ବାଘ ନଖ, ଦାନ୍ତ ସହ ବାଘ ତେଲ ଜବତ, ଜଣେ ଗିରଫ
ମାଲକାନଗିରି,୫ା୧ (ଦୁର୍ଯ୍ୟୋଧନ ପାତ୍ର): ବାଘ ନଖ, ବାଘ ଦାନ୍ତ ଓ ବାଘ ତେଲ ଚୋରାଚାଲାଣ ବେଳେ ମାଲକାନଗିରି ଜିଲା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଶୁକ୍ରବାର ଏହାକୁ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ମାଥିଲି ବନାଞ୍ଚଳ ଅଞ୍ଚଳର ରବି ଶବର। ତାଙ୍କୁ ଗିରଫ କରି ତାଙ୍କ ନିକଟରୁ ୧୮ଟି ବାଘ ନଖ, ୬ଟି ବାଘ ଦାନ୍ତ ଏବଂ ୫୦୦ ମିଲିଲିଟର ବାଘ ତେଲ କର୍ମଚାରୀମାନେ ଜବତ କରିଛନ୍ତି। ଏ […] The post ବାଘ ନଖ, ଦାନ୍ତ ସହ ବାଘ ତେଲ ଜବତ, ଜଣେ ଗିରଫ appeared first on Dharitri Odia News.
ମାଲକାନଗିରି,୫ା୧ (ଦୁର୍ଯ୍ୟୋଧନ ପାତ୍ର): ବାଘ ନଖ, ବାଘ ଦାନ୍ତ ଓ ବାଘ ତେଲ ଚୋରାଚାଲାଣ ବେଳେ ମାଲକାନଗିରି ଜିଲା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଶୁକ୍ରବାର ଏହାକୁ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ମାଥିଲି ବନାଞ୍ଚଳ ଅଞ୍ଚଳର ରବି ଶବର। ତାଙ୍କୁ ଗିରଫ କରି ତାଙ୍କ ନିକଟରୁ ୧୮ଟି ବାଘ ନଖ, ୬ଟି ବାଘ ଦାନ୍ତ ଏବଂ ୫୦୦ ମିଲିଲିଟର ବାଘ ତେଲ କର୍ମଚାରୀମାନେ ଜବତ କରିଛନ୍ତି। ଏ ସମ୍ପର୍କରେ ରବିଙ୍କୁ ପଚରାଉଚରା କରାଯାଉଛି। ଏନେଇ ସେ କହିଛନ୍ତି, ବିହାରରୁ ତାଙ୍କର କିଛି ବ୍ୟକ୍ତି ଆସି ମାଥିଲି ବ୍ଲକ ସାଲିମି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବସବାସ କରୁଛନ୍ତି। ରାତିରେ ସେମାନେ ଗ୍ରାମଗୁଡିକରୁ ମହୁ ସଂଗ୍ରହ କରିବା ବାହାନାରେ ବାଘ ଶିକାର କରି ଅନ୍ୟତ୍ର ଚାଲାଣ କରୁଥିବା ପଚରାଉଚରା ବେଳେ ରବି କହିଛନ୍ତି। ଏ ଦିଗରେ ଏକ ର଼୍ୟାକେଟ୍ କାର୍ଯ୍ୟ କରୁଥିବା ବନ ବିଭାଗ କର୍ମଚାରୀମାନେ ସନ୍ଦେହ କରୁଛନ୍ତି। ଏଥିସହ ନବରଙ୍ଗପୁର ଜିଲାରେ ମଧ୍ୟ କେତେ ଜଣ ରହି ତାଙ୍କର ଆଧାର ନମ୍ବର ବଦଳାଇ ଏପରି କାର୍ଯ୍ୟ କରୁଥିବା ରବି ପଚରାଉଚରା ବେଳେ ସ୍ବୀକାର କରିଛନ୍ତି। ରବିଙ୍କୁ ଗିରଫ କରି ଶୁକ୍ରବାର ମାଥିଲି ଜେଏମ୍ଏଫସି କୋର୍ଟଚାଲାଣ କରାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ମାଥିଲି ବନାଞ୍ଚଳ ପକ୍ଷରୁ କୁହାଯାଇଛି।
The post ବାଘ ନଖ, ଦାନ୍ତ ସହ ବାଘ ତେଲ ଜବତ, ଜଣେ ଗିରଫ appeared first on Dharitri Odia News.