ବାଘ ଚମଡା ଭାଗ କରୁଥିବାବେଳେ ଶିକାରୀଙ୍କ ମାଡି ବସିଲା ବନବିଭାଗ
ନୂଆପଡା: ନୂଆପଡା ଜିଲ୍ଲା କୋମନା ବନବିଭାଗ ରେଞ୍ଜ ଅନ୍ତର୍ଗତ ଦେଓଧରା ଗାଁରେ ବନବିଭାଗର ସ୍ୱତନ୍ତ୍ର ଟିମ ଚଢ଼ାଉl ଏହି ଚଢ଼ାଉରେ ଗୋଟିଏ କଲରାପତରିଆ ବାଘର କଟାମୁଣ୍ଡ ସହ ବାଘ ଛାଲ ଓ ମାଂସ ଜବତ ହୋଇଛିଲ ସୁନାବେଡା ଅଭୟାରଣ୍ୟର ତଳି ଅଂଚଳରେ ଥିବା ବିଦ୍ୟୁତ ତାର ପକାଇ ବାରହା ମାରିବା ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ତାର ଫାଶରେ ପଡି କଲରା ପତରିଆ ବାଘର ମୃତ୍ୟୁ ଘଟିଛିl ସୁନାବେଡା ଅଭୟାରଣ୍ୟକୁ ଲାଗିରହିଥିବା ଦେଓଧରା ଗାଁର ପାଟି ଡ଼ଙ୍ଗର […]

ନୂଆପଡା: ନୂଆପଡା ଜିଲ୍ଲା କୋମନା ବନବିଭାଗ ରେଞ୍ଜ ଅନ୍ତର୍ଗତ ଦେଓଧରା ଗାଁରେ ବନବିଭାଗର ସ୍ୱତନ୍ତ୍ର ଟିମ ଚଢ଼ାଉl ଏହି ଚଢ଼ାଉରେ ଗୋଟିଏ କଲରାପତରିଆ ବାଘର କଟାମୁଣ୍ଡ ସହ ବାଘ ଛାଲ ଓ ମାଂସ ଜବତ ହୋଇଛିଲ ସୁନାବେଡା ଅଭୟାରଣ୍ୟର ତଳି ଅଂଚଳରେ ଥିବା ବିଦ୍ୟୁତ ତାର ପକାଇ ବାରହା ମାରିବା ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ତାର ଫାଶରେ ପଡି କଲରା ପତରିଆ ବାଘର ମୃତ୍ୟୁ ଘଟିଛିl
ସୁନାବେଡା ଅଭୟାରଣ୍ୟକୁ ଲାଗିରହିଥିବା ଦେଓଧରା ଗାଁର ପାଟି ଡ଼ଙ୍ଗର ଜଙ୍ଗଲରେ ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ତାର ଫାସରେ ପଡି ଗୋଟିଏ କଳରା ପତରିଆ ବାଘର ମୃତ୍ୟୁ ଘଟିଛି l ବାଘକୁ ମାରିବା ପରେ ୪ ଶିକାରୀ ବାଘର କଟାମୁଣ୍ଡ,ମାଂସ, ଚମଡା ଓ ଛାଲକୁ ଭାଗବଣ୍ଟା କରୁଥିବା ବେଳେ ମାଡ଼ିବସିଲା କୋମନା ବନବିଭାଗ l
ଘଟଣାସ୍ଥଳରୁ କଲରା ପତରିଆ ବାଘର କଟାମୁଣ୍ଡ ସମେତ ମାଂସ, ଚମଡ଼ା ଓ ଛାଲକୁ ବନବିଭାଗ ଜବତ କରିଛି l ଏଥିସହ ଏହି ଘଟଣାରେ ସମ୍ପୃକ୍ତଥିବା ୨ ଜଣ ଶିକାରୀକୁ ବନବିଭାଗ କାବୁକରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୨ଜଣ ଶିକାରୀ ଏବେବି ଫେରାର ଅଛନ୍ତି l ସେମାନଙ୍କୁ ଗିରଫ କରିବା ପାଇଁ ବନବିଭାଗ ପକ୍ଷରୁ ଜୋରଦାର ତନାଘନା ଜାରି ରହିଛି l