ବାପାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୁଅର ଚିଠି, ପୂରା କାହାଣୀ ଜାଣିଲେ କାନ୍ଦି ପକାଇବେ
କେନ୍ଦ୍ରାପଡା : ମୁଖ୍ୟମନ୍ତ୍ରୀ, ମୋ ବାପାଙ୍କୁ ବଞ୍ଚେଇ ଦିଅ। ମୋ ବାପା ଙ୍କୁ ଭଲ କରିଦିଅ । ୧୫ ଦିନ ହେବ ସେ ଔଷଧ ଖାଇନାହାଁନ୍ତି । ଆଜିକୁ ବର୍ଷେ ହେଲାଣି ଘରେ ପଡିଛନ୍ତି,ଡାକ୍ତର କହୁଛନ୍ତି ତାଙ୍କର ଦୁଇଟି କିଡିନି ଖରାପ । ଭଲ କରିବାକୁ ହେଲେ ବହୁତ ଟଙ୍କା ଦରକାର । ଆମେ ଭାଇ ଭଉଣୀ ତିନି ଜଣ ପାଠପଢ଼ୁ, ସେ ମଜୁରୀ ଲାଗିଲେ ଆମ ଘରେ ଚୁଲି ଜଳେ । ଆମେ ଖାଇବାକୁ ପାଉନୁ […] The post ବାପାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୁଅର ଚିଠି, ପୂରା କାହାଣୀ ଜାଣିଲେ କାନ୍ଦି ପକାଇବେ appeared first on KNews Odisha.

କେନ୍ଦ୍ରାପଡା : ମୁଖ୍ୟମନ୍ତ୍ରୀ, ମୋ ବାପାଙ୍କୁ ବଞ୍ଚେଇ ଦିଅ। ମୋ ବାପା ଙ୍କୁ ଭଲ କରିଦିଅ । ୧୫ ଦିନ ହେବ ସେ ଔଷଧ ଖାଇନାହାଁନ୍ତି । ଆଜିକୁ ବର୍ଷେ ହେଲାଣି ଘରେ ପଡିଛନ୍ତି,ଡାକ୍ତର କହୁଛନ୍ତି ତାଙ୍କର ଦୁଇଟି କିଡିନି ଖରାପ । ଭଲ କରିବାକୁ ହେଲେ ବହୁତ ଟଙ୍କା ଦରକାର । ଆମେ ଭାଇ ଭଉଣୀ ତିନି ଜଣ ପାଠପଢ଼ୁ, ସେ ମଜୁରୀ ଲାଗିଲେ ଆମ ଘରେ ଚୁଲି ଜଳେ । ଆମେ ଖାଇବାକୁ ପାଉନୁ । ସେଠି ବାପାକୁ କେମିତି ଭଲ କରିବୁ… ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଏଭଳି ଆକୁଳ ନିବେଦନ କରିଛି ଛୋଟ ପିଲାଟିଏ । ବାପାଙ୍କୁ ଭଲ କରିବାକୁ ଏଭଳି ଚିଠି ଲେଖିଛି ନବମ ଶ୍ରେଣୀର ଛାତ୍ର ସୁନିଲ ।
କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ନୋଲାସାହି ଗାଁର ଭାଗ୍ୟଧର ସେଠି । ସେ ଦିନ ମଜୁରିଆ, ସେ ମଜୁରୀ କାମ କଲେ ଘରେ ସ୍ତ୍ରୀ ,ଦୁଇ ଝିଅ ଓ ଗୋଟିଏ ପୁଅଙ୍କ ପେଟରେ ଦାନା ଦିଅନ୍ତି । ମୁଣ୍ଡ ଗିଞ୍ଜିବା ପାଇ ନିଜର କହିଲେ ଘର ଖଣ୍ଡେ ବି ନାହିଁ । ଏଣୁ ସରକାରୀ ଜାଗାରେ ଘର କରି ରହୁଛନ୍ତି । ଦୁଃଖେ କଷ୍ଟେ ଯେମିତି ସେମିତି ହୋଇ ପରିବାର ଚଳି ଯାଉଥିଲା । ହେଲେ ବର୍ଷେ ତଳେ ହଠାତ୍ ଭାଗ୍ୟଧରଙ୍କ ଦେହ ଖରାପ ହେଲା । ଘରେ ପଡି ଗଲେ ଭାଗ୍ୟଧର । ଆମ କାମ ଦାମ କରିପାରିଲେନାହିଁ ।
ପରେ ଡାକ୍ତର କହିଲେ ତାଙ୍କର ଦୁଇଟି ଯାକ କିଡନି ଖରାପ ହୋଇଯାଇଛି । ସେହି ଦିନରୁ ଏହି ପରିବାର ପ୍ରତି କଳା ବାଦଲ ମାଡି ଆସିଛି । ଦେଖନ୍ତୁ ଏହି ଦୃଶ୍ୟକୁ ବାସି ପଖାଳ ସାଙ୍ଗକୁ ଲଙ୍କା ଲେମ୍ବୁ । ମା ବାଢ଼ି ଦେଉଛି ପିଲା ମାନଙ୍କୁ । ମାଆର ମନରେ କୋହ ଥାଇବି ଧର୍ଯ୍ୟ ରଖି ପିଲାମାନ ଙ୍କ ମୁହଁରେ ଦାନା ଦେଉଛି । ଆଉ କେହି ସାହା ନାହାନ୍ତି, ତେଣୁ ବାସି ପଖାଳ,ବାରିରେ ଥିବା ଶାଗ ମୁଗ ହିଁ ବଞ୍ଚିବାର ରାହା ପାଲଟିଛି । ଏସବୁ ଦୃଶ୍ୟକୁ ଅଙ୍ଗେ ନିଭାଇବା ପରେ ଛୋଟ ପିଲାଟି ଆଉ ସହି ପାରୁନି । ଏଣୁ ସୁନିଲ ତାର ବାପାକୁ ବଞ୍ଚାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ପାଖକୁ ସାଧା କାଗଜରେ ଚିଠି ଖଣ୍ତେ ଲେଖି ଗାଆଁ ପୋଷ୍ଟ ଅଫିସ୍ ବାକ୍ସରେ ପକାଇଛି,ଆଶା ରଖିଛି ନିଶ୍ଚୟ ତାଙ୍କ ଦୁଃଖ ମୁଖ୍ୟମନ୍ତ୍ରୀ ଶୁଣିବେ ।
ଆମ କେନ୍ୟୁଜ୍ ପ୍ରତିନିଧି ନୋଲାସାହିରେ ପହଞ୍ଚି ଭାଗ୍ୟଧରଙ୍କ ଦୁଃଖ କାହାଣୀ ଦେଖିଥିଲେ । ଆଉ ସେ ଯାହା ଦେଖିଲେ ସେଥିରେ ତାଙ୍କ ମନ ବ୍ୟଥିତ ହୋଇଗଲା । ନିଜକୁ ସମ୍ଭାଳି ପାରିଲେନି ଘରର ସ୍ଥିତି ଦେଖି । ଘରେ ଖାଇବାକୁ ନାହିଁ, ଦୁଇ ଝିଅ ମୁହଁ ଲୁଚାଇ ଘରେ କାନ୍ଦୁଛନ୍ତି । କିଛି ଦୃଶ୍ୟ କ୍ୟାମେରାରେ କଏଦ କରିବା କଷ୍ଟ କିନ୍ତୁ ଆମ କ୍ୟାମେରା ମ୍ୟାନ ଶୋମେନ୍ଦ୍ର ମଣ୍ଡଳ ବାସି ପଖାଳ ଖାଇବାକୁ ଫଟୋ ଉଠାଇବା ପରେ ଆମେ ବୁଝି ଯାଇଥିଲୁ, ଅନେକ ସରକାରୀ ଯୋଜନା ଥାଇବି ଆଜି ଗରିବଙ୍କ ପାଖରେ ଯୋଜନା ଅପହଞ୍ଚ ।
ଭାଗ୍ୟଧର ମୂଲ ଲାଗିଲେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳିଥାନ୍ତି । ଏବେ ସେ ରୋଗଗ୍ରସ୍ତ, ଘରେ ଦୁଇଟି ଗାଈଥିଲା । ଏଥିରୁ ଗୋଟିଏ ବିକ୍ରି କରି ଭଗ୍ୟଧରଙ୍କ ସ୍ତ୍ରୀ ତାଙ୍କୁ ମେଡିକାଲ ନେଇଥିଲେ । ଦୁଇଟି କିଡ଼ନୀ ଖରାପ ଜାଣିବା ପରେ ମୁଣ୍ଡରେ ଚଡ଼କ ପଡିଯାଇଥିଲା ଯେମିତି ପରିବାରରେ । ସାହି ପଡିଶା ବନ୍ଧୁ ବାନ୍ଧବଙ୍କୁ ମାଗି ମେଡିକାଲ ଯାଉଥିଲେ,ଏବେଆଉ କେହି ସାହା ନାହାନ୍ତି । ଏଣୁ ୧୫ ଦିନ ହେଲାଣି ଘରେ କାଣି କଉଡ଼ିଟିଏ ବି ନାହିଁ । ପିଲାଙ୍କୁ ଖାଇବାକୁ ଦେବାକୁ ନାର୍ହି ସେଠି ଔଷଧ ପାଇଁ ଟଙ୍କା କେଉଁଠି ଆସିବ । ରାତି ପାହିଲେ ଯାହାଙ୍କର ବାସି ପଖାଳ କଂସା ଯୋଗାଡ କରିବା କଷ୍ଟ ସେ କିପରି ମେଡିକାଲ ଯିବେ। ଏପରି କି ପିଲା ଏବଂ ମାଙ୍କୁ ଜ୍ୱର ହେଲେ ବି ଔଷଧ ପାଇଁ ଡାକ୍ତରଖାନା ଯିବାକୁ ଗାଡ଼ି ଭଡ଼ା ବି ନାହିଁ ପାଖରେ। ତେଣୁ ସରକାର ଓ ବଦାନ୍ୟ ବ୍ୟକ୍ତିଙ୍କୁ ନିଜ ସ୍ୱାମୀଙ୍କ ଚିକିତ୍ସା ପାଇଁ ନେହୁରା ହୋଇ ସହଯୋଗ ଲୋଡିଛନ୍ତି ସ୍ତ୍ରୀ ସସ୍ମିତା ।
ଯନ୍ତ୍ରଣାରେ ଜର୍ଜରିତ ପାରିବାର । ତେଣୁ ନାବାଳକ ପୁଅଟି ନିରାଶ୍ରୟ ହୋଇ ଶେଷରେ ଚିଠି ଲେଖିଛି ମୁଖ୍ୟମନ୍ତ୍ରୀଙ୍କୁ। ବାପାକୁ ଔଷଧ, ଓ ବାପା ମା ଭଉଣୀଙ୍କୁ ଖାଇବାକୁ ନଦେଲେ ଏ ଜୀବନ ଯୁଦ୍ଧରେ ସେମାନେ ହାରି ଯାଇପାରନ୍ତି । ତେଣୁ କେନିଉଜରୁ ଏହି ହୃଦୟ ବିଦାରକ ସତ୍ୟ କାହାଣୀ ଦେଖିବା ପରେ ନିଶ୍ଚୟ ସରକାର ସହଯୋଗର ହାତ ବଢାଇବେ ଓ ସ୍କ୍ରିନରେ ଦିଆଯାଇଥିବା ଏହି ଆକାଉଣ୍ଟ ନମ୍ୱରରେ ବଦାନ୍ୟ ଲୋକେ ସହଯୋଗ କରିବେ । ଆମର ଏକ ଟଙ୍କା ସୁନିଲ ସେଠି ଙ୍କ ପରିବାର ପାଇଁ ଅନେକ ଅଶ୍ରିବାଦ ହେବ ।
ମୋବାଇଲ ନମ୍ବର -9178231893
ଏବଂ state Bank of india, କେନ୍ଦ୍ରାପଡ଼ା ଶାଖା
ଭାଗ୍ୟଧର ପତ୍ନୀଙ୍କ ଆକାଉଣ୍ଟ ନମ୍ବର
A/C -35571866650
IFSC -SBIN0000112
The post ବାପାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୁଅର ଚିଠି, ପୂରା କାହାଣୀ ଜାଣିଲେ କାନ୍ଦି ପକାଇବେ appeared first on KNews Odisha.