ବାତ୍ୟା ଆଶ୍ରୟସ୍ଥଳୀ ପାଲଟିଛି ଅସାମାଜିକ ବ୍ଯକ୍ତିଙ୍କ ଆଡ୍ଡାସ୍ଥଳୀ

ଭଦ୍ରକ : ବାତ୍ୟା ଓ ବନ୍ଯା ସମୟରେ ପ୍ରଭାବିତ ଲୋକଙ୍କ ଆଶ୍ରୟ ପାଇଁ ଭଦ୍ରକ ଜିଲାର ସମସ୍ତ ତଳିଆ ଅଞ୍ଚଳରେ... The post ବାତ୍ୟା ଆଶ୍ରୟସ୍ଥଳୀ ପାଲଟିଛି ଅସାମାଜିକ ବ୍ଯକ୍ତିଙ୍କ ଆଡ୍ଡାସ୍ଥଳୀ appeared first on .

ବାତ୍ୟା ଆଶ୍ରୟସ୍ଥଳୀ ପାଲଟିଛି ଅସାମାଜିକ ବ୍ଯକ୍ତିଙ୍କ ଆଡ୍ଡାସ୍ଥଳୀ

ଭଦ୍ରକ : ବାତ୍ୟା ଓ ବନ୍ଯା ସମୟରେ ପ୍ରଭାବିତ ଲୋକଙ୍କ ଆଶ୍ରୟ ପାଇଁ ଭଦ୍ରକ ଜିଲାର ସମସ୍ତ ତଳିଆ ଅଞ୍ଚଳରେ ବାତ୍ଯା ଆଶ୍ରୟସ୍ଥଳ ନିର୍ମାଣ ହୋଇଛି। ହେଲେ ଉକ୍ତ ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣା ଅଭାବ ଯୋଗୁ ଅସାମାଜିକ ବ୍ଯକ୍ତିବିଶେଷଙ୍କ ଆଡ୍ଡାସ୍ଥଳ ପାଲଟିଛି। ଏବେ ସମ୍ଭାବ୍ଯ ବାତ୍ଯା ଦାନା ପାଇଁ ସମସ୍ତ ବାତ୍ଯା ଆଶ୍ରୟସ୍ଥଳୀ ପ୍ରସ୍ତୁତ ଥିବା ଜିଲ୍ଲା  ପ୍ରଶାସନ କହୁଥିବା ବେଳେ ଗ୍ରାଉଣ୍ଡରେ ତାହା ବିପରୀତ ଦେଖା ଦେଇଛି। ଧାମରା ମୁହାଣ ନିକଟବର୍ତ୍ତି ତଳିଆ ଅଞ୍ଚଳ ଭାବେ ପରିଚିତ ନାନ୍ଦପୁର କୋଇଲିଖା ଠାରେ ଥିବା ବାତ୍ଯା ଆଶ୍ରୟସ୍ଥଳୀ ଜରାଜିର୍ଣ୍ଣ ଅବସ୍ଥାରେ ରହିଛି। ଆଗରେ ତାଲା ଝୁଲୁଥିଲେ ମଧ୍ଯ କବାଟ ଝରକା ଭାଙ୍ଗି ଯାଇଥିବାରୁ ଅସାମାଜିକ ବ୍ଯକ୍ତିଙ୍କ ଆଡାସ୍ଥଳ ପାଲଟିଛି। ଏଥିରେ ବୃହତ ଜେନେରଟର ଅଚଳ ହୋଇପଡିଥିବା ବେଳେ ଲାଇଟ ଫ୍ଯାନ ଭାଙ୍ଗି ଝୁଲି ରହିଛି। ଆଶ୍ରୟସ୍ଥଳର ଚାରିପାଖରେ ଅନାବନା ଗଛ ଥିବାରୁ ସରୀସୃପ ଭୟରେ ଲୋକ ଯାଉନଥିବା କହିଛନ୍ତି । ଏପଟେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ବାତ୍ଯା ପାଇଁ ସର୍ତକତା କରାଯିବା ସହ ବାତ୍ଯା ଆଶ୍ରୟସ୍ଥଳକୁ ଯିବା ପାଇଁ କୁହାଯାଉଛି । ହେଲେ ଆଜି ସକାଳ ୧୦ଟା ସୁଧା ଆଶ୍ରୟସ୍ଥଳରେ ଚାବି ଝୁଲୁଛି  ।

The post ବାତ୍ୟା ଆଶ୍ରୟସ୍ଥଳୀ ପାଲଟିଛି ଅସାମାଜିକ ବ୍ଯକ୍ତିଙ୍କ ଆଡ୍ଡାସ୍ଥଳୀ appeared first on .