‘ବିଶ୍ୱ ମାନଚିତ୍ରରେ ଗୋପାଳପୁର ସ୍ବତନ୍ତ୍ର ସ୍ଥାନ ରହିଛି’
ଗୋପାଳପୁର,୩୧।୮(ନବୀନ ରାଜ ଆଚାରୀ): ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶନିବାର ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଏ. ଜାନକୀ ରାମ ପତାକା ଉତ୍ତୋଳନ କରିଥିଲେ l ପରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ଶ୍ରଦ୍ଧା ସଞ୍ଜିବନି, ଜରା ନିବାସ ଓ ଜାଗୃତି-୨ କେନ୍ଦ୍ରରେ ଫଳ ବଣ୍ଟନ କରାଯାଇଥିଲା। ଅପରାହ୍ନରେ ନୂଆ ବସ୍ଷ୍ଟାଣ୍ଡଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମବାୟ ସମିତି ପ୍ରଶିକ୍ଷଣ ଅଧ୍ୟକ୍ଷ ଡି କ୍ରିଷ୍ଣା ଦୋରା, […] The post ‘ବିଶ୍ୱ ମାନଚିତ୍ରରେ ଗୋପାଳପୁର ସ୍ବତନ୍ତ୍ର ସ୍ଥାନ ରହିଛି’ appeared first on Dharitri Odia News.
ଗୋପାଳପୁର,୩୧।୮(ନବୀନ ରାଜ ଆଚାରୀ): ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶନିବାର ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଏ. ଜାନକୀ ରାମ ପତାକା ଉତ୍ତୋଳନ କରିଥିଲେ l ପରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ଶ୍ରଦ୍ଧା ସଞ୍ଜିବନି, ଜରା ନିବାସ ଓ ଜାଗୃତି-୨ କେନ୍ଦ୍ରରେ ଫଳ ବଣ୍ଟନ କରାଯାଇଥିଲା। ଅପରାହ୍ନରେ ନୂଆ ବସ୍ଷ୍ଟାଣ୍ଡଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମବାୟ ସମିତି ପ୍ରଶିକ୍ଷଣ ଅଧ୍ୟକ୍ଷ ଡି କ୍ରିଷ୍ଣା ଦୋରା, କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଉପାଧ୍ୟକ୍ଷ ବି ଉମା ଅତିଥି ଭାବେ ଯୋଗ ଦେଇଥିଲେ।
ଗୋପାଳପୁର ଏକ ପର୍ଯ୍ୟଟନସ୍ଥଳୀ ଭାବେ ବିଶ୍ୱ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ରହିଛି। ଏଣୁ ଆମେ ସମସ୍ତେ ଏକାଠି ହୋଇ କାମ କଲେ ଗୋପାଳପୁରର ବିକାଶ ହେବ। ଏପରିକି ସରକାରୀ ନିୟମକୁ ପାଳନ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ମଲ୍ଲିକ କହିଥିଲେ l
ଅଧ୍ୟକ୍ଷ ଡି କ୍ରିଷ୍ଣା ଦୋରା, ୱାର୍ଡ ସଭ୍ୟ ଜି ମୋହନ ରାଓ, ଗୋପାଳ କ୍ରିଷ୍ଣା ମଧ୍ୟ ଅଭିଭାଷଣ ରଖିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିୟ ଏବଂ ପାଞ୍ଚ ଜଣ ବରିଷ୍ଟ ନାଗରିକଙ୍କୁ ସମ୍ମାନିତ କରାଯାଇଥିଲା। ଏପରିକି ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷ୍ୟ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତର୍ଣ୍ଣ ହୋଇ ଥିବା ଛାତ୍ରୀଛାତ୍ରମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ପ୍ରଭାତୀ ସାସମଲ ଏବଂ ଜଗନ୍ନାଥ ଶ୍ୟାମଲ ସଭା ପରିଚାଳନା କରିଥିଲେ l ଶେଷରେ ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୱାର୍ଡ ସଭ୍ୟ ବିରେନ କୁମାର, ରତନୀ କୁମାରୀ ନାୟକ, କଳ୍ପନା ବେହେରା, ନିର୍ମଳା କୁଜୁର, ସୁନିତା ସାହୁ, ଏମ୍. କାମେଶ୍ୱରି, ଜି ମୋହନ ରାଓ, ଜେ କାଲେସୁ, ସିଇଓ ସାଗରୀକା ବିଷୋୟୀ, କେଦାର ବାଙ୍ଗାରି, ମୁନା ମହାନ୍ତି, ବି.ସୁଶୀଳା, ଅଭିନାଶ ସାହୁଙ୍କ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।
The post ‘ବିଶ୍ୱ ମାନଚିତ୍ରରେ ଗୋପାଳପୁର ସ୍ବତନ୍ତ୍ର ସ୍ଥାନ ରହିଛି’ appeared first on Dharitri Odia News.