ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ମିଳିଲା ‘ଓ୍ବାଇ ପ୍ଲସ୍’ ସିକ୍ୟୁରିଟି
ମୁମ୍ବାଇ,୧୫।୧୦: ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ବଲିଉଡର ଶ୍ରେଷ୍ଠ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ମୁମ୍ବାଇ ପୋଲିସ ଏବେ ସଲମାନଙ୍କ ସୁରକ୍ଷା ଉପରେ ନଜର ରଖିବ। ସୂଚନାନୁସାରେ, ସଲମାନ ଖାନଙ୍କୁ ‘ଓ୍ବାଇ-ପ୍ଲସ’ ସୁରକ୍ଷା ମିଳିଛି। ବର୍ତ୍ତମାନ ଏହି ସୁରକ୍ଷା ପାଇଁ ଏକ ଯାନ ଯୋଗାଇ ଦିଆଯାଇଛି । ଏହି ଗାଡି ସଲମାନ ଖାନଙ୍କ କାର୍ ସହିତ ଆସିବ। ସଲମାନ ଖାନଙ୍କ ସହ ରହୁଥିବା ସମସ୍ତ କନଷ୍ଟେବଳଙ୍କୁ ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାରରେ ତାଲିମ ଦିଆଯିବ। […] The post ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ମିଳିଲା ‘ଓ୍ବାଇ ପ୍ଲସ୍’ ସିକ୍ୟୁରିଟି appeared first on Dharitri Odia News.
ମୁମ୍ବାଇ,୧୫।୧୦: ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ବଲିଉଡର ଶ୍ରେଷ୍ଠ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ମୁମ୍ବାଇ ପୋଲିସ ଏବେ ସଲମାନଙ୍କ ସୁରକ୍ଷା ଉପରେ ନଜର ରଖିବ। ସୂଚନାନୁସାରେ, ସଲମାନ ଖାନଙ୍କୁ ‘ଓ୍ବାଇ-ପ୍ଲସ’ ସୁରକ୍ଷା ମିଳିଛି। ବର୍ତ୍ତମାନ ଏହି ସୁରକ୍ଷା ପାଇଁ ଏକ ଯାନ ଯୋଗାଇ ଦିଆଯାଇଛି । ଏହି ଗାଡି ସଲମାନ ଖାନଙ୍କ କାର୍ ସହିତ ଆସିବ। ସଲମାନ ଖାନଙ୍କ ସହ ରହୁଥିବା ସମସ୍ତ କନଷ୍ଟେବଳଙ୍କୁ ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାରରେ ତାଲିମ ଦିଆଯିବ।
ସଲମାନ ଖାନଙ୍କ ସୁରକ୍ଷା ଏଥିପାଇଁ ବୃଦ୍ଧି କରାଯାଇଛି କାରଣ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ କହିଛି ଯେ, ସଲମାନ ଖାନଙ୍କ ସହ ସମ୍ପର୍କ ଥିବାରୁ ସେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି। ତେଣୁ ସଲମାନ ଖାନଙ୍କ ଜୀବନ ମଧ୍ୟ ବିପଦରେ ରହିଛି। ଗତ କିଛି ବର୍ଷ ମଧ୍ୟରେ ସଲମାନ ଖାନ ଲରେନ୍ସ ବିଷ୍ଣୋଇଠାରୁ ଅନେକ ଧମକ ପାଇଛନ୍ତି।
ମୁମ୍ବାଇ ରାସ୍ତାରେ ଶନିବାର ରାତିରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ପୋଲିସ ସନ୍ଦେହ କରୁଛି ଯେ ବିଷ୍ଣୋଇ ଗ୍ୟାଙ୍ଗ ବାବା ସିଦ୍ଦିକିଙ୍କୁ ହତ୍ୟା କରିଛି। ଏହି ହତ୍ୟା ପାଇଁ ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟ ଦାୟୀ ବୋଲି ସୋସିଆଲ ମିଡିଆ ମାଧ୍ୟମରେ କହିଛି। ବାବା ସିଦ୍ଦିକି ସଲମାନ ଖାନଙ୍କ ସହ ଅତି ନିକଟତର ଥିବାରୁ ବିଷ୍ଣୋଇ ଗ୍ୟାଙ୍ଗ ସିଦ୍ଦିକିଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ସଲମାନ ଖାନ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ମଧ୍ୟ ରହିିଛନ୍ତି। ସଲମାନ କ୍ରମାଗତ ଭାବରେ ବିଷ୍ଣୋଇ ଗ୍ୟାଙ୍ଗଠାରୁ ଧମକ ପାଉଛନ୍ତି ଏବଂ କିଛି ମାସ ପୂର୍ବେ ଏହି ଗ୍ୟାଙ୍ଗ ମୁମ୍ବାଇର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିଲା ଖବର ଆସିଥିଲା।
The post ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ମିଳିଲା ‘ଓ୍ବାଇ ପ୍ଲସ୍’ ସିକ୍ୟୁରିଟି appeared first on Dharitri Odia News.