ବାପାଙ୍କ ଇଚ୍ଛା ପୂରଣ କଲେ ଦୁଇ ଝିଅ, ICUରେ ହେଲା ନିକାହ
ମୁମ୍ଵାଇ ୧୮।୦୬: ବିବାହ ଫିଲ୍ମର ସେହି ଦୃଶ୍ୟ ଆପଣ ସମସ୍ତେ ନିଶ୍ଚୟ ମନେ ରଖିଥିବେ । କାହିଁକି ନା ସାହିଦ କପୁର ଆହତ ଅଭିନେତ୍ରୀ ଅମୃତା ରାଓଙ୍କୁ ଆଇସିୟୁ ୱାର୍ଡରେ ବିବାହ କରିଥିଲେ। ଯାହା ଖୁବ୍ ଲୋକପ୍ରିୟ ହୋଇଥିଲା । ବର୍ତ୍ତମାନ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏହିପରି ଏକ ଅନନ୍ୟ ବିବାହ ଦେଖିବାକୁ ମିଲିଛି। ଯେଉଁଠାରେ ଦୁଇ ଝିଅ ଅସୁସ୍ଥ ଥିବା ପିତାଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ଆଇସିୟୁରେ ବିବାହ କରିଛନ୍ତି । ହସପିଟାଲରେ ହେଲା ନିକାହ । ଆଇସିୟୁରେ ଥିଲେ ବାପା। ବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ନିଜର ବିବାହ ସାରିଦେଲେ ଦୁଇ ଝିଅ । ବାପାଙ୍କ ଉପସ୍ଥିତି ଓ ଆଶୀର୍ବାଦରେ ଆଇସିୟୁ ଭିତରେ ହିଁ ବିବାହ କଲେ ଦୁଇ ଭଉଣୀ । ଦୁଇ ଭଉଣୀଙ୍କର ଜୁନ ୨୨ ତାରିଖରେ ବିବାହ ହେବାର ଥିଲା । ହେଲେ ଗତ ୮ ତାରିଖରେ ବାପା ୫୫ ବର୍ଷୀୟ ସୁଫି ସୟଦ ଜୁନୈଦ ସାବ୍ରି ହଠାତ ଅସୁସ୍ଥ ହୋଇଥିଲେ। ଯାହା ଫଳରେ ଭେଣ୍ଟିଲେଟର ସହାୟତାରେ ଆଇସିୟୁରେ ଆଡମିଟ ହେବାକୁ ପଡିଲା । ଏପରିସ୍ଥିତିରେ ସୁଫିଙ୍କ ଦୁଇ ଝିଅ ଆଇସିୟୁରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଏହାକୁ ହସପିଟାଲ କର୍ତ୍ତୃପକ୍ଷ ସମର୍ଥନ କରି ତୁରନ୍ତ ବିବାହ ପ୍ରସ୍ତୁତି କରିଥିଲେ। ଏକ ସ୍ବତନ୍ତ୍ର ରୁମରେ ବିବାହ ବ୍ୟବସ୍ଥା କରାଯାଇଥିଲା । ଯେଉଁଥିରେ ୫ ଜଣ ସଂପର୍କୀୟ ନିକାହବେଳେ ଉପସ୍ଥିତ ଥିଲେ । ବାପା ସେମାନଙ୍କ ପୂରା ଦୁନିଆ କହିଲେ ଅତ୍ଯୁକ୍ତି ହେବନାହିଁ । ଆମେ ତାଙ୍କ ଆଶୀ
ମୁମ୍ଵାଇ ୧୮।୦୬: ବିବାହ ଫିଲ୍ମର ସେହି ଦୃଶ୍ୟ ଆପଣ ସମସ୍ତେ ନିଶ୍ଚୟ ମନେ ରଖିଥିବେ । କାହିଁକି ନା ସାହିଦ କପୁର ଆହତ ଅଭିନେତ୍ରୀ ଅମୃତା ରାଓଙ୍କୁ ଆଇସିୟୁ ୱାର୍ଡରେ ବିବାହ କରିଥିଲେ। ଯାହା ଖୁବ୍ ଲୋକପ୍ରିୟ ହୋଇଥିଲା । ବର୍ତ୍ତମାନ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏହିପରି ଏକ ଅନନ୍ୟ ବିବାହ ଦେଖିବାକୁ ମିଲିଛି। ଯେଉଁଠାରେ ଦୁଇ ଝିଅ ଅସୁସ୍ଥ ଥିବା ପିତାଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ଆଇସିୟୁରେ ବିବାହ କରିଛନ୍ତି ।
ହସପିଟାଲରେ ହେଲା ନିକାହ । ଆଇସିୟୁରେ ଥିଲେ ବାପା। ବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ନିଜର ବିବାହ ସାରିଦେଲେ ଦୁଇ ଝିଅ । ବାପାଙ୍କ ଉପସ୍ଥିତି ଓ ଆଶୀର୍ବାଦରେ ଆଇସିୟୁ ଭିତରେ ହିଁ ବିବାହ କଲେ ଦୁଇ ଭଉଣୀ । ଦୁଇ ଭଉଣୀଙ୍କର ଜୁନ ୨୨ ତାରିଖରେ ବିବାହ ହେବାର ଥିଲା । ହେଲେ ଗତ ୮ ତାରିଖରେ ବାପା ୫୫ ବର୍ଷୀୟ ସୁଫି ସୟଦ ଜୁନୈଦ ସାବ୍ରି ହଠାତ ଅସୁସ୍ଥ ହୋଇଥିଲେ। ଯାହା ଫଳରେ ଭେଣ୍ଟିଲେଟର ସହାୟତାରେ ଆଇସିୟୁରେ ଆଡମିଟ ହେବାକୁ ପଡିଲା । ଏପରିସ୍ଥିତିରେ ସୁଫିଙ୍କ ଦୁଇ ଝିଅ ଆଇସିୟୁରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଲେ ।
ଏହାକୁ ହସପିଟାଲ କର୍ତ୍ତୃପକ୍ଷ ସମର୍ଥନ କରି ତୁରନ୍ତ ବିବାହ ପ୍ରସ୍ତୁତି କରିଥିଲେ। ଏକ ସ୍ବତନ୍ତ୍ର ରୁମରେ ବିବାହ ବ୍ୟବସ୍ଥା କରାଯାଇଥିଲା । ଯେଉଁଥିରେ ୫ ଜଣ ସଂପର୍କୀୟ ନିକାହବେଳେ ଉପସ୍ଥିତ ଥିଲେ । ବାପା ସେମାନଙ୍କ ପୂରା ଦୁନିଆ କହିଲେ ଅତ୍ଯୁକ୍ତି ହେବନାହିଁ । ଆମେ ତାଙ୍କ ଆଶୀର୍ବାଦ ବିନା ବିବାହ କରିପାରିନଥାନ୍ତୁ ବୋଲି କହିଛନ୍ତି ଝିଅ ଦର୍କ୍ଷ୍ଯ ସୟଦ । ଗତ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ସମସ୍ତ ରୀତିନୀତି କରାଯାଇଥିଲା । ଆଗକୁ ଭୋଜିଭାତ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି ।