ମଦ ଦୋକାନ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ: ଉତ୍ତେଜିତ ଲୋକ କଲେ ରାସ୍ତା…

ଦିଗପହଣ୍ଡି,୧୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମରେ ବେଆଇନ ମଦ ବିକ୍ରିକୁ ବିରୋଧ କରିବା ସହ ଗ୍ରାମରେ ମଦ ଦୋକାନ ବନ୍ଦ କରାଯିବା ଦାବିରେ ମଙ୍ଗଳବାର ଅପରାହ୍ନରେ ଉତ୍ତେଜିତ ଗ୍ରାମବାସୀ ଟାୟାର ଜାଳି ମୁଖ୍ୟରାସ୍ତାକୁ ଅବରୋଧ କରିଥଲେ। ରାସ୍ତା ଅବରୋଧ ଯୋଗୁ ଜଗନ୍ନାଥପୁର – ହିଞ୍ଜିଳି ଭାୟା କଙ୍କୋରଡ଼ା ମୁଖ୍ୟରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ଥିଲା। ଖବରପାଇ ପାଟପୁର ଥାନା ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। […] The post ମଦ ଦୋକାନ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ: ଉତ୍ତେଜିତ ଲୋକ କଲେ ରାସ୍ତା… appeared first on Dharitri Odia News.

ମଦ ଦୋକାନ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ: ଉତ୍ତେଜିତ ଲୋକ କଲେ ରାସ୍ତା…

ଦିଗପହଣ୍ଡି,୧୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମରେ ବେଆଇନ ମଦ ବିକ୍ରିକୁ ବିରୋଧ କରିବା ସହ ଗ୍ରାମରେ ମଦ ଦୋକାନ ବନ୍ଦ କରାଯିବା ଦାବିରେ ମଙ୍ଗଳବାର ଅପରାହ୍ନରେ ଉତ୍ତେଜିତ ଗ୍ରାମବାସୀ ଟାୟାର ଜାଳି ମୁଖ୍ୟରାସ୍ତାକୁ ଅବରୋଧ କରିଥଲେ। ରାସ୍ତା ଅବରୋଧ ଯୋଗୁ ଜଗନ୍ନାଥପୁର – ହିଞ୍ଜିଳି ଭାୟା କଙ୍କୋରଡ଼ା ମୁଖ୍ୟରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ଥିଲା। ଖବରପାଇ ପାଟପୁର ଥାନା ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମରେ ମଦ ଦୋକାନ ବନ୍ଦ କରାଯିବା ନେଇ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଗ୍ରାମରେ ଗତ କିଛିବର୍ଷ ହେଲା ବେଆଇନ ଭାବେ ଏକାଧିକ ଦୋକାନରେ ଦେଶୀ ଓ ବିଦେଶୀ ମଦ ବେଧଡକ ବିକ୍ରି କରାଯାଉଛି। ମଦ୍ୟପ ମାନଙ୍କ ଦୌରାତ୍ମ୍ୟ ଯୋଗୁ ସାରେ ରାସ୍ତାରେ ଛାତ୍ରୀମାନେ ଟିୟୁଶନ ଯାଇ ପାରୁନାହାନ୍ତି। ଗାଁର ଝିଅ ବୋହୁମାନେ ରାସ୍ତାରେ ଚଳପ୍ରଚଳ ହେବାକୁ ସୁରକ୍ଷିତ ମଣୁ ନାହାନ୍ତି। ଚୋରି , ଡକାୟତି, ଛିନତାଇ ଭଳି ଘଟଣା ଦିନକୁ ଦିନ ବଢି ଚାଲିଛି। ପ୍ରତିବାଦରେ ଗ୍ରାମବାସୀ ମଦ ବିରୋଧି ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଛନ୍ତି। ସମସ୍ତ ଗ୍ରାମବାସୀ ମଦ ବିରୋଧି ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଦେଖାଯାଇଛି।

The post ମଦ ଦୋକାନ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ: ଉତ୍ତେଜିତ ଲୋକ କଲେ ରାସ୍ତା… appeared first on Dharitri Odia News.