ଡ୍ୟାନ୍ସ ପ୍ରତିଯୋଗିତା: ଶୋଲ ଡ୍ୟାନ୍ସରେ ଚିନ୍ମୟୀ ଚାମ୍ପିୟନ 

ଗଞ୍ଜାମ,୫।୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥ ଗ୍ରାମଠାରେ ପୋଖରୀ ମଧ୍ୟରେ ନୂତନ ଭାବେ ନିର୍ମିତ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ମାଳି ଜଗନ୍ନାଥ ପୁର ବଜରଙ୍ଗ ଦଳ ପକ୍ଷରୁ ଶୋଲ ଡ୍ୟାନ୍ସ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ଗଞ୍ଜାମ ସହରର କୁନି ଡ୍ୟାନ୍ସର ଚିନ୍ମୟୀ ପଟ୍ଟନାୟକ  ଚାମ୍ପିୟନ ହୋଇଛନ୍ତି।  ସେହିପରି ଗ୍ରୁପ ଡ୍ୟାନ୍ସରେ ଧି ସ୍କୋଲଡିଂ ଡ୍ୟାନ୍ସ ଏକାଡେମୀ ଚାମ୍ପିୟନ  ହୋଇଥିଲା। ବିଚାରକ ଭାବେ ଡ୍ୟାନ୍ସ ମାଷ୍ଟର […] The post ଡ୍ୟାନ୍ସ ପ୍ରତିଯୋଗିତା: ଶୋଲ ଡ୍ୟାନ୍ସରେ ଚିନ୍ମୟୀ ଚାମ୍ପିୟନ  appeared first on Dharitri Odia News.

ଡ୍ୟାନ୍ସ ପ୍ରତିଯୋଗିତା: ଶୋଲ ଡ୍ୟାନ୍ସରେ ଚିନ୍ମୟୀ ଚାମ୍ପିୟନ 
ଗଞ୍ଜାମ,୫।୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥ ଗ୍ରାମଠାରେ ପୋଖରୀ ମଧ୍ୟରେ ନୂତନ ଭାବେ ନିର୍ମିତ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ମାଳି ଜଗନ୍ନାଥ ପୁର ବଜରଙ୍ଗ ଦଳ ପକ୍ଷରୁ ଶୋଲ ଡ୍ୟାନ୍ସ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ଗଞ୍ଜାମ ସହରର କୁନି ଡ୍ୟାନ୍ସର ଚିନ୍ମୟୀ ପଟ୍ଟନାୟକ  ଚାମ୍ପିୟନ ହୋଇଛନ୍ତି।  ସେହିପରି ଗ୍ରୁପ ଡ୍ୟାନ୍ସରେ ଧି ସ୍କୋଲଡିଂ ଡ୍ୟାନ୍ସ ଏକାଡେମୀ ଚାମ୍ପିୟନ  ହୋଇଥିଲା। ବିଚାରକ ଭାବେ ଡ୍ୟାନ୍ସ ମାଷ୍ଟର ପଙ୍କଜ କୁମାର ପଲାଇ, ଗୀତା ସ୍ବାଇଁ, ମୁନା ମହାରଣା, ଅମିତ କୁମାର ପ୍ରମୁଖ ଉପସ୍ଥିତଥିଲେ ।ଗ୍ରୁପ ଡ୍ୟାନ୍ସରେ ଲିଟିଲ ମାଷ୍ଟର ଶିବ ପ୍ରସାଦ ରାଉଳ, ଏନ ରାଜେଶ ରେଡ୍ଡୀ, କେ ଶ୍ୟାମ ସୁନ୍ଦର ଦୋରା, ଏନ ମହେଶ ରେଡି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।

The post ଡ୍ୟାନ୍ସ ପ୍ରତିଯୋଗିତା: ଶୋଲ ଡ୍ୟାନ୍ସରେ ଚିନ୍ମୟୀ ଚାମ୍ପିୟନ  appeared first on Dharitri Odia News.