ବାଟବଣା ହରିଣକୁ ମାରି ଖାଇଗଲେ

ବୈଶିଙ୍ଗା,୨୬ା୬(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମା ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମ ମଧ୍ୟକୁ ପଶି ଆସିଥିବା ଏକ ବାଟବଣା ହରିଣକୁ କେତେଜଣ ଲୋକ ତୀର ବିଦ୍ଧ କରି ମାରି ତାର ମାଂସକୁ ବାଣ୍ଟି ଖାଇବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ବନବିଭାଗ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।   ଅନୁୟୀୟୀ, ମଙ୍ଗଳବାର ଅପରାହ୍ନରେ ପୁରୁଷୋତ୍ତମପୁର ଗ୍ରାମ ୟୁକାଲିପଟାସ ଜଙ୍ଗଲ ମଧ୍ୟକୁ ଏକ ହରିଣ ଭୀତତ୍ରସ୍ଥ ହୋଇ ପଶି ଆସିଥିଲା। ଗ୍ରାମର […] The post ବାଟବଣା ହରିଣକୁ ମାରି ଖାଇଗଲେ appeared first on Dharitri Odia News.

ବାଟବଣା ହରିଣକୁ ମାରି ଖାଇଗଲେ
ବୈଶିଙ୍ଗା,୨୬ା୬(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମା ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମ ମଧ୍ୟକୁ ପଶି ଆସିଥିବା ଏକ ବାଟବଣା ହରିଣକୁ କେତେଜଣ ଲୋକ ତୀର ବିଦ୍ଧ କରି ମାରି ତାର ମାଂସକୁ ବାଣ୍ଟି ଖାଇବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ବନବିଭାଗ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
  ଅନୁୟୀୟୀ, ମଙ୍ଗଳବାର ଅପରାହ୍ନରେ ପୁରୁଷୋତ୍ତମପୁର ଗ୍ରାମ ୟୁକାଲିପଟାସ ଜଙ୍ଗଲ ମଧ୍ୟକୁ ଏକ ହରିଣ ଭୀତତ୍ରସ୍ଥ ହୋଇ ପଶି ଆସିଥିଲା। ଗ୍ରାମର କେତେଜଣ ଲୋକ ସଂଘବଦ୍ଧ ଭାବେ ଧନୁତୀର ଦ୍ୱାରା ହରିଣଟିକୁ ଶିକାର କରିଥିଲେ। ପରେ ମୃତ ହରିଣକୁ ବାଇକ୍‌ରେ ଲଦି ଗ୍ରାମକୁ  ନେଇଆସି ଏହାର ମାଂସକୁ ବାଣ୍ଟି ଦେଇଥିଲେ। ଶିକାର କରିବା ସମୟରେ ଉତ୍ତୋଳନ କରାଯାଇଥିବା ଏକ ଭିଡିଓ ଭାଇରାଲ ହେବାପରେ ବନ ବିଭାଗ ଅଧିକାରୀଙ୍କ ନଜରକୁ ଆସିଥିଲା। ଏହାକୁ ଭିତ୍ତି କରି ବେତନଟୀ ରେଞ୍ଜ ଅଧିକାରୀ ମନୱର ଖଁା ଜିଲା ମୂଖ୍ୟାଳୟକୁ ଖବର ଦେଇଥିଲେ। ଜିଲା ଅତିରିକ୍ତ ଜଙ୍ଗଲ ସଂରକ୍ଷକ ରବିନାରାୟଣ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାରିପଦା, ବେତନଟୀ ଓ ଡୁକୁରା ରେଞ୍ଜ କାର୍ଯ୍ୟାଳୟରୁ ଅଧିକାରୀମାନଙ୍କ ଏକ ଟିମ ବୈଶିଙ୍ଗା ପୋଲିସର ସହଯୋଗରେ ପୁରୁଷୋତ୍ତମପୁର ଗ୍ରାମରେ ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ଖବର ପାଇ ଗ୍ରାମ ପୁରୁଷ ଶୂନ୍ୟ ହୋଇପଡ଼ିଥିଲା ବେଳେ ୫ ଜଣଙ୍କୁ ବନ ବିଭାଗ ଉଠାଇ ନେଇଥିଲା। ଏହି ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଚଢ଼ାଉ ଜାରି ରହିଥିବା ସୂଚନା ମିଳିିଛି। ଏହି ହରିଣଟି କୁଲଡିହା ଅଭୟାରଣ୍ୟରୁ ପଶିଆସିଥିବା ବନବିଭାଗ ଅନୁମାନ କରିଛି।

The post ବାଟବଣା ହରିଣକୁ ମାରି ଖାଇଗଲେ appeared first on Dharitri Odia News.