ବାତ ମାରିବା ସମୟରେ କ’ଣ କରିବେ ଜାଣି ରଖନ୍ତୁ…

ମନେରଖିବା କଥା ଯେ ବାତମାରିବା ଲକ୍ଷଣ ଅସ୍ଥାୟୀ ଏବଂ ତାହା ମନକୁ ମନ ଉପଶମ ହୋଇଯାଏ। ବାତମାରିଲେ ରୋଗୀ ଦୁଲ୍‌କରି ପଡ଼ିଯାଇପାରେ। ଏହି ସମୟରେ ତା’ ପାଖରୁ ଚେୟାର୍‌, ଟେବୁଲ୍‌ ଭଳି କଠିନ ଜିନିଷପତ୍ର ଏବଂ ଧାରୁଆ ଓ ମୁନିଆ ପଦାର୍ଥ ତୁରନ୍ତ ହଟେଇ ନେବା ଉଚିତ। ଏହି ସମୟରେ ରାଗୀକୁ କଡ଼ମାଡ଼ି ଶୁଆଇ ଦିଅନ୍ତୁ। ତା’ର ପାଟିରେ କୌଣସି କାଠି କି ଚାମଚ ରଖନ୍ତୁ ନାହିଁ। ପାଟି ଭିତରେ ହାତ ପୁରାନ୍ତୁ ନାହିଁ। ଏହି ସମୟରେ […] The post ବାତ ମାରିବା ସମୟରେ କ’ଣ କରିବେ ଜାଣି ରଖନ୍ତୁ… appeared first on Dharitri Odia News.

ବାତ ମାରିବା ସମୟରେ କ’ଣ କରିବେ ଜାଣି ରଖନ୍ତୁ…

ମନେରଖିବା କଥା ଯେ ବାତମାରିବା ଲକ୍ଷଣ ଅସ୍ଥାୟୀ ଏବଂ ତାହା ମନକୁ ମନ ଉପଶମ ହୋଇଯାଏ। ବାତମାରିଲେ ରୋଗୀ ଦୁଲ୍‌କରି ପଡ଼ିଯାଇପାରେ। ଏହି ସମୟରେ ତା’ ପାଖରୁ ଚେୟାର୍‌, ଟେବୁଲ୍‌ ଭଳି କଠିନ ଜିନିଷପତ୍ର ଏବଂ ଧାରୁଆ ଓ ମୁନିଆ ପଦାର୍ଥ ତୁରନ୍ତ ହଟେଇ ନେବା ଉଚିତ। ଏହି ସମୟରେ ରାଗୀକୁ କଡ଼ମାଡ଼ି ଶୁଆଇ ଦିଅନ୍ତୁ। ତା’ର ପାଟିରେ କୌଣସି କାଠି କି ଚାମଚ ରଖନ୍ତୁ ନାହିଁ। ପାଟି ଭିତରେ ହାତ ପୁରାନ୍ତୁ ନାହିଁ। ଏହି ସମୟରେ ନିଜେ ଶାନ୍ତ ରୁହନ୍ତୁ। ରୋଗୀର ବାତମାରିବା ବନ୍ଦ ହୋଇ ଚେତା ଫେରିଆସିଲେ ତା’କୁ ସାନ୍ତ୍ୱନା ଦିଅନ୍ତୁ। କିନ୍ତୁ ବାତମାରିବା ବନ୍ଦ ନ ହେଲେ, ବାରମ୍ବାର ବାତମାରିଲେ କିମ୍ବା ଚେତା ନ ଫେରିଲେ ଆମ୍ବୁଲାନ୍ସ ଡକାଇ ରୋଗୀକୁ ତୁରନ୍ତ ହସ୍ପିଟାଲ୍‌ ନେଇଯାଆନ୍ତୁ। ହେଲେ ମନେରଖନ୍ତୁ, ପ୍ରଥମ ଥର ବାତମାରିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଅପରିହାର୍ଯ୍ୟ।

The post ବାତ ମାରିବା ସମୟରେ କ’ଣ କରିବେ ଜାଣି ରଖନ୍ତୁ… appeared first on Dharitri Odia News.