ବାବା ସିଦ୍ଦିକି ହତ୍ୟା ମାମଲା: ୟୁପିରୁ ଗିରଫ ହେଲେ ମୁଖ୍ୟ ଶୁଟର
ଲକ୍ଷ୍ନୌ,୧୦ା୧୧: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ହତ୍ୟାକାଣ୍ଡର ମୁଖ୍ୟ ଶୁଟର ଶିବକୁମାର ଗୌତମ ଓରଫ ଶିବଙ୍କ ସହ ତାଙ୍କର ୪ ସହଯୋଗୀଙ୍କୁ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କଫୋର୍ସ (ଏସ୍ଟିଏଫ୍) ରବିବାର ଗିରଫ କରିଛି। ୟୁପିର ବାହରିଚ୍ ଜିଲାରୁ ସେମାନଙ୍କୁ ଧରାଯାଇଛି। ଗିରଫ ସହଯୋଗୀମାନେ ହେଲେ ଅନୁରାଗ କାଶ୍ୟପ, ଜ୍ଞାନପ୍ରକାଶ ତ୍ରିପାଠୀ ଏବଂ ଆକାଶ ଶ୍ରୀବାସ୍ତବ। ମୁମ୍ବାଇର ଖ୍ୟାତନାମା ବ୍ୟକ୍ତିତ୍ୱ ତଥା ଅଭିନେତା ସଲ୍ମାନ ଖାନ୍ଙ୍କ ଘନିଷ୍ଠ ଭାବେ ପରିଚିତ ବାବା ସିଦ୍ଦିକିଙ୍କୁ ଅକ୍ଟୋବର ୧୨ ରାତିରେ ତାଙ୍କ […] The post ବାବା ସିଦ୍ଦିକି ହତ୍ୟା ମାମଲା: ୟୁପିରୁ ଗିରଫ ହେଲେ ମୁଖ୍ୟ ଶୁଟର appeared first on Dharitri Odia News.
ଲକ୍ଷ୍ନୌ,୧୦ା୧୧: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ହତ୍ୟାକାଣ୍ଡର ମୁଖ୍ୟ ଶୁଟର ଶିବକୁମାର ଗୌତମ ଓରଫ ଶିବଙ୍କ ସହ ତାଙ୍କର ୪ ସହଯୋଗୀଙ୍କୁ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କଫୋର୍ସ (ଏସ୍ଟିଏଫ୍) ରବିବାର ଗିରଫ କରିଛି।
ୟୁପିର ବାହରିଚ୍ ଜିଲାରୁ ସେମାନଙ୍କୁ ଧରାଯାଇଛି। ଗିରଫ ସହଯୋଗୀମାନେ ହେଲେ ଅନୁରାଗ କାଶ୍ୟପ, ଜ୍ଞାନପ୍ରକାଶ ତ୍ରିପାଠୀ ଏବଂ ଆକାଶ ଶ୍ରୀବାସ୍ତବ। ମୁମ୍ବାଇର ଖ୍ୟାତନାମା ବ୍ୟକ୍ତିତ୍ୱ ତଥା ଅଭିନେତା ସଲ୍ମାନ ଖାନ୍ଙ୍କ ଘନିଷ୍ଠ ଭାବେ ପରିଚିତ ବାବା ସିଦ୍ଦିକିଙ୍କୁ ଅକ୍ଟୋବର ୧୨ ରାତିରେ ତାଙ୍କ ପୁଅ ତଥା ବିଧାୟକ ଜିଶନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ନିକଟରେ ଗୁଳିକରି ହତ୍ୟା କରାଯାଇଥିଲା।
ତଦନ୍ତ ବେଳେ ଶୁଟର ଧର୍ମରାଜ କାଶ୍ୟପ ଏବଂ ଗୁରମେଲ ସିଂଙ୍କୁ ଗିରଫ କରାଯାଇଥିବାବେଳେ ଶିବକୁମାର ଖସି ପଳାଇଥିଲେ। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନିର୍ଦ୍ଦେଶରେ ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ଗିରଫ ଶୁଟର କହିଥିଲେ। ହତ୍ୟାକାଣ୍ଡକୁ ବିଷ୍ଣୋଇଙ୍କ ସହଯୋଗୀ ଶୁଭବ ଲୋଙ୍କର ଏବଂ ମହମ୍ମଦ ୟାସିନ୍ ଅଖ୍ତର ପରିଚାଳନା କରିଥିଲେ।
The post ବାବା ସିଦ୍ଦିକି ହତ୍ୟା ମାମଲା: ୟୁପିରୁ ଗିରଫ ହେଲେ ମୁଖ୍ୟ ଶୁଟର appeared first on Dharitri Odia News.