବେଷକମାନେ ପ୍ରକାଶ କରିଛନ୍ତି । ଏହି ପତ୍ର ଦ୍ୱାରା ସୋଲାର ପ୍ୟାନେଲ ଠାରୁ ୧୦ ପ୍ରତିଶତ ଅଧିକ ବିଦୁ୍ୟତ୍‌ ଶକ୍ତି ପ୍ରସ୍ତୁତ ହୋଇପାରିବ । ସେହିଭଳି ଏହି ପ୍ରକ୍ରିୟା କେବଳ ବିଦ୍ୟୁତ୍‌ ଶକ୍ତି ନୁହେଁ ଫ୍ରେସ୍‌ ୱାଟର ପ୍ରସ୍ତୁତ କରିବାରେ ମଧ୍ୟ ସକ୍ଷମ । ଏହା ଆମ ପରିବେଶ ପାଇଁ ଏକ ଭଲ ବିକଳ୍ପ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି ।