ସୁସ୍ଥ ଜୀବନଶୈଳୀକୁ ଗୁରୁତ୍ୱ

ଭୁବନେଶ୍ୱର, ୧।୬: ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ ତଥା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବା ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ ୟୁକୋ ବ୍ୟାଙ୍କର ମିଳିତ ସହଯୋଗରେ ଶୁକ୍ରବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ତମାଖୁ ବର୍ଜନ ଉପରେ ସଚେତନତା ସୃଷ୍ଟି ପାଇଁ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ତମାଖୁ ବର୍ଜନକରି ଏକ ସୁସ୍ଥ […] The post ସୁସ୍ଥ ଜୀବନଶୈଳୀକୁ ଗୁରୁତ୍ୱ appeared first on Dharitri Odia News.

ସୁସ୍ଥ ଜୀବନଶୈଳୀକୁ ଗୁରୁତ୍ୱ

ଭୁବନେଶ୍ୱର, ୧।୬: ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ ତଥା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବା ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ ୟୁକୋ ବ୍ୟାଙ୍କର ମିଳିତ ସହଯୋଗରେ ଶୁକ୍ରବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ତମାଖୁ ବର୍ଜନ ଉପରେ ସଚେତନତା ସୃଷ୍ଟି ପାଇଁ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ତମାଖୁ ବର୍ଜନକରି ଏକ ସୁସ୍ଥ ଜୀବନଶୈଳୀକୁ ଆପଣେଇବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଉଭୟ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ ୟୁକୋ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ପକ୍ଷରୁ ଗୃହଋଣ, କାର୍‌ ଋଣ, ସୁବିଧା ସାଲାରି ଏବଂ ଶିକ୍ଷା ଋଣ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲାବେଳେ ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ୍‌ ଉପତ୍ାଦ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଅପରପକ୍ଷରେ ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଉପମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଚିନ୍ମୟ କୁମାର ସାହୁ, ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡ. ସୁଧାଂଶୁ ଏସ୍‌. ମିଶ୍ର, ଆସିଷ୍ଟାଣ୍ଟ ପ୍ରଫେସର ଡ.ଶାଶ୍ୱତୀ ସାହୁଙ୍କ ସମେତ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଚିକିତ୍ସକ, ଅଧିକାରୀ, କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

The post ସୁସ୍ଥ ଜୀବନଶୈଳୀକୁ ଗୁରୁତ୍ୱ appeared first on Dharitri Odia News.