ବାତ୍ୟା ଭୟ ମଧ୍ୟରେ ବଡ଼ ଘୋଷଣା କଲେ ମନମୋହନ: ଭାଜପା କାର୍ଯ୍ୟକର୍ତ୍ତାମାନେ…

ଭୁବନେଶ୍ୱର, ୨୩।୧୦(ସୁନିତ୍‌ ମିଶ୍ର):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ଦାନା’ ଭୀଷଣ ବାତ୍ୟା ରୂପ ନେଇ ୨୪ ତାରିଖ ମଧ୍ୟରାତ୍ରିରେ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ରହିବା ସହିତ ଅତି ପ୍ରବଳ ବର୍ଷା ହେବା ଆକଳନ କରାଯାଇଛି। ଦାନା ପ୍ରଭାବରେ ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, […] The post ବାତ୍ୟା ଭୟ ମଧ୍ୟରେ ବଡ଼ ଘୋଷଣା କଲେ ମନମୋହନ: ଭାଜପା କାର୍ଯ୍ୟକର୍ତ୍ତାମାନେ… appeared first on Dharitri Odia News.

ବାତ୍ୟା ଭୟ ମଧ୍ୟରେ ବଡ଼ ଘୋଷଣା କଲେ ମନମୋହନ: ଭାଜପା କାର୍ଯ୍ୟକର୍ତ୍ତାମାନେ…

ଭୁବନେଶ୍ୱର, ୨୩।୧୦(ସୁନିତ୍‌ ମିଶ୍ର):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ଦାନା’ ଭୀଷଣ ବାତ୍ୟା ରୂପ ନେଇ ୨୪ ତାରିଖ ମଧ୍ୟରାତ୍ରିରେ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ରହିବା ସହିତ ଅତି ପ୍ରବଳ ବର୍ଷା ହେବା ଆକଳନ କରାଯାଇଛି। ଦାନା ପ୍ରଭାବରେ ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ, କେନ୍ଦୁଝର, ମୟୁରଭଞ୍ଜ ସମେତ ରାଜ୍ୟର ଅନ୍ୟ କେତେକ ଜିଲା ପ୍ରଭାବିତ ହୋଇପାରେ। ଏହା ପୂର୍ବରୁ ଜନସାଧାରଣ ଓ ପ୍ରାଣୀ ସମ୍ପଦକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯିବ। ଏହାସହ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ, ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଏବଂ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିବେ। ସେହିପରି ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟରେ ଭାଜପା କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟ କରିବାକୁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଆହ୍ବାନ ଦେଇଛନ୍ତି।

 

ଏହି ସମୟରେ ଭୟଭୀତ ନ ହୋଇ ଧୈର୍ଯ୍ୟର ସହ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶାବାସୀଙ୍କୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବାତ୍ୟା ସମୟରେ ଜିରୋ କାଜୁଆଲିଟି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ସେବା, ସହାୟତା, ରିଲିଫ୍‌ କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ମନମୋହନ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ବାନ ଦେଇଛନ୍ତି ା

The post ବାତ୍ୟା ଭୟ ମଧ୍ୟରେ ବଡ଼ ଘୋଷଣା କଲେ ମନମୋହନ: ଭାଜପା କାର୍ଯ୍ୟକର୍ତ୍ତାମାନେ… appeared first on Dharitri Odia News.