ବାପାଙ୍କ ସହ ଟ୍ୟୁସନରୁ ଫେରୁଥିବା ବେଳେ ପିଟି ଦେଲା ଟ୍ରାକ୍ଟର, ୬ ବର୍ଷର ଶିଶୁ କନ୍ୟା ମୃତ

ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର ଧକ୍କାରେ ପ୍ରଦୀପ ଓ ସୁପ୍ରିୟା ବାଇକ୍‌ରୁ ଛିଟିକି ପଡ଼ିଥିଲେ।

ବାପାଙ୍କ ସହ ଟ୍ୟୁସନରୁ ଫେରୁଥିବା ବେଳେ ପିଟି ଦେଲା ଟ୍ରାକ୍ଟର, ୬ ବର୍ଷର ଶିଶୁ କନ୍ୟା ମୃତ

ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ନିଧିବଣି ଛକରେ ଏକ ବାଇକକୁ ଟ୍ରାକ୍ଟରଟିଏ ପଛରୁ ଧକ୍କା ଦେବାରୁ ୬ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା ଗୁରୁତର ଆହତ ହୋଇଛନ୍ତି।

ମୃତ ଶିଶୁ କନ୍ୟାର ନାଁ ସୁପ୍ରିୟା ବାରିକ। ଆଜି ସନ୍ଧ୍ୟାରେ ସେ ତାଙ୍କ ବାପା ପ୍ରଦୀପ ବାରିକଙ୍କ ସହିତ ଟ୍ୟୁସନରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର ଧକ୍କାରେ ପ୍ରଦୀପ ଓ ସୁପ୍ରିୟା ବାଇକ୍‌ରୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସୁପ୍ରିୟାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ପ୍ରଦୀପଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ।

ଭୋଗରାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଉଭୟ ଟ୍ରାକ୍ଟର ଓ ବାଇକକୁ ଜବତ କରିଛି। ଏହା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।