ବାପାକୁ ପଥରରେ ପିଟି ପିଟି ହତ୍ୟା ପରେ ଝିଅକୁ ଦୁଷ୍କର୍ମ କଲା ଯୁବକ, ପୋଲିସ ତଦନ୍ତ ଜାରି

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା ଇଲାକାରେ ଚାଞ୍ଚଲ୍ୟ  l ଦିନ ଦ୍ବିପ୍ରହରରେ ଜଣେ ବ୍ୟକ୍ତିଙ୍କ ଘରେ ପସି ବାପାକୁ ପଥରରେ ପିଟି ପିଟି ହତ୍ୟା ପରେ ଝିଅକୁ ଦୁଷ୍କର୍ମ କଲା ଜଣେ ଯୁବକ l  ଏମିତି ଘଟଣା ଦେଖିବାକୁ ମିଳିଛି ଆସିକା ଏନଏସି କଲୋନୀରେ  l ଏହି କଲୋନୀରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଜଣେ ଦିବ୍ୟାଙ୍ଗଙ୍କୁ ହତ୍ୟା କରାଯାଇଛି  l ମୃତ ଦିବ୍ୟାଙ୍ଗ ଘର ବାରଣ୍ଡା ଦୋକାନରେ ବସିଥିବା ସମୟରେ ଜଣେ […] The post ବାପାକୁ ପଥରରେ ପିଟି ପିଟି ହତ୍ୟା ପରେ ଝିଅକୁ ଦୁଷ୍କର୍ମ କଲା ଯୁବକ, ପୋଲିସ ତଦନ୍ତ ଜାରି appeared first on KNews Odisha.

ବାପାକୁ ପଥରରେ ପିଟି ପିଟି ହତ୍ୟା ପରେ ଝିଅକୁ ଦୁଷ୍କର୍ମ କଲା ଯୁବକ, ପୋଲିସ ତଦନ୍ତ ଜାରି
assaults

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା ଇଲାକାରେ ଚାଞ୍ଚଲ୍ୟ  l ଦିନ ଦ୍ବିପ୍ରହରରେ ଜଣେ ବ୍ୟକ୍ତିଙ୍କ ଘରେ ପସି ବାପାକୁ ପଥରରେ ପିଟି ପିଟି ହତ୍ୟା ପରେ ଝିଅକୁ ଦୁଷ୍କର୍ମ କଲା ଜଣେ ଯୁବକ l  ଏମିତି ଘଟଣା ଦେଖିବାକୁ ମିଳିଛି ଆସିକା ଏନଏସି କଲୋନୀରେ  l ଏହି କଲୋନୀରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଜଣେ ଦିବ୍ୟାଙ୍ଗଙ୍କୁ ହତ୍ୟା କରାଯାଇଛି  l

ମୃତ ଦିବ୍ୟାଙ୍ଗ ଘର ବାରଣ୍ଡା ଦୋକାନରେ ବସିଥିବା ସମୟରେ ଜଣେ ଯୁବକ ଅଚାନକ ତାଙ୍କ ଉପରକୁ ପଥରରେ ଆକ୍ରମଣ କରିବା ପରେ ଘର ଭିତରେ ପସି ଝିଅକୁ ଦୁଷ୍କର୍ମ କରିଥିଲେ  l ଏହି ସମୟରେ ଦିବ୍ୟାଙ୍ଗଙ୍କ ପତ୍ନୀ ଉଦ୍ଧାର ଲାଗି ଯାଇଥିବା ସମୟରେ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି  l  ତେବେ ହତ୍ୟାକାରୀ ଜୋକବନ୍ଧ ସାହିର ମୁକେଶ ଆନନ୍ଦ ନାମକ ଯୁବକ ହୋଇଥିବା ବେଳେ ସେ କାହିଁକି ଏହି ଘଟଣା ଭିଆଇଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି l

ଅନ୍ୟପଟେ ଆକ୍ରମଣ ପରେ ସ୍ଥାନୀୟ ବାସିନ୍ଦା ଯୁବକକୁ ଅଟକ ରଖି ପୋଲିସକୁ ଜିମା ଦେଇଛନ୍ତି । ଦିବ୍ୟାଙ୍ଗଙ୍କୁ ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି  l

 

 

 

 

The post ବାପାକୁ ପଥରରେ ପିଟି ପିଟି ହତ୍ୟା ପରେ ଝିଅକୁ ଦୁଷ୍କର୍ମ କଲା ଯୁବକ, ପୋଲିସ ତଦନ୍ତ ଜାରି appeared first on KNews Odisha.