ବାଘ ଶିକାର କରିଥିଲେ, କ୍ୟାନସରର ଶିକାର ହେଲେ, ସାହସିନୀ ଜଡିଙ୍ଗିଙ୍କୁ ଶେଷ ବିଦାୟ ଦେଲା ମିଜୋରାମ

ମିଜୋରାମ୨୧/୭: ମିଜୋରାମର ସାହସିନୀ ଜଡିଙ୍ଗି । ନିଜ କାର୍ଯ୍ୟ ଓ ସାହସ ପାଇଁ ଅନ୍ୟମାନଙ୍କ ଠାରୁ ସେ ଭିନ୍ନ । ଦୁଃସାହସିକ କାର୍ୟ୍ୟ କରି ସୃଷ୍ଟି କରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ। ମାତ୍ର ୨୬ ବର୍ଷ ବୟସରେ ଦେଖାଇଥିଲେ ଅଦମ୍ୟ ସାହସ । ଏକାକି ଜଙ୍ଗଲରେ ବାଘ ସହ ଲଢିଥିଲେ । ଏହି ବାହାଦୁରୀ ପାଇଁ ତାଙ୍କୁ ୧୯୮୦ ମସିହାରେ ଶୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । କେବଳ ସେତିକି ନୁହେଁ ଭାରତ ଗ୍ୟାଲେଣ୍ଟ୍ରି ଇତିହାସରେ ଜଡିଙ୍ଗିଙ୍କ ନାଁ ସାମିଲ ହୋଇଯାଇଥିଲା । ହେଲେ ଭାଗ୍ୟର ବିଡମ୍ବନା ବାଘ ସହ ଲଢି ଜୀବନ ଯୁଦ୍ଧରେ ଜିତିଯାଇଥିବା ଜଡିଙ୍ଗି କିନ୍ତୁ କ୍ୟାନସର ଠାରୁ ହାରି ଯାଇଛନ୍ତି । ଆଉ ୭୨ ବର୍ଷ ବୟସରେ ଦୁନିଆରୁ ଶେଷ ବିଦାୟ ନେଇଛନ୍ତି । ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଦୁହମା ଜଡିଙ୍ଗିଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଏସଂପର୍କରେ ଲାଲଦୁହମା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ବାଂଲାଦେଶ ସୀମା ନିକଟ ଦକ୍ଷିଣ ମିଜୋରାମର ସ୍ଥିତ ଲୁଙ୍ଗଲେଇ ଜିଲ୍ଲାର ବୁଆରପୁଇ ବାସିନ୍ଦା ଜଡିଙ୍ଗି । ୧୯୭୮ ମସିହା ଜୁଲାଇ,୩ ତାରିଖ । ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ ଜଡିଙ୍ଗି । ହଠାତ ସାମ୍ନାକୁ ପଳାଇଆସିଲା ବାଘ । କିଛି ଭାବିବାକୁ ବି ସମୟ ନଥିଲା ତାଙ୍କ ପାଖରେ । ଭୟ ନ କରି ଅଦମ୍ୟ ସାହସ ଦେଖାଇଥିଲେ । କାଠ ଚିରିବା ପାଇଁ ନେଇଥିବା କ

ବାଘ ଶିକାର କରିଥିଲେ, କ୍ୟାନସରର ଶିକାର ହେଲେ, ସାହସିନୀ ଜଡିଙ୍ଗିଙ୍କୁ ଶେଷ ବିଦାୟ ଦେଲା ମିଜୋରାମ

ମିଜୋରାମ୨୧/୭: ମିଜୋରାମର ସାହସିନୀ ଜଡିଙ୍ଗି । ନିଜ କାର୍ଯ୍ୟ ଓ ସାହସ ପାଇଁ ଅନ୍ୟମାନଙ୍କ ଠାରୁ ସେ ଭିନ୍ନ । ଦୁଃସାହସିକ କାର୍ୟ୍ୟ କରି ସୃଷ୍ଟି କରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ। ମାତ୍ର ୨୬ ବର୍ଷ ବୟସରେ ଦେଖାଇଥିଲେ ଅଦମ୍ୟ ସାହସ । ଏକାକି ଜଙ୍ଗଲରେ ବାଘ ସହ ଲଢିଥିଲେ । ଏହି ବାହାଦୁରୀ ପାଇଁ ତାଙ୍କୁ ୧୯୮୦ ମସିହାରେ ଶୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । କେବଳ ସେତିକି ନୁହେଁ ଭାରତ ଗ୍ୟାଲେଣ୍ଟ୍ରି ଇତିହାସରେ ଜଡିଙ୍ଗିଙ୍କ ନାଁ ସାମିଲ ହୋଇଯାଇଥିଲା । ହେଲେ ଭାଗ୍ୟର ବିଡମ୍ବନା ବାଘ ସହ ଲଢି ଜୀବନ ଯୁଦ୍ଧରେ ଜିତିଯାଇଥିବା ଜଡିଙ୍ଗି କିନ୍ତୁ କ୍ୟାନସର ଠାରୁ ହାରି ଯାଇଛନ୍ତି । ଆଉ ୭୨ ବର୍ଷ ବୟସରେ ଦୁନିଆରୁ ଶେଷ ବିଦାୟ ନେଇଛନ୍ତି । ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଦୁହମା ଜଡିଙ୍ଗିଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଏସଂପର୍କରେ ଲାଲଦୁହମା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

 ବାଂଲାଦେଶ ସୀମା ନିକଟ ଦକ୍ଷିଣ ମିଜୋରାମର ସ୍ଥିତ ଲୁଙ୍ଗଲେଇ ଜିଲ୍ଲାର ବୁଆରପୁଇ ବାସିନ୍ଦା ଜଡିଙ୍ଗି । ୧୯୭୮ ମସିହା ଜୁଲାଇ,୩ ତାରିଖ । ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ ଜଡିଙ୍ଗି । ହଠାତ ସାମ୍ନାକୁ ପଳାଇଆସିଲା ବାଘ । କିଛି ଭାବିବାକୁ ବି ସମୟ ନଥିଲା ତାଙ୍କ ପାଖରେ । ଭୟ ନ କରି ଅଦମ୍ୟ ସାହସ ଦେଖାଇଥିଲେ । କାଠ ଚିରିବା ପାଇଁ ନେଇଥିବା କୁରାଢିରେ ବାଘର ମୁଣ୍ଡକୁ ଆକ୍ରମଣ କରିଥିଲେ । ବାଘ ତାଙ୍କୁ ଶିକାର କରିବା ପୂର୍ବରୁ ସେ ବାଘ ଶିକାର କରିଦେଇଥିଲେ ।

ଆଉ ଏଭଳି ସାହସ ତାଙ୍କୁ ପୁରା ଫେମସ କରାଇଦେଇଥିଲା । ସେଲିବ୍ରିଟି ଚେହେରା ହୋଇଯାଇଥିଲେ ଜଡିଙ୍ଗ ।  ଯିଏ ଶୁଣୁଥିଲା ବାଃ ବାଃ କହୁଥିଲା । ତାଙ୍କର ଏହି ପୁରା କାହାଣୀ ପାଠ୍ୟକ୍ରମରେ ମଧ୍ୟ ସାମିଲ କରାଯାଇଥିଲା । ବହୁ ବର୍ଷ ଧରି ହିନ୍ଦି ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ଜଡିଙ୍ଗିଙ୍କ ବୀରତ୍ବର କଥା ପଢିଥିଲେ । ତେବେ ହଠାତ ଜଡିଙ୍ଗିଙ୍କ ଜୀବନରେ ଘୋଟିଆସିଥିଲା କଳାବାଦଲ । ୨୦୨୧ରେ ଜଡିଙ୍ଗି ଜାଣିବାକୁ ପାଇଥିଲେ ସେ କଲୋନ କ୍ୟାନସରରେ ପୀଡିତ । ୩ ବର୍ଷ ଧରି କ୍ୟାନସର ସହ ଲଢିବା ପରେ ହାରିଯାଇଥିଲେ ଜଡିଙ୍ଗ । ଆଉ ଦୁନିଆକୁ ଅଲବିଦା କହିଥିଲେ । ଜନ୍ମମାଟି ବୁଆରପୁଇରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଯେଉଁଠି ଅନେକ ମାଣ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ । ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ । ଜଡିଙ୍ଗି ଆଜି ନାହାନ୍ତି ସତ । ହେଲେ ତାଙ୍କ ସାହସିକତା କାର୍ଯ୍ୟ ପାଇଁ ସେ ଲୋକଙ୍କ ହୃଦୟରେ ବଞ୍ଚିରହିବେ ।