ବାପା ହେବେ କେଏଲ ରାହୁଲ; ଗୁଡ୍ ନ୍ୟୁଜ ଦେଲେ ଆଥିୟା ସେଟ୍ଟୀ
ମୁମ୍ବାଇ,୮।୧୧: ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲଙ୍କ ଘରକୁ ଆସିବାକୁ ଯାଉଛି ବଡ ଖୁସି ଖବର। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅଭିନେତ୍ରୀ ତାଙ୍କର ପ୍ରେଗ୍ନେନ୍ସି ଘୋଷଣା କରିଛନ୍ତି। ଦୁହେଁ ଏକ ଫଟୋ ଶେୟାର କରି ଲେଖିଛନ୍ତି, ”ଆମର ଅତିସୁନ୍ଦର ଆଶୀର୍ବାଦ ଖୁବଶୀଘ୍ର ଆସୁଛି, ୨୦୨୫।” ଏଥିସହିତ ଏକ କୁନି ପିଲାର ପାଦ ଫଟୋ ମଧ୍ୟ ସେଠାରେ ଦେଖିବାକୁ ମିଳୁଛି। ରାହୁଲ ଏବଂ ଆଥିୟାଙ୍କ ଖୁସି ଖବର ଶୁଣି ତାଙ୍କର ପରିବାର ଓ ପ୍ରଶଂସକମାନେ […] The post ବାପା ହେବେ କେଏଲ ରାହୁଲ; ଗୁଡ୍ ନ୍ୟୁଜ ଦେଲେ ଆଥିୟା ସେଟ୍ଟୀ appeared first on Dharitri Odia News.
ମୁମ୍ବାଇ,୮।୧୧: ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲଙ୍କ ଘରକୁ ଆସିବାକୁ ଯାଉଛି ବଡ ଖୁସି ଖବର। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅଭିନେତ୍ରୀ ତାଙ୍କର ପ୍ରେଗ୍ନେନ୍ସି ଘୋଷଣା କରିଛନ୍ତି। ଦୁହେଁ ଏକ ଫଟୋ ଶେୟାର କରି ଲେଖିଛନ୍ତି, ”ଆମର ଅତିସୁନ୍ଦର ଆଶୀର୍ବାଦ ଖୁବଶୀଘ୍ର ଆସୁଛି, ୨୦୨୫।” ଏଥିସହିତ ଏକ କୁନି ପିଲାର ପାଦ ଫଟୋ ମଧ୍ୟ ସେଠାରେ ଦେଖିବାକୁ ମିଳୁଛି।
ରାହୁଲ ଏବଂ ଆଥିୟାଙ୍କ ଖୁସି ଖବର ଶୁଣି ତାଙ୍କର ପରିବାର ଓ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଥିୟାଙ୍କ ଭାଇ ଆହାନ ପୋଷ୍ଟରେ କମେନ୍ଟ କରି ଶୁଭେଚ୍ଛା ଜଣାଇଥିବା ବେଳେ ଖୁବଶୀଘ୍ର କୁନି କେଏଲ ରାହୁଲ ଦୁନିଆକୁ ଆସିବାକୁ ଯାଉଥିବା ୟୁଜର୍ସମାନେ କମେଣ୍ଟ କରିଛନ୍ତି।
କେଏଲ ରାହୁଲ ଏବଂ ଆଥିୟା ସେଟ୍ଟୀ ଦୀର୍ଘ ଦିନ ଡେଟ କରିବା ପରେ ୨୩ ଜାନୁଆରୀ ୨୦୨୩ରେ ବିବାହ କରିଥିଲେ। ଏହି ବିବାହ ସୁନୀଲ ସେଟ୍ଟୀଙ୍କ ଫାର୍ମ ହାଉସରେ ହୋଇଥିଲା। ଏବେ ଏହି ଦମ୍ପତି ବାପା, ମା’ ହେବାକୁ ଯାଉଛନ୍ତି।
The post ବାପା ହେବେ କେଏଲ ରାହୁଲ; ଗୁଡ୍ ନ୍ୟୁଜ ଦେଲେ ଆଥିୟା ସେଟ୍ଟୀ appeared first on Dharitri Odia News.