ବାଘଛାଲ କାରବାର ବେଳେ ବନ ବିଭାଗର ଚଢ଼ାଉ: ବନ୍ଧୁକ ସହ ବାଇକ ଜବତ, ୩ ଗିରଫ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ବାଘଛାଲ କାରବାର ସମୟରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି କନ୍ଧମାଳ ଜିଲା ଫୁଲବାଣୀ ବନ ବିଭାଗ। ଅଭିଯୁକ୍ତ ମାନଙ୍କ ଠାରୁ ବନ କର୍ମଚାରୀମାନେ ଏକ କଲରାପତରିଆ ବାଘ ଛାଲ, ବନ୍ଧୁକ, କୁଟୁରା ମୁଣ୍ଡ ଏବଂ ୨ଟି ବାଇକ୍ ଜବତ କରିଛି। ଗୁଦାରୀ ଗ୍ରାମ ନିକଟରେ ବାଘ ଛାଲ ଡିଲ୍ ଚାଲିଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଅଭିଯୁକ୍ତ ମାନଙ୍କୁ ମାଡ଼ି ବସିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା […] The post ବାଘଛାଲ କାରବାର ବେଳେ ବନ ବିଭାଗର ଚଢ଼ାଉ: ବନ୍ଧୁକ ସହ ବାଇକ ଜବତ, ୩ ଗିରଫ appeared first on Odisha.News.

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ବାଘଛାଲ କାରବାର ସମୟରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି କନ୍ଧମାଳ ଜିଲା ଫୁଲବାଣୀ ବନ ବିଭାଗ। ଅଭିଯୁକ୍ତ ମାନଙ୍କ ଠାରୁ ବନ କର୍ମଚାରୀମାନେ ଏକ କଲରାପତରିଆ ବାଘ ଛାଲ, ବନ୍ଧୁକ, କୁଟୁରା ମୁଣ୍ଡ ଏବଂ ୨ଟି ବାଇକ୍ ଜବତ କରିଛି। ଗୁଦାରୀ ଗ୍ରାମ ନିକଟରେ ବାଘ ଛାଲ ଡିଲ୍ ଚାଲିଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଅଭିଯୁକ୍ତ ମାନଙ୍କୁ ମାଡ଼ି ବସିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଦଡ଼ିକ ଅଞ୍ଚଳର ପ୍ରଭାତ ମଲିକ(୩୫) ,ଖଜୁରିପଡ଼ା ଥାନା ଅନ୍ତର୍ଗତ ପାକାଡ଼ାମ୍ବା ଗ୍ରାମର ତ୍ରିନାଥ କହଁର(୫୬) ଏବଂ ଗୁମୁରିଖୋଲ ଅଞ୍ଚଳର ସଂଜୟ ମଲିକ (୪୪)। ଏହି ଅଭିଯୁକ୍ତମାନେ ମାନେ ଜଣେ ଜଣେ ପେଶାଦାର ଶିକାରୀ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ମାନଙ୍କ ନାମରେ ଅନ୍ୟ କେଉଁ ମାମଲା ରହିଛି ତାହାକୁ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।ଏଥିରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ୍, ଏସିଏଫ୍ ମଳୟରଂଜନ କାଲୋ ଏବଂ ସ୍ୱେତଲିନା ସାହୁ ଓ ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା, ବନପାଳ ସରୋଜ ମିଶ୍ର, ପ୍ରେମାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଗତ ଜୁଲାଇ ୨୦ ତାରିଖରେ ମଧ୍ୟ ଟିକାବାଲି ଅଞ୍ଚଳରୁ ବନ କର୍ମଚାରୀମାନେ ବାଘଛାଲ ସହିତ ବନ୍ଧୁକ ଓ ଅନ୍ୟ ବହୁ ସାମଗ୍ରୀ ମଧ୍ୟ ଜବତ କରିଥିବା ବେଳେ ୬ ଜଣଙ୍କୁ ଗିରଫ କରିଥିଲେ।
The post ବାଘଛାଲ କାରବାର ବେଳେ ବନ ବିଭାଗର ଚଢ଼ାଉ: ବନ୍ଧୁକ ସହ ବାଇକ ଜବତ, ୩ ଗିରଫ appeared first on Odisha.News.