ବାଣୀବିହାର କମ୍ପ୍ୟୁଟର ସାଇନ୍ସ ବିଭାଗ ପୁରାତନ ଛାତ୍ରଛାତ୍ରୀ ସଙ୍ଘର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର  କମ୍ପୁଟର ସାଇନ୍ସ ବିଭାଗର ପୁରାତନ ଛାତ୍ରଛାତ୍ରୀ ସଙ୍ଘ, ଉମା (UMAA-Utkal MCA Alumni Association)ର ଷଷ୍ଠ ପ୍ରତିଷ୍ଠା ଦିବସ ବିଭାଗ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଉମା ବୋର୍ଡର ମୁଖ୍ୟ କର୍ମକର୍ତ୍ତା ବିଶ୍ୱଜିତ ସେନାପତି, ଅଭିଷେକ ସାହୁ, ପୁରାତନ ଛାତ୍ର ସମୀର ଦାଶ, ଶ୍ରୀ ପ୍ରଭୁଦତ୍ତ ରାଉତ,  ଛାତ୍ରୀ ମିସ ଜଲିନା, ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀ, କମ୍ପୁଟର ସାଇନ୍ସ  ବିଭାଗର ମୁଖ୍ୟ ପ୍ରଫୁଲ କୁମାର ବେହେରା, ଶିକ୍ଷକ  ହରପ୍ରସାଦ ନାଏକ  ଆଦି ଉପସ୍ଥିତ ରହି ଉମାର କାର୍ଯ୍ୟକାରୀତା, ସହଯୋଗ ଆଦି ବିଷୟରେ ଆଲୋଚନା କରିଥିଲେ l ଏହା ସହ ପୁରାତନ ଛାତ୍ର ସୁଶାନ୍ତ  ବାରିକ , ମନୋଜ  କୁମାର  ଦଳେଇ , ମଧୁସୂଦନ  ମଲ୍ଲିକ ଏବଂ  ଦୁଷ୍ମନ୍ତ   କବି  ବର୍ତ୍ତମାନ ଅଧ୍ୟୟନ ବିଦ୍ୟାର୍ଥୀମାନଙ୍କ ସହ ଆଲୋଚନା କରି ସେମାନଙ୍କର ପାଠ ସମ୍ବନ୍ଧୀୟ ଥିବା ପ୍ରଶ୍ନ ଗୁଡିକର ଉତ୍ତର ଦେବାସହ ସେମାନଙ୍କ ପଢ଼ା ଓ ଚାକିରି ଭବିଷ୍ୟତର ଉନ୍ନତି ପାଇଁ ଉପଦେଶ ଦେଇଥିଲେ l ଶିକ୍ଷକ ଓ ଛାତ୍ରଛାତ୍ରୀମାନେ  ବିଭାଗର ପରିସରରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ସମାଜକୁ ଦେଇଥିଲେ l ପୁରାତନ ଛାତ୍ରୀ ତଥା ଉମା ବୋର୍ଡ଼ର ଭିପି ପ୍ଲେସମେଣ୍ଟ ତେହସୀନ ବାନୋଙ୍କ ଦ୍ୱାରା ଉମା ଉପରେ  ପ୍ରସ୍ତୁତ ପିପିଟି ଖୁବ ପ୍ରଶଂଶନୀୟ ଥିଲା l ପରିଶେଷରେ  ଉମାର ପ୍ରତିଷ୍ଠା ଦିବସ ପାଳନର ସଫ

ବାଣୀବିହାର କମ୍ପ୍ୟୁଟର ସାଇନ୍ସ ବିଭାଗ ପୁରାତନ ଛାତ୍ରଛାତ୍ରୀ ସଙ୍ଘର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର  କମ୍ପୁଟର ସାଇନ୍ସ ବିଭାଗର ପୁରାତନ ଛାତ୍ରଛାତ୍ରୀ ସଙ୍ଘ, ଉମା (UMAA-Utkal MCA Alumni Association)ର ଷଷ୍ଠ ପ୍ରତିଷ୍ଠା ଦିବସ ବିଭାଗ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଉମା ବୋର୍ଡର ମୁଖ୍ୟ କର୍ମକର୍ତ୍ତା ବିଶ୍ୱଜିତ ସେନାପତି, ଅଭିଷେକ ସାହୁ, ପୁରାତନ ଛାତ୍ର ସମୀର ଦାଶ, ଶ୍ରୀ ପ୍ରଭୁଦତ୍ତ ରାଉତ,  ଛାତ୍ରୀ ମିସ ଜଲିନା, ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀ, କମ୍ପୁଟର ସାଇନ୍ସ  ବିଭାଗର ମୁଖ୍ୟ ପ୍ରଫୁଲ କୁମାର ବେହେରା, ଶିକ୍ଷକ  ହରପ୍ରସାଦ ନାଏକ  ଆଦି ଉପସ୍ଥିତ ରହି ଉମାର କାର୍ଯ୍ୟକାରୀତା, ସହଯୋଗ ଆଦି ବିଷୟରେ ଆଲୋଚନା କରିଥିଲେ l 

ଏହା ସହ ପୁରାତନ ଛାତ୍ର ସୁଶାନ୍ତ  ବାରିକ , ମନୋଜ  କୁମାର  ଦଳେଇ , ମଧୁସୂଦନ  ମଲ୍ଲିକ ଏବଂ  ଦୁଷ୍ମନ୍ତ   କବି  ବର୍ତ୍ତମାନ ଅଧ୍ୟୟନ ବିଦ୍ୟାର୍ଥୀମାନଙ୍କ ସହ ଆଲୋଚନା କରି ସେମାନଙ୍କର ପାଠ ସମ୍ବନ୍ଧୀୟ ଥିବା ପ୍ରଶ୍ନ ଗୁଡିକର ଉତ୍ତର ଦେବାସହ ସେମାନଙ୍କ ପଢ଼ା ଓ ଚାକିରି ଭବିଷ୍ୟତର ଉନ୍ନତି ପାଇଁ ଉପଦେଶ ଦେଇଥିଲେ l 

ଶିକ୍ଷକ ଓ ଛାତ୍ରଛାତ୍ରୀମାନେ  ବିଭାଗର ପରିସରରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ସମାଜକୁ ଦେଇଥିଲେ l ପୁରାତନ ଛାତ୍ରୀ ତଥା ଉମା ବୋର୍ଡ଼ର ଭିପି ପ୍ଲେସମେଣ୍ଟ ତେହସୀନ ବାନୋଙ୍କ ଦ୍ୱାରା ଉମା ଉପରେ  ପ୍ରସ୍ତୁତ ପିପିଟି ଖୁବ ପ୍ରଶଂଶନୀୟ ଥିଲା l 

ପରିଶେଷରେ  ଉମାର ପ୍ରତିଷ୍ଠା ଦିବସ ପାଳନର ସଫଳତା ପାଇଁ  ଉମା ବୋର୍ଡର ସଭାପତି ନୀଳମଣି ରୋହିଦାସଙ୍କର ଆୟୋଜନ ଓ ଅର୍ଥ   ଅନୁଦାନ ପାଇଁ ଅନେକ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରାଯାଇଥିଲା  l