ବାପା ମନାକଲେ, ଆଉ ବ୍ଲଗ୍ କରିବିନି
ଇସ୍ଲାମାବାଦ: ପାକିସ୍ତାନର ବେଶ୍ ପରିଚିତ ଶିଶୁ ୟୁଟ୍ୟୁବର ମହମ୍ମଦ ଶିରାଜ(୬) ତାଙ୍କର ଶେଷ ବ୍ଲଗ୍ ଶେୟାର କରିଛନ୍ତି। ସେ ଏହି ବ୍ଲଗରେ ତାଙ୍କ ପ୍ରଶଂସକ ଏବଂ ଅନୁଗାମୀମାନଙ୍କୁ ଭାବପ୍ରବଣ ହୋଇ ବିଦାୟ ଜଣାଇଛନ୍ତି। ୟୁଟ୍ୟୁବରେ ପୋଷ୍ଟ ହୋଇଥିବା ଏହି ୧୧ ମିନିଟର ଭିଡିଓରେ ଶିରାଜ କହିଛନ୍ତି, ତାଙ୍କ ପିତା ଚାହୁଁଛନ୍ତି ସେ ବ୍ଲଗ୍ କରିବା ପରିବର୍ତ୍ତେ ନିଜ ଅଧ୍ୟୟନ ପ୍ରତି ବେଶି ଧ୍ୟାନ ଦିଅନ୍ତୁ। ତେଣୁ ସେ ୟୁଟ୍ୟୁବରୁ ବିଦାୟ ନେଇ ଆଉ ବ୍ଲଗିଂ କରିବେ ନାହିଁ […] The post ବାପା ମନାକଲେ, ଆଉ ବ୍ଲଗ୍ କରିବିନି appeared first on Dharitri Odia News.
ଇସ୍ଲାମାବାଦ: ପାକିସ୍ତାନର ବେଶ୍ ପରିଚିତ ଶିଶୁ ୟୁଟ୍ୟୁବର ମହମ୍ମଦ ଶିରାଜ(୬) ତାଙ୍କର ଶେଷ ବ୍ଲଗ୍ ଶେୟାର କରିଛନ୍ତି। ସେ ଏହି ବ୍ଲଗରେ ତାଙ୍କ ପ୍ରଶଂସକ ଏବଂ ଅନୁଗାମୀମାନଙ୍କୁ ଭାବପ୍ରବଣ ହୋଇ ବିଦାୟ ଜଣାଇଛନ୍ତି। ୟୁଟ୍ୟୁବରେ ପୋଷ୍ଟ ହୋଇଥିବା ଏହି ୧୧ ମିନିଟର ଭିଡିଓରେ ଶିରାଜ କହିଛନ୍ତି, ତାଙ୍କ ପିତା ଚାହୁଁଛନ୍ତି ସେ ବ୍ଲଗ୍ କରିବା ପରିବର୍ତ୍ତେ ନିଜ ଅଧ୍ୟୟନ ପ୍ରତି ବେଶି ଧ୍ୟାନ ଦିଅନ୍ତୁ। ତେଣୁ ସେ ୟୁଟ୍ୟୁବରୁ ବିଦାୟ ନେଇ ଆଉ ବ୍ଲଗିଂ କରିବେ ନାହିଁ ବୋଲି ଏହି ଭିଡିଓରେ କହିଛନ୍ତି। ବ୍ଲଗିଂ କରିବା ତାଙ୍କୁ ବହୁତ୍ ପସନ୍ଦ ଥିବା ଶିରାଜ ନିଜର ଏହି ଶେଷ ବ୍ଲଗ୍ରେ ସ୍ବୀକାର କରିଛନ୍ତି। ପିତାଙ୍କ ଉପଦେଶ ମାନି ସାମୟିକ ଭାବେ ବ୍ଲଗିଂରୁ ଦୂରେଇଯିବାକୁ ନିଷ୍ପତ୍ତି ନେଇଥିବା ଶିରାଜ କହିଛନ୍ତି। ସବୁବେଳେ ସମର୍ଥନ କରୁଥିବାରୁ ସେ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
The post ବାପା ମନାକଲେ, ଆଉ ବ୍ଲଗ୍ କରିବିନି appeared first on Dharitri Odia News.