ବାପାଙ୍କୁ ଲୁହାରଡରେ ପିଟି ହତ୍ୟା, ସାନପୁଅଙ୍କୁ କୋର୍ଟ ଚାଲାଣ କଲା ପୁରୁଷୋତ୍ତମପୁର ପୋଲିସ
ପୁରୁଷୋତ୍ତମପୁର,୨୯।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଷପୁର ଗ୍ରାମରେ ନିଜ ଜନ୍ମକଲା ବାପାକୁ ପିଟି ହତ୍ୟାକରିବା ଅଭିଯୋଗରେ ସାନ ପୁଅ ରଞ୍ଜନ ସାହୁ(୨୮)ଙ୍କୁ ପୋଲିସ ମଙ୍ଗଳବାର କୋର୍ଟଚାଲାଣ କରିଥିଲେ। କୋର୍ଟରେ ମାନ୍ୟବର ବିଚାରପତି ଏହାର ବିଚାରକରି ତାଙ୍କୁ ଜେଲହାଜତକୁ ପଠାଇଦେଇଛନ୍ତି। ମୃତ ଗୋପାଳକୃଷ୍ଣ ସାହୁଙ୍କ ପତ୍ନୀ ସୀତା ସାହୁ ପୋଲିସ ନିକଟରେ କରିଥିବା ଲିଖିତ ଅଭିଯୋଗକୁ ନେଇ ମାମଲା ନଂ ୩୨୫/୨୫ ପ୍ରକାରେ ସାନପୁଅ ରଞ୍ଜନକୁ ଗିରଫ କରାଯାଇଥିବା ତଦନ୍ତକାରୀ ଅଫିସର […] The post ବାପାଙ୍କୁ ଲୁହାରଡରେ ପିଟି ହତ୍ୟା, ସାନପୁଅଙ୍କୁ କୋର୍ଟ ଚାଲାଣ କଲା ପୁରୁଷୋତ୍ତମପୁର ପୋଲିସ appeared first on Dharitri Odia News.
ପୁରୁଷୋତ୍ତମପୁର,୨୯।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଷପୁର ଗ୍ରାମରେ ନିଜ ଜନ୍ମକଲା ବାପାକୁ ପିଟି ହତ୍ୟାକରିବା ଅଭିଯୋଗରେ ସାନ ପୁଅ ରଞ୍ଜନ ସାହୁ(୨୮)ଙ୍କୁ ପୋଲିସ ମଙ୍ଗଳବାର କୋର୍ଟଚାଲାଣ କରିଥିଲେ। କୋର୍ଟରେ ମାନ୍ୟବର ବିଚାରପତି ଏହାର ବିଚାରକରି ତାଙ୍କୁ ଜେଲହାଜତକୁ ପଠାଇଦେଇଛନ୍ତି। ମୃତ ଗୋପାଳକୃଷ୍ଣ ସାହୁଙ୍କ ପତ୍ନୀ ସୀତା ସାହୁ ପୋଲିସ ନିକଟରେ କରିଥିବା ଲିଖିତ ଅଭିଯୋଗକୁ ନେଇ ମାମଲା ନଂ ୩୨୫/୨୫ ପ୍ରକାରେ ସାନପୁଅ ରଞ୍ଜନକୁ ଗିରଫ କରାଯାଇଥିବା ତଦନ୍ତକାରୀ ଅଫିସର ଏସଆଇ ଶୁଶାନ୍ତ କୁମାର ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ପାରିବାରିକ ଅଶାନ୍ତିକୁ ନେଇ ଗୋପାଳକୃଷ୍ଣ ତାଙ୍କ ପତ୍ନୀ ସୀତାଙ୍କୁ ସବୁବେଳେ ମାଡମାରି ନିର୍ଯାତନା ଦେଉଥିଲେ। ସୋମବାର ମଧ୍ୟ ସେ ମାଡ଼ମାରିବାକୁ ଉଦ୍ୟମ କରିବାବେଳେ ଦୁଇ ପୁଅ ରଞ୍ଜନ ଓ ପିଣ୍ଟୁ ପ୍ରତିବାଦ କରିଥିଲେ। ହେଲେ ଗୋପାଳ କାହାରି କଥା ନ ଶୁଣି ମାଡ ମାରିବାକୁ ଯାଇଥିଲେ। ମା’ଙ୍କ ଉପରେ ସବୁଦିନେ ହେଉଥିବା ଏଭଳି ମାଡ଼କୁ ପୁଅମାନେ ସହ୍ୟ କରିପାରି ନ ଥିଲେ। ଏହି ସମୟରେ ବାପାଙ୍କ ହାତରୁ ପୁଅମାନେ ଲୁହାରଡକୁ ଛଡାଇଥିବା ବେଳେ ଓଲଟା ଭାବେ ସେହି ରଡରେ ସାନପୁଅ ରଞ୍ଜନ ତାଙ୍କ ବାପାଙ୍କୁ ପିଟିଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇ ଦୁଇ ପୁଅଙ୍କୁ ଉଠାଇ ଥାନାକୁ ଆଣି ତଦନ୍ତକରିଥିଲା। ତେବେ ହତ୍ୟା ଅଭିଯୋଗରେ ରଞ୍ଜନଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ପିଣ୍ଟୁଙ୍କୁ ଛାଡି ଦିଆଯାଇଛି।
The post ବାପାଙ୍କୁ ଲୁହାରଡରେ ପିଟି ହତ୍ୟା, ସାନପୁଅଙ୍କୁ କୋର୍ଟ ଚାଲାଣ କଲା ପୁରୁଷୋତ୍ତମପୁର ପୋଲିସ appeared first on Dharitri Odia News.