ବାପାଙ୍କ ନାଁରେ ମିଛ ବଳାତ୍କାର ଅଭିଯୋଗ କରିଥିଲେ ଝିଅ, ଜେଲ୍‌ରେ ୫ବର୍ଷ ରହିବା ପରେ ଜଣାପଡିଲା ସାଂଘାତିକ ସତ

ଡେରାଡୁନ,୧୩।୮: ବାପାଙ୍କ ନାଁରେ ମିଛ ବଳାତ୍କାର ଅଭିଯୋଗ ଆଣିଲେ ନିଜ ଜନ୍ମକଲା ଝିଅ। ଆଉ ଏହି ଅଭିଯୋଗନୁସାରେ ବାପାଙ୍କୁ ବି ହୋଇଥିଲା ୫ବର୍ଷ ଜେଲ୍‌। ଆଉ ଜେଲ୍‌ରେ ୫ବର୍ଷ ବିତାଇବା ପରେ ବାପା ଯେବେ ମୁକୁଳିଥିଲେ ସେତେବେଳେ ଜଣାପଡିଥିଲା ସାଂଘାତିକ ସତ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ଡେରାଡୁନରେ। ୧୫ବର୍ଷର ଝିଅ ନିଜ ବାପାଙ୍କ ନାଁ ମିଛ ବଳାତ୍କାର ମାମଲା ଆଣିଛନ୍ତି। ଝିଅ ଦ୍ୱାରା ଏହି ମାମଲା ୨୦୧୯ରେ ରୁଜୁ କରାଯାଇଥିଲା। ତେବେ ଏହି ମାମଲାର […] The post ବାପାଙ୍କ ନାଁରେ ମିଛ ବଳାତ୍କାର ଅଭିଯୋଗ କରିଥିଲେ ଝିଅ, ଜେଲ୍‌ରେ ୫ବର୍ଷ ରହିବା ପରେ ଜଣାପଡିଲା ସାଂଘାତିକ ସତ appeared first on Dharitri Odia News.

ବାପାଙ୍କ ନାଁରେ ମିଛ ବଳାତ୍କାର ଅଭିଯୋଗ କରିଥିଲେ ଝିଅ, ଜେଲ୍‌ରେ ୫ବର୍ଷ ରହିବା ପରେ ଜଣାପଡିଲା ସାଂଘାତିକ ସତ

ଡେରାଡୁନ,୧୩।୮: ବାପାଙ୍କ ନାଁରେ ମିଛ ବଳାତ୍କାର ଅଭିଯୋଗ ଆଣିଲେ ନିଜ ଜନ୍ମକଲା ଝିଅ। ଆଉ ଏହି ଅଭିଯୋଗନୁସାରେ ବାପାଙ୍କୁ ବି ହୋଇଥିଲା ୫ବର୍ଷ ଜେଲ୍‌। ଆଉ ଜେଲ୍‌ରେ ୫ବର୍ଷ ବିତାଇବା ପରେ ବାପା ଯେବେ ମୁକୁଳିଥିଲେ ସେତେବେଳେ ଜଣାପଡିଥିଲା ସାଂଘାତିକ ସତ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ଡେରାଡୁନରେ। ୧୫ବର୍ଷର ଝିଅ ନିଜ ବାପାଙ୍କ ନାଁ ମିଛ ବଳାତ୍କାର ମାମଲା ଆଣିଛନ୍ତି। ଝିଅ ଦ୍ୱାରା ଏହି ମାମଲା ୨୦୧୯ରେ ରୁଜୁ କରାଯାଇଥିଲା।

ତେବେ ଏହି ମାମଲାର ଶୁଣାଣିବେଳେ ଜିଲା ଜଜ୍‌ କହିଛନ୍ତି, ଝିଅର ମିଛ ବଳାତ୍କାର ଅଭିଯୋଗନୁସାରେ ତାଙ୍କ ବାପାଙ୍କୁ ୫ବର୍ଷ ଜେଲ୍‌ ହୋଇଥିଲା। ଆଉ ଝିଅର ମିଛ ଅଭିଯୋଗ କରିବାର କାରଣ ଥିଲା, ଝିଅର ବୟଫ୍ରେଣ୍ଡ। ଯିଏକି, ବାପାଙ୍କ ନାଁରେ ଏପରି ସାଂଘତିକ ଅଭିଯୋଗ ଆଣିବାକୁ ଝିଅଙ୍କୁ ଉସକାଇଥିଲା।

ଘଟଣା ହେଉଛି କି, ବାପା ଯେତେବେଳେ ସ୍କୁଲରେ ଝିଅର ବୟଫ୍ରେଣ୍ଡ କଥା ଜାଣିଥିଲେ ସେତେବେଳେ ସେ ନିଜ ଝିଅ ଉପରେ ରାଗି ତାଙ୍କର ସ୍କୁଲ ଯିବା ବନ୍ଦ କରି ଦେଇଥିଲେ। ଏଥିସହ ପୁଅ ସାଙ୍ଗଟି ସହ ମିଳାମିଶା କରିବାକୁ ମଧ୍ୟ ମନା କରିଥିଲେ। ତେବେ ଏହାକୁ ନେଇ ଝିଅଜଣକ ରାଗି ଯାଇଥିଲେ। ଆଉ ତାଙ୍କ ବୟଫ୍ରେଣ୍ଡ କଥାରେ ପଡି ସେ ବାପାଙ୍କ ନାଁରେ ଏପରି ସାଂଘାତିକ ଅଭିଯୋଗ ଆଣିଥିଲେ।

ତେବେ ଏହି ମାମଲାର ତଦନ୍ତବେଳେ ପୋଲିସ ହାତରେ କିଛି ଚିଠି ହସ୍ତଗତ ହୋଇଥିଲା। ଯାହାକୁ ଝିଅଜଣକ ତାଙ୍କ ବୟଫ୍ରେଣ୍ଡକୁ ଲେଖିଥିଲେ। ତେବେ ତଦନ୍ତବେଳେ କିଶୋରୀଜଣକ ସ୍ବୀକାର କରିଛନ୍ତି ଯେ, ବାପାଙ୍କ ତାଗିଦ୍‌ ଯୋଗୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିଲେ। ସେ ଆହୁରି ବି କହିଛନ୍ତି ଯେ, ପୁରୁଷ ବନ୍ଧୁ କଥାରେ ପଡି ସେ ଏପରି ମିଛ ଅଭିଯୋଗ ଆଣିଥିଲେ। କହିରଖୁଛୁ କି, କିଶୋରୀଙ୍କ ବାପା ଲଣ୍ଡ୍ରିରେ କାମ କରୁଥିଲେ।

The post ବାପାଙ୍କ ନାଁରେ ମିଛ ବଳାତ୍କାର ଅଭିଯୋଗ କରିଥିଲେ ଝିଅ, ଜେଲ୍‌ରେ ୫ବର୍ଷ ରହିବା ପରେ ଜଣାପଡିଲା ସାଂଘାତିକ ସତ appeared first on Dharitri Odia News.