ବାତ୍ୟା ଆଶଙ୍କା ଟଳିଯିବ ! ଅବପାତ ହୋଇ ମିଆଁମାର ଆଡ଼କୁ ଯିବ ବୋଲି ପୂର୍ବାନୁମାନ

ଭୁବନେଶ୍ୱର ୨୧।୫: ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେବ ପୂର୍ବରୁ ପୂର୍ବାନୁମାନ କରାଯାଉଥିଲା । କିନ୍ତୁ ଏବେ ବାତ୍ୟା ଆଶଙ୍କା ଟଳିଯିବ ବୋଲି ପୂର୍ବାନୁମାନ କରାଯାଉଛି । ବାତ୍ୟା ହେବନି ବରଂ ଅବପାତ ହୋଇ ମିଆଁମାର ଆଡ଼କୁ ଯିବ ବୋଲି ଆଶଙ୍କା କରାଯାଉଛି । ଜିଏଫ୍‌ଏସ୍‌ ମଡେଲ ଏଭଳି ପୂର୍ବାନୁମାନ କରିଛି । ଅନ୍ୟପଟେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି କି ବର୍ଷା ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଇଛନ୍ତି ।ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ୨୨ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛ । ପ୍ରଥମେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବ । ୨୪ ତାରିଖ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏବେ ପାଇଁ ଏତିକି ସୂଚନା ଦେଇଛି ବିଭାଗ । ତେବେ ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ତୀବ୍ର ଅବପାତ ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ କହିଛନ୍ତି । କିନ୍ତୁ ଏହା କେଉଁ ଦିଗରେ ଅଗ୍ରସର ହେବ ସେ ନେଇ ଏବେଠାରୁ ସ୍ପଷ୍ଟ ଆକଳନ କରିହେବନି । ଦୁଇ ଦିନ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।ସେପଟେ ରାଜ୍ୟରେ ତାତି ବଢ଼ିଛି । ୨୧ ତାରିଖରେ ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼, ବୌଦ୍ଧ ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ବହିବ ।  ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍

ବାତ୍ୟା ଆଶଙ୍କା ଟଳିଯିବ ! ଅବପାତ ହୋଇ ମିଆଁମାର ଆଡ଼କୁ ଯିବ ବୋଲି ପୂର୍ବାନୁମାନ

ଭୁବନେଶ୍ୱର ୨୧।୫: ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେବ ପୂର୍ବରୁ ପୂର୍ବାନୁମାନ କରାଯାଉଥିଲା । କିନ୍ତୁ ଏବେ ବାତ୍ୟା ଆଶଙ୍କା ଟଳିଯିବ ବୋଲି ପୂର୍ବାନୁମାନ କରାଯାଉଛି । ବାତ୍ୟା ହେବନି ବରଂ ଅବପାତ ହୋଇ ମିଆଁମାର ଆଡ଼କୁ ଯିବ ବୋଲି ଆଶଙ୍କା କରାଯାଉଛି । ଜିଏଫ୍‌ଏସ୍‌ ମଡେଲ ଏଭଳି ପୂର୍ବାନୁମାନ କରିଛି । ଅନ୍ୟପଟେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି କି ବର୍ଷା ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଇଛନ୍ତି ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ୨୨ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛ । ପ୍ରଥମେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବ । ୨୪ ତାରିଖ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏବେ ପାଇଁ ଏତିକି ସୂଚନା ଦେଇଛି ବିଭାଗ । ତେବେ ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ତୀବ୍ର ଅବପାତ ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ କହିଛନ୍ତି । କିନ୍ତୁ ଏହା କେଉଁ ଦିଗରେ ଅଗ୍ରସର ହେବ ସେ ନେଇ ଏବେଠାରୁ ସ୍ପଷ୍ଟ ଆକଳନ କରିହେବନି । ଦୁଇ ଦିନ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ସେପଟେ ରାଜ୍ୟରେ ତାତି ବଢ଼ିଛି । ୨୧ ତାରିଖରେ ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼, ବୌଦ୍ଧ ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ବହିବ ।  ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳରେ ବର୍ଷା ହୋଇପାରେ । ୨୨ ତାରିଖରେ ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼, ବୌଦ୍ଧ ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୨୩ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ନୂଆପଡ଼ାରେ ଗ୍ରୀଷ୍ମପ୍ରବାହ ବହିପାରେ । ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୪ ଓ ୨୫ ତାରିଖରେ ଅଧିକ ବର୍ଷା ସମ୍ଭାବନା ଅଛି । 

୨୪ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଛି । ଏଠାରେ ୪୦ରୁ ୫୦ କି.ମି. ବେଗରେ ପବନ ବି ବହିପାରେ । ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଓ କଟକରେ ଭାରୀ ବର୍ଷା ହେବ । ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

You Can Read :

ଆସୁଛନ୍ତି ଅମିତ ଶାହ, ଢେଙ୍କାନାଳ ସମେତ ୪ ଜିଲ୍ଲାରେ କରିବେ ନିର୍ବାଚନୀ ପ୍ରଚାର