ବାଥ୍‌ରୁମ୍‌ରେ ଟୁଥ୍‌ବ୍ରଶ୍ ରଖିବା ଠିକ୍ କି ? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ…

ନୂଆଦିଲ୍ଲୀ ୦୩।୦୪: ପ୍ରାୟ ସମସ୍ତଙ୍କ ଘରେ ବାଥ୍‌ରୁମ୍‌ରେ ଟୁଥ୍‌ବ୍ରଶ୍‌ ରଖୁଥିବେ । ଅର୍ଥାତ୍‌ ଗୋଟିଏ ସ୍ଥାନରେ ପରିବାର ସମସ୍ତଙ୍କର ରହିଥାଏ ଟୁଥ୍‌ବ୍ରଶ୍ । କାରଣ ଭାରତରେ ଏବେ ବି ଅଧିକାଂଶ ଲୋକ ଜଏଣ୍ଟ୍ ଫାମିଲିରେ ଦେଖିବାକୁ ମିଳିଥାନ୍ତି । କିନ୍ତୁ ବାଥ୍‌ରୁମ୍‌ରେ ଟୁଥ୍‌ବ୍ରଶ୍ ରଖିବା କେତେ ଠିକ୍ ?  ଏହା ଶରୀର ଉପରେ କେତେ ପ୍ରଭାବ ପକାଏ ? ବିଶେଷଜ୍ଞଙ୍କ ଅନୁଯାୟୀ, ବାଥ୍‌ରୁମ୍‌ରେ ଫ୍ଲଶ୍ କରିବା ପରେ ମଧ୍ୟ ସିଟ୍ କିମ୍ବା ଏହାର ଆଖପାଖ ଅଞ୍ଚଳରେ ଜୀବାଣୁ ଥାଆନ୍ତି। ଯେତେବେଳେ ଫ୍ଲଶ୍ କରାଯାଏ ପାଣି ବାହାରକୁ ଆସି ଚଟାଣରେ ପଡେ । ଏମିତିକି ମଳରୁ ନିର୍ଗତ ଜୀବାଣୁ ମଧ୍ୟ ବାହାରକୁ ପଳେଇ ଆସନ୍ତି। ଏହାପରେ ଚଟାଣ ଉପରୁ ପାଣି ଶୁଖିଯିବା ପରେ ଜୀବାଣୁ ଟୁଥ୍‌ବ୍ରଶ୍‌କୁ ଚାଲି ଆସିଥାନ୍ତି। ସେହି ବ୍ରଶ୍‌ରେ ପେଷ୍ଟ୍‌ ଲଗାଇ ଏହାକୁ ବ୍ୟବହାର କରାଗଲେ, ଜୀବାଣୁ ପାଟିରେ ପ୍ରବେଶ କରନ୍ତି ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଦ୍ୱାରା ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ବଢିଯାଏ । ତେଣୁ ଟୁଥ୍‌ବ୍ରଶ୍‌ ସବୁବେଳେ ବାହାରେ ରଖନ୍ତୁ । ଏହାବ୍ୟତୀତ ବ୍ରଶ୍‌ କରିବା ପୂର୍ବରୁ ଏହାକୁ ଥରେ ସଫା ପାଣିରେ ଧୋଇବା ଉଚିତ। ଏହା କରିବା ଦ୍ୱାରା ବ୍ରଶ୍‌ରେ ଜମା ହୋଇଥିବା ଜୀବାଣୁ ଦୂର ହୋଇଯାଏ। ଦାନ୍ତ ଘଷିସାରିବା ପରେ ଟୁଥ୍‌ବ୍ରଶ୍‌କୁ ଏକ ଖୋଲା ସ୍ଥାନରେ ଶୁଖିବାକୁ ଦିଅନ୍ତୁ। ବ୍ରଶ୍‌କୁ ଭଲଭାବେ ଶୁଖେଇଲା ପରେ କଭର କରି ର

ବାଥ୍‌ରୁମ୍‌ରେ ଟୁଥ୍‌ବ୍ରଶ୍ ରଖିବା ଠିକ୍ କି ? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ…

ନୂଆଦିଲ୍ଲୀ ୦୩।୦୪: ପ୍ରାୟ ସମସ୍ତଙ୍କ ଘରେ ବାଥ୍‌ରୁମ୍‌ରେ ଟୁଥ୍‌ବ୍ରଶ୍‌ ରଖୁଥିବେ । ଅର୍ଥାତ୍‌ ଗୋଟିଏ ସ୍ଥାନରେ ପରିବାର ସମସ୍ତଙ୍କର ରହିଥାଏ ଟୁଥ୍‌ବ୍ରଶ୍ । କାରଣ ଭାରତରେ ଏବେ ବି ଅଧିକାଂଶ ଲୋକ ଜଏଣ୍ଟ୍ ଫାମିଲିରେ ଦେଖିବାକୁ ମିଳିଥାନ୍ତି । କିନ୍ତୁ ବାଥ୍‌ରୁମ୍‌ରେ ଟୁଥ୍‌ବ୍ରଶ୍ ରଖିବା କେତେ ଠିକ୍ ?  ଏହା ଶରୀର ଉପରେ କେତେ ପ୍ରଭାବ ପକାଏ ? 

ବିଶେଷଜ୍ଞଙ୍କ ଅନୁଯାୟୀ, ବାଥ୍‌ରୁମ୍‌ରେ ଫ୍ଲଶ୍ କରିବା ପରେ ମଧ୍ୟ ସିଟ୍ କିମ୍ବା ଏହାର ଆଖପାଖ ଅଞ୍ଚଳରେ ଜୀବାଣୁ ଥାଆନ୍ତି। ଯେତେବେଳେ ଫ୍ଲଶ୍ କରାଯାଏ ପାଣି ବାହାରକୁ ଆସି ଚଟାଣରେ ପଡେ । ଏମିତିକି ମଳରୁ ନିର୍ଗତ ଜୀବାଣୁ ମଧ୍ୟ ବାହାରକୁ ପଳେଇ ଆସନ୍ତି। ଏହାପରେ ଚଟାଣ ଉପରୁ ପାଣି ଶୁଖିଯିବା ପରେ ଜୀବାଣୁ ଟୁଥ୍‌ବ୍ରଶ୍‌କୁ ଚାଲି ଆସିଥାନ୍ତି। ସେହି ବ୍ରଶ୍‌ରେ ପେଷ୍ଟ୍‌ ଲଗାଇ ଏହାକୁ ବ୍ୟବହାର କରାଗଲେ, ଜୀବାଣୁ ପାଟିରେ ପ୍ରବେଶ କରନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଦ୍ୱାରା ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ବଢିଯାଏ । ତେଣୁ ଟୁଥ୍‌ବ୍ରଶ୍‌ ସବୁବେଳେ ବାହାରେ ରଖନ୍ତୁ । ଏହାବ୍ୟତୀତ ବ୍ରଶ୍‌ କରିବା ପୂର୍ବରୁ ଏହାକୁ ଥରେ ସଫା ପାଣିରେ ଧୋଇବା ଉଚିତ। ଏହା କରିବା ଦ୍ୱାରା ବ୍ରଶ୍‌ରେ ଜମା ହୋଇଥିବା ଜୀବାଣୁ ଦୂର ହୋଇଯାଏ। ଦାନ୍ତ ଘଷିସାରିବା ପରେ ଟୁଥ୍‌ବ୍ରଶ୍‌କୁ ଏକ ଖୋଲା ସ୍ଥାନରେ ଶୁଖିବାକୁ ଦିଅନ୍ତୁ। ବ୍ରଶ୍‌କୁ ଭଲଭାବେ ଶୁଖେଇଲା ପରେ କଭର କରି ରଖନ୍ତୁ। ପ୍ରତି ତିନିରୁ ଚାରି ମାସରେ ଟୁଥ୍ ବ୍ରଶ୍ ବଦଳାନ୍ତୁ।