ବାପା ଜାଳିଦେଲା ପୁଅ ବୋହୁଙ୍କୁ: ବୋହୁ ମୃତ, ପୁଅ ଗୁରୁତର
କଟକ:ପୁଅ ବୋହୁଙ୍କ ଉପରେ ନିଆଁ ଲଗାଇ ପୋଡିଦେବା ଘଟଣାରେ ବୋହୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କଟକ ବାରଙ୍ଗ ଗୋଡ଼ି ସାହି ବାରସୀଙ୍ଗା ଗାଆଁରେ ବୃଦ୍ଧ ଗୋବର୍ଦ୍ଧନ ରାଉତ ପେଟ୍ରୋଲ ଢାଳି ନିଆଁ ଲଗାଇ ପୁଅ ଓ ବୋହୂ ଙ୍କୁ ପୋଡ଼ି ଦେବା ଘଟଣାରେ ଚାକିଗଲା ବୋହୂର ଜୀବନ । ଗତକାଲି ଦିନବନ୍ଧୁ ଓ ତାଙ୍କ ପତ୍ନୀ ସସ୍ମିତା ରାଉତ ଙ୍କୁ ଅତି ଗୁରୁତର ଅବସ୍ଥାରେ କଟକ ଏସ ସି ବି ମେଡ଼ିକାଲ କୁ ଅଣା ଯାଇଥିଲା। […]

କଟକ:ପୁଅ ବୋହୁଙ୍କ ଉପରେ ନିଆଁ ଲଗାଇ ପୋଡିଦେବା ଘଟଣାରେ ବୋହୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କଟକ ବାରଙ୍ଗ ଗୋଡ଼ି ସାହି ବାରସୀଙ୍ଗା ଗାଆଁରେ ବୃଦ୍ଧ ଗୋବର୍ଦ୍ଧନ ରାଉତ ପେଟ୍ରୋଲ ଢାଳି ନିଆଁ ଲଗାଇ ପୁଅ ଓ ବୋହୂ ଙ୍କୁ ପୋଡ଼ି ଦେବା ଘଟଣାରେ ଚାକିଗଲା ବୋହୂର ଜୀବନ । ଗତକାଲି ଦିନବନ୍ଧୁ ଓ ତାଙ୍କ ପତ୍ନୀ ସସ୍ମିତା ରାଉତ ଙ୍କୁ ଅତି ଗୁରୁତର ଅବସ୍ଥାରେ କଟକ ଏସ ସି ବି ମେଡ଼ିକାଲ କୁ ଅଣା ଯାଇଥିଲା। ଏହାପରେ ସସ୍ମିତା ଙ୍କୁ ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା ସୁଦ୍ଧା ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେହିଭଳି ଦିନବନ୍ଧୁ ଗୁରୁତର ଅବସ୍ଥାରେ ଏସସିବିରେ ଚିକିତ୍ସିତ ହେଉଛନ୍ତି।।
ଘଟଣାରେ ଅଭିଯୁକ୍ତ ବାପା ଗୋବର୍ଦ୍ଧନ ଆହତ ହୋଇଛି। ସୁସ୍ଥ ହେଲା ପରେ ସଂପୂର୍ଣ୍ଣ ଘଟଣାର ତଦନ୍ତ କରାଯିବ ବୋଲି ପୋଲିସ କହିଛି। ପ୍ରତିଶୋଧ ପରାୟଣ ହୋଇ ବାପା ଏଭଳି କାଣ୍ଡ ଘଟାଇ ଥିବା ଅଭିଯୁକ୍ତ କହିଛି। ପୁଅକୁ ୫ ହଜାର ଟଙ୍କା ମାଗିଥିଲେ ଗୋବର୍ଦ୍ଧନ।ହେଲେ ପୁଅ ନଦେବାରୁ ରାଗିଯାଇ ପୁଅ ବୋହୂ ଶୋଇଥିବା ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ କବାଟ ବନ୍ଦ କରି ଦେଇଥିଲା ଗୋବର୍ଦ୍ଧନ। ଏହି ସମୟରେ ଷୌଭାଗ୍ୟ ବଶତଃ ଦିନବନ୍ଧୁ ଙ୍କ ୫ ବର୍ଷର ପୁଅ ରକ୍ଷା ପାଇ ଯାଇଥିଲେ।